ଦିଲ୍ଲୀରେ ଏନପିଆର ବୈଠକ: ସେଫ୍ ଗେମରେ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନଗଣନା ସହ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର) ପ୍ରସ୍ତୁତି ସମ୍ପର୍କରେ ଦିଲ୍ଲୀରେ ଆୟୋଜିତ ବୈଠକରେ ଓଡ଼ିଶା ସାମିଲ ହୋଇଛି। ତେବେ ଏହି ବୈଠକରେ ମୁଖ୍ୟ ସଚିବ ଅବା ମୁଖ୍ୟ ସଚିବ ପାହ୍ୟାର ଅଧିକାରୀମାନେ ସାମିଲ ହୋଇଥିବାବେଳେ ଓଡ଼ିଶା ନିଜର ଜୁନିୟର ଅଫିସରଙ୍କୁ ପଠାଇ କାମଚଳା ଆଭିମୁଖ୍ୟ ଆପଣାଇଛି। ଏହାସହିତ ଏନପିଆରକୁ ନେଇ କେରଳ ଓ ପଶ୍ଚିମବଙ୍ଗରେ ଲାଗି ରହିଥିବା ଦ୍ୱନ୍ଦ୍ୱ ନେଇ ଓଡ଼ିଶା ଏଭଳି ରଣନୀତି ଆପଣାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଗୃହ […]

bcc

bcc

Tapas Behera
  • Published: Friday, 17 January 2020
  • Updated: 17 January 2020, 09:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନଗଣନା ସହ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର) ପ୍ରସ୍ତୁତି ସମ୍ପର୍କରେ ଦିଲ୍ଲୀରେ ଆୟୋଜିତ ବୈଠକରେ ଓଡ଼ିଶା ସାମିଲ ହୋଇଛି। ତେବେ ଏହି ବୈଠକରେ ମୁଖ୍ୟ ସଚିବ ଅବା ମୁଖ୍ୟ ସଚିବ ପାହ୍ୟାର ଅଧିକାରୀମାନେ ସାମିଲ ହୋଇଥିବାବେଳେ ଓଡ଼ିଶା ନିଜର ଜୁନିୟର ଅଫିସରଙ୍କୁ ପଠାଇ କାମଚଳା ଆଭିମୁଖ୍ୟ ଆପଣାଇଛି। ଏହାସହିତ ଏନପିଆରକୁ ନେଇ କେରଳ ଓ ପଶ୍ଚିମବଙ୍ଗରେ ଲାଗି ରହିଥିବା ଦ୍ୱନ୍ଦ୍ୱ ନେଇ ଓଡ଼ିଶା ଏଭଳି ରଣନୀତି ଆପଣାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ଆମ୍ବେଦକର ଭବନରେ ଆୟୋଜିତ ୨୦୨୧ ଜନଗଣନା ପାଇଁ ସମୀକ୍ଷା ବୈଠକକୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଉଦଘାଟନ କରିଥିଲେ। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଓ ଜନଗଣନା କମିଶନର ତଥା ରେଜିଷ୍ଟ୍ରାର ଜେନେରାଲ ବିବେକ ଯୋଶୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ ଅନ୍ୟ ନୋଡାଲ ଅଫିସରମାନେ ଯୋଗ ଦେଇଥିଲେ। ଜନଗଣନା ନିର୍ଦ୍ଦେଶକମାନେ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ବରିଷ୍ଠ ଅଫିସର ଏହି ବୈଠକରେ ସାମିଲ ହୋଇନଥିଲେ। ଦିଲ୍ଲୀରେ ଥିବା ଆବାସିକ କମିଶନର ସଞ୍ଜିବ ମିଶ୍ରଙ୍କ ସମେତ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ପ୍ରଧାନ ଓ ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ବରାଡ଼ ବୈଠକରେ ସାମିଲ ହୋଇଥିଲେ। ବୈଠକରୁ କେବଳ ପଶ୍ଚିମବଙ୍ଗ ସରକାର ଅନୁପସ୍ଥିତ ରହିଥିଲେ। ପଶ୍ଚିମବଙ୍ଗକୁ ଛାଡ଼ି ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଅବା ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀ ଯୋଗ ଦେଇଥିବାବେଳେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଫିସରମାନେ ଭୁବନେଶ୍ୱରରେ ଆଇଏଏସ ସମ୍ମିଳନୀରେ ବ୍ୟସ୍ତ ରହିଥିଲେ।
ବୈଠକରେ ଏନପିଆର ପାଇଁ ଦିଆଯାଇଥିବା ତଥ୍ୟ ସଂଗ୍ରହକୁ ନେଇ ରାଜସ୍ଥାନ ସମେତ କିଛି କଂଗ୍ରେସ ଶାସିତ ରାଜ୍ୟ ମଧ୍ୟ ଆପତ୍ତି ଉଠାଇଥିଲେ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କୌଣସି ନାଗରିକଙ୍କୁ ନିଜର ତଥ୍ୟ ଦେବାକୁ ବାଧ୍ୟ କରାଯିବ ନାହିଁ। ଏହି ତଥ୍ୟ ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ଉପରେ ଫୋକସ ଦିଆଯାଉଛି। ଜାତୀୟ ଜନଗଣନା ଓ ଏନପିଆର ପାଇଁ ସମସ୍ତ ପ୍ରକାରର ସହଯୋଗ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।
ସୂଚନାଯୋଗ୍ୟ, ଓଡ଼ିଶାରେ ଏନପିଆର ପ୍ରକ୍ରିୟା ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଓ ଏଥିପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇସାରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos