ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଶୁଭ ଲଗ୍ନ

ବଲାଙ୍ଗିର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହୋଇଛି ଶୁଭ ଲଗ୍ନ। ଆସନ୍ତା ୨୬ ତାରିଖରେ ନବାନ୍ନ ଲାଗି ହେବ। ୨୬ ତାରିଖ ସକାଳ ୯ଟା ୫ରୁ ୯ଟା ୧୫ ମଧ୍ୟରେ ଶୁଭଲଗ୍ନ ରହିଛି। ମା’ ସମଲେଇଙ୍କ ନିକଟରେ ଏହି ନବାନ୍ନ ଲାଗି ହେବା ପାଇଁ ଆଜି ସମ୍ବଲପୁରର ବରହମ୍ପୁରା ମନ୍ଦିରରେ ପଣ୍ଡିତମାନେ ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ପ୍ରତିବର୍ଷ ନୂଆଖାଇ ପାଇଁ ଏଠାରେ ହିଁ ଶୁଭ ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ। ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ […]

nuakhai festival

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 07:47 PM IST

ବଲାଙ୍ଗିର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହୋଇଛି ଶୁଭ ଲଗ୍ନ। ଆସନ୍ତା ୨୬ ତାରିଖରେ ନବାନ୍ନ ଲାଗି ହେବ। ୨୬ ତାରିଖ ସକାଳ ୯ଟା ୫ରୁ ୯ଟା ୧୫ ମଧ୍ୟରେ ଶୁଭଲଗ୍ନ ରହିଛି। ମା’ ସମଲେଇଙ୍କ ନିକଟରେ ଏହି ନବାନ୍ନ ଲାଗି ହେବା ପାଇଁ ଆଜି ସମ୍ବଲପୁରର ବରହମ୍ପୁରା ମନ୍ଦିରରେ ପଣ୍ଡିତମାନେ ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ପ୍ରତିବର୍ଷ ନୂଆଖାଇ ପାଇଁ ଏଠାରେ ହିଁ ଶୁଭ ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ।

ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ପଶ୍ଚିମ ଓଡ଼ିଶାରେ ନବାନ୍ନ ଅନୁଷ୍ଠିତ ହୋଇଥାଏ। ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ। ପରେ ଅନ୍ୟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ସହ ଘରେ ଘରେ ଲୋକେ ନୂଆ ଖାଇବେ।

Related story