ଏଟିଏମ୍‌ ଭ୍ୟାନ୍‌ ଲୁଟେରା ଗିରଫ, ୫୫ ଲକ୍ଷ ୭୬ ହଜାର ଟଙ୍କା ଜବତ

ନୂଆପଡ଼ା (ମାୟାଧର ସରାଫ): ଧରାପଡ଼ିଲେ ଟଙ୍କା ସହ ଏଟିଏମ୍‌ ଭ୍ୟାନ୍‌ ଲୁଟେରା। ଏଥିସହ ଭ୍ୟାନ୍‌ରୁ ଲୁଟ୍ ହୋଇଥିବା ୫୭ ଲକ୍ଷ ଟଙ୍କାରୁ ୫୫ ଲକ୍ଷ ୭୬ ହଜାର ଟଙ୍କା ଜବତ କରିଛି ପୁଲିସ୍‌। ଏହି ଅଭିଯୋଗରେ ନୂଆପଡ଼ା ପୁଲିସ ଏଟିଏମ୍‌ ଭ୍ୟାନ୍‌ ଡ୍ରାଇଭର ଜୟରାମ ମାଝୀଙ୍କ ସହ ୫ ଜଣଙ୍କୁ ଗିରଫ କରିଛି। କୋମନା ଥାନା ଅଞ୍ଚଳରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ନୂଆପଡ଼ା […]

Nuapada police

Nuapada police

Manoranjan Sial
  • Published: Tuesday, 12 July 2022
  • Updated: 12 July 2022, 10:06 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ): ଧରାପଡ଼ିଲେ ଟଙ୍କା ସହ ଏଟିଏମ୍‌ ଭ୍ୟାନ୍‌ ଲୁଟେରା। ଏଥିସହ ଭ୍ୟାନ୍‌ରୁ ଲୁଟ୍ ହୋଇଥିବା ୫୭ ଲକ୍ଷ ଟଙ୍କାରୁ ୫୫ ଲକ୍ଷ ୭୬ ହଜାର ଟଙ୍କା ଜବତ କରିଛି ପୁଲିସ୍‌। ଏହି ଅଭିଯୋଗରେ ନୂଆପଡ଼ା ପୁଲିସ ଏଟିଏମ୍‌ ଭ୍ୟାନ୍‌ ଡ୍ରାଇଭର ଜୟରାମ ମାଝୀଙ୍କ ସହ ୫ ଜଣଙ୍କୁ ଗିରଫ କରିଛି। କୋମନା ଥାନା ଅଞ୍ଚଳରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର କହିଛନ୍ତି।

ସୁରକ୍ଷା କର୍ମୀ ଓ ଏଟିଏମ୍‌ କର୍ମଚାରୀଙ୍କୁ ଚକ୍‌ମା ଦେଇ ଗତ ୬ ତାରିଖରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ରୁ ୫୭ ଲକ୍ଷ ଭର୍ତ୍ତି ATM ଭ୍ୟାନ୍‌ ଧରି ଚମ୍ପଟ ମାରିଥିଲା ଅସ୍ଥାୟୀ ଡ୍ରାଇଭର ଜୟରାମ ମାଝୀ। ସେ ଭ୍ୟାନ୍‌କୁ ଭରୁଆକାନୀ ଜଙ୍ଗଲରେ ଛାଡ଼ି ଟଙ୍କା ଧରି ଚମ୍ପଟ ମାରିଥିଲା। ଏଥିରେ ତାଙ୍କୁ ସହଯୋଗ କରିଥିଲେ ୪ ଜଣ। ଜୟରାମ ଲୁଟ୍‌ କରିବା ପରେ ନିଜ ସମ୍ପର୍କୀୟଙ୍କ ଘରକୁ ପଳାଇ ଯାଇଥିଲା। ପୁଲିସ୍‌ ହାତରେ ଧରା ପଡ଼ିଯିବା ଭୟରେ ଠକଣା ବଦଳାଉଥିଲା। ନିଜ ସଂପର୍କୀୟଙ୍କ ଘରକୁ ଯିବା ଲାଗି ବିଭିନ୍ନ ଗାଡ଼ି ବ୍ୟବହାର କରିଥିଲା। ସେ ପ୍ରଥମେ ଅଟୋ, ପରେ ସାଇକେଲ, ତା’ପରେ ବାଇକ ଓ ଶେଷରେ କାର୍‌ରେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ନୂଆପଡ଼ା ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos