ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଜାଲ୍ ଟିଡିଆର୍ ବଳରେ କୋଟି କୋଟି ଟଙ୍କା ହଡ଼ପ ଘଟଣାରେ ଗିରଫ ଠିକାଦାର ବଣ୍ଟି ଅଗ୍ରୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ନୂଆପଡା ପୋଲିସ। ଏଥିପାଇଁ ନୂଆପଡା ଏସ୍ଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି।
ବଣ୍ଟିଙ୍କ ବିରୋଧରେ ଥିବା ୪ଟି ମାମଲାକୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁ ତଦନ୍ତ ପାଇଁ ୪ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। କ୍ରାଇମବ୍ରାଞ୍ଚ ଜଣେ ଡିଏସ୍ପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ଟିମ୍ ଏହି ତଦନ୍ତ କରିବ।
ଟିଡ଼ିଆର କେଳେଙ୍କାରୀର ମାଷ୍ଟର ମାଇଣ୍ଡ ବଣ୍ଟି ଅଗ୍ରଓ୍ୱାଲ୍। ତାଙ୍କ ପତ୍ନୀ ଓ ବାପାଙ୍କ ନାଁରେ ୫ଟି ଜିଲ୍ଲାରେ ୧୯ଟି ମାମଲା ରହିଛି। ସେଥିରୁ କେବଳ ବଣ୍ଟିଙ୍କ ନାଁରେ ୧୦ଟି ମାମଲା ରହିଛି। ଏହା ଭିତରୁ ୪ଟି ମାମଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ତଦନ୍ତ କରିବ। ଅନ୍ୟ ୧୫ଟି ମାମଲାକୁ ସ୍ୱତନ୍ତ୍ର କେସ୍ ଭାବେ ଗ୍ରହଣ କରାଯାଇ। ଏହାର ତଦନ୍ତରେ ଇଓଡବ୍ଲ୍ୟୁ ସହାୟତା କରିବ। ନୂଆପଡ଼ା ଏସ୍ପିଙ୍କ ସୂଚନା ଅନୁଯାୟୀ ଏମାନଙ୍କ ନାଁରେ ୨୫ କୋଟି ୩୬ ଲକ୍ଷ ଟଙ୍କାର ଟିଡିଆର ଠକେଇ ଅଭିଯୋଗ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।