କାହିଁକି ନିଖୋଜ ହେଉଛନ୍ତି ଶିଶୁ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ନିୟମିତ କୁନି କୁନି ପିଲାଙ୍କ ନିଖୋଜ ଓ ହତ୍ୟା ଖବର ସାମ୍ନାକୁ ଆସିଛି। ପରୀ ହତ୍ୟା ମାମଲା ଯେବେଠାରୁ ସାମ୍ନାକୁ ଆସିଛି, ସେବେଠାରୁ ଏମିତି ଅନେକ ଘଟଣା ଘଟୁଛି। ଆଜି ଢେଙ୍କାନାଳରେ ୩ ବର୍ଷୀୟ କୁନି ଶିଶୁର ମୃତଦେହ ମିଳିଥିବା ବେଳେ ଗଜପତି ଜିଲ୍ଲାରେ ୬ ବର୍ଷରୁ ଶିଶୁପୁତ୍ରକୁ ଅପହଣ ତ ବଲାଙ୍ଗିରରେ ୨ ଶିଶୁଙ୍କର ପତ୍ତା ମିଳୁନଥିବା ଦେଖିବାକୁ ମିଳିଛି। ଏହି କୁନି କୁନି ପିଲାଙ୍କ ଉପରେ ଏମିତି କାହାର […]

child

child

Ranjit Kumar Jena
  • Published: Thursday, 17 December 2020
  • Updated: 17 December 2020, 07:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ନିୟମିତ କୁନି କୁନି ପିଲାଙ୍କ ନିଖୋଜ ଓ ହତ୍ୟା ଖବର ସାମ୍ନାକୁ ଆସିଛି। ପରୀ ହତ୍ୟା ମାମଲା ଯେବେଠାରୁ ସାମ୍ନାକୁ ଆସିଛି, ସେବେଠାରୁ ଏମିତି ଅନେକ ଘଟଣା ଘଟୁଛି। ଆଜି ଢେଙ୍କାନାଳରେ ୩ ବର୍ଷୀୟ କୁନି ଶିଶୁର ମୃତଦେହ ମିଳିଥିବା ବେଳେ ଗଜପତି ଜିଲ୍ଲାରେ ୬ ବର୍ଷରୁ ଶିଶୁପୁତ୍ରକୁ ଅପହଣ ତ ବଲାଙ୍ଗିରରେ ୨ ଶିଶୁଙ୍କର ପତ୍ତା ମିଳୁନଥିବା ଦେଖିବାକୁ ମିଳିଛି। ଏହି କୁନି କୁନି ପିଲାଙ୍କ ଉପରେ ଏମିତି କାହାର ନଜର ଲାଗିଯାଇଛି, ଯେଉଥିପାଇଁ ଏବେ ବାପା-ମା' ଏବେ ଚିନ୍ତାରେ ପଡ଼ିଯାଇଛନ୍ତି।

ଢେଙ୍କାନାଳ ନିହଲପ୍ରସାଦ ଥାନା ଖଙ୍କିର ଗାଁର ଚନ୍ଦନ ସାହୁଙ୍କ ପୁଅ କାଳିଆର ବୁଧବାର ସନ୍ଧ୍ୟାରୁ ହଠାତ୍ ନିଖୋଜ୍ ହୋଇଯାଇଥିଲା। ବହୁ ଖୋଜଖୋଜି କରିବା ପରେ ବି ତା'ର ପତ୍ତା ମିଳିନାଲି। କିନ୍ତୁ ଆଜି ସକାଳୁ ଘର ନିକଟ ଏକ କୂଅରୁ କାଳିଆର ମୃତଦେହ ମିଳିଲା। ନିଜ ୩ ବର୍ଷର ପୁଅର ମୃତ୍ୟୁରେ ବାପା-ମା' ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। ତେବେ କାଳିଆର ମୃତ୍ୟୁ କେମିତି ହେଲା, ତାକୁ ନେଇ ଏବେ ଅନେକ ପ୍ରଶ୍ନ। କାଳିଆ ବାପା ଏଥିପାଇଁ ସିଧାସଳଖ ପଡୋଶୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି।

ସେହିପରି ଆଉଏକ ଦୁଃଖଦ ଖବର ଗଜପତିରୁ ଆସିଛି। ଗଜପତିର କାଶୀନଗର କୁମୁଟିସାହିର ହାର୍ଦ୍ଦିକର ଗତକାଲିଠୁ ପତ୍ତା ମିଳୁନି। ତା'ର ବାପାଙ୍କ ଅଭିଯୋଗ, ୨ ଅଜଣା ବ୍ୟକ୍ତି ବାଇକରେ ଆସିଲେ ଏବଂ ବାପା ଜାମ୍ମି ଗୋପୀଙ୍କ ସମ୍ପର୍କରେ ପଚାରିବାର ଆଳ କରି ତାକୁ ଧରି ନେଇଗଲେ। ଗୋପୀ ଜଣେ ବ୍ୟବସାୟୀ ହୋଇଥିବାରୁ ବ୍ୟାବସାୟିକ ଶତ୍ରୁତା କିମ୍ବା ଅର୍ଥଲୋଭରେ ୬ ବର୍ଷର ହାର୍ଦ୍ଦିକକୁ କେହି ଅପହରଣ କରିଥିବା ପୁଲିସ ଆଶଙ୍କା କରୁଛି।

ଆଜକୁ ଠିକ୍ ୬ ବର୍ଷ ପୂର୍ବେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଉପକଣ୍ଠ କୁକୁଡ଼ାହାଡ଼ ଗାଁରେ ଘଟିଥିଲା ଏମିତି ଏକ ଘଟଣା। ୨୦୧୪ରେ ଏହି ଗାଁର ଜଣେ ଦିନ ମଜୁରିଆ ବିନୋଦ ସରାଫଙ୍କ ୬ ବର୍ଷର ଝିଅ ସ୍ୱପ୍ନା ରାବଣପୋଡ଼ି ଦେଖିବାକୁ ଯାଇ ଆଉ ଫେରି ନଥିଲା। ଆଜିକୁ ୬ ବର୍ଷ ବିତିଯାଇଥିଲେ ହେଁ ସ୍ୱପ୍ନାର କୌଣସି ସନ୍ଧାନ ମିଳୁନି। ଏବେବି ସ୍ୱପ୍ନାର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର।

ସେହିପରି ଫୁଟବଲ ଖେଳିବାକୁ ଯାଇ କଣ୍ଟାବାଞ୍ଜି ଥାନା ତାଉଳସୁଖା ଗାଁର ଶ୍ରୀଜିତ ଭୋଇଙ୍କ ପୁଅ ଦେବରାଜ ବି ଗତ ଜାନୁଆରୀ ୧୫ରୁ ନିଖୋଜ ହୋଇଯାଇଛି। ପୁଅକୁ ଖୋଜି ଆଣିବାକୁ ଏସପିଙ୍କଠୁ ଆରମ୍ଭ କରି ଅନେକ ଅଧିକାରୀଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ। ତଥାପି ଦେବରାଜର କୌଣସି ସନ୍ଧାନ ମିଳୁନି।

ଏନସିଆରବିର ରିପୋର୍ଟ ମୁତାବକ, ଗତବର୍ଷ ରାଜ୍ୟରୁ ୪ହଜାର ୩୧୫ ଶିଶୁ ଏଭଳି ନିଖୋଜ ହୋଇଛନ୍ତି। ଅର୍ଥାତ୍ ଦିନକୁ ହାରାହାରି ୧୨ ଜଣ ଶିଶୁ ନିଖୋଜ ହୋଇଯାଉଛନ୍ତି। ଏଠି ପ୍ରଶ୍ନ ଯେ ରାଜ୍ୟରେ ଏବେ ଶିଶୁମାନେ କେତେ ସୁରକ୍ଷିତ। ଶିଶୁମାନେ କଣ ପାଇଁ ନିଖୋଜ ହେଉଛନ୍ତି, ରାଜ୍ୟ ସରକାର ଏହାର କାରଣ ଖୋଜିପାରୁଛନ୍ତି ନା ଏଭଳି ସମ୍ବେଦନଶୀଳ ଘଟଣାକୁ ରୋକି ପାରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos