ମଣିଷ ରକ୍ତରେ ହୋଲି ଖେଳୁଛି ମଣିଷ, ଦ୍ୱୈତନଗରୀରେ ରୁଜୁ ହୋଇଛି ଅଧିକ ହତ୍ୟା ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ମାସ ହେଲା ରାଜ୍ୟରେ କ୍ରମାଗତ ଭାବେ ବଢ଼ିଚାଲିଛି ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି। କେଉଁଠି ଭାଇର ମୁଣ୍ଡ ଭାଇ ଗଡ଼ାଇଲାଣି, ତ ଆଉ କେଉଁଠି ଅକଥନୀୟ ନିର୍ଯାତନାରେ ଗଲାଣି ବୋହୂର ଜୀବନ। ଏଭଳି ବର୍ବରକାଣ୍ଡ ବିଶେଷ କରି ଗ୍ରାମାଞ୍ଚଳରେ ବେଶୀ ଘଟୁଛି। ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ଚଳିତବର୍ଷ ପ୍ରତି ମାସରେ ହାରାହାରି ଶହେ ହତ୍ୟାକାଣ୍ଡ ଘଟୁଛି। ଏହାକୁ ନେଇ ବିଭିନ୍ନ ମହଲରେ […]

NUMBER-OF-MURDERS-IS-ON-THE-RISE-IN-THE-TWIN-CITY

Manoranjan Sial
  • Published: Thursday, 13 June 2019
  • , Updated: 13 June 2019, 07:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ମାସ ହେଲା ରାଜ୍ୟରେ କ୍ରମାଗତ ଭାବେ ବଢ଼ିଚାଲିଛି ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି। କେଉଁଠି ଭାଇର ମୁଣ୍ଡ ଭାଇ ଗଡ଼ାଇଲାଣି, ତ ଆଉ କେଉଁଠି ଅକଥନୀୟ ନିର୍ଯାତନାରେ ଗଲାଣି ବୋହୂର ଜୀବନ। ଏଭଳି ବର୍ବରକାଣ୍ଡ ବିଶେଷ କରି ଗ୍ରାମାଞ୍ଚଳରେ ବେଶୀ ଘଟୁଛି। ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ଚଳିତବର୍ଷ ପ୍ରତି ମାସରେ ହାରାହାରି ଶହେ ହତ୍ୟାକାଣ୍ଡ ଘଟୁଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଜୁନ୍‌ ୧୧ ତାରିଖରେ ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଠିକ୍‌ ସେମିତି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅନ୍ତର୍ଗତ ତିଲେଇମାଲରେ ରାତିରେ ଶୋଇଥିବା ବେଳେ ସାନ ଭାଇର ମୁଣ୍ଡ କାଟିଦେଲା ବଡ଼ ଭାଇ।

ଗତ ୮ ତାରିଖରେ ଗଞ୍ଜାମ ଜିଲ୍ଲା ଗୋବିନ୍ଦପୁରରେ ନବବଧୂଙ୍କୁ ହାତୁଡିରେ ପିଟି ପିଟି ମାରିଦେଲେ ଶାଶୂଘର ଲୋକେ। ତା’ପରଦିନ ଅର୍ଥାତ ୭ ତାରିଖରେ ଯାଜପୁର ଜିଲ୍ଲା ଜନିନ୍ଦାପାଳରେ ଟ୍ରକ୍‌ ମାଲିକ ନିରଞ୍ଜନ ସାହୁଙ୍କୁ ଗଳା କାଟି ହତ୍ୟା କରିଥିଲେ ଦୁର୍ବୃତ୍ତ। ଏଭଳି କ୍ରମାଗତ ଅପରାଧ ଭିତରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ହତ୍ୟାକାଣ୍ଡ। ଗତ ୭ ତାରିଖରେ ସମସ୍ତଙ୍କ ସାମ୍ନାରେ ଦିନ ଦି’ପହରରେ ସାନ ଭାଇକୁ ହତ୍ୟା କରିଥିଲା ବଡ଼ ଭାଇ। ଆଉ ହତ୍ୟା ପରେ ଘଟଣାସ୍ଥଳରୁ ବେଧଡ଼କ ଖସି ପଳାଇଲା। ଯାହା ସିସିଟିଭିରେ କଏଦ ହୋଇଛି। ଗତ କିଛି ମାସ ହେଲା ଏଭଳି କ୍ରମାଗତ ଭାବେ ସଂଘଟିତ ହେଉଛି ହତ୍ୟାକାଣ୍ଡ। ଏହି ସବୁ ହତ୍ୟାକାଣ୍ଡ ପଛରେ ରହିଛି ପାରିବାରିକ, ଜମିଜମା ବିବାଦ ଓ ପୂର୍ବ ଶତ୍ରୁତା। ଆଇନ କାନୁନ୍‌କୁ ଖାତିର ନକରି ନିଜ ହାତରେ ନିଜେ ଦଣ୍ଡବିଧାନ କରିବା ସହ ମଣିଷକୁ ମାରୁଛି ମଣିଷ। ଯାହା ବର୍ତ୍ତମାନ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି।

ଚଳିତ ନିର୍ବାଚନୀ ବର୍ଷରେ ସଂଘଟିତ ହୋଇଛି ସର୍ବାଧିକ ହତ୍ୟାକାଣ୍ଡ। ରାଜ୍ୟ କ୍ରାଇମ ରେକର୍ଡସ ବ୍ୟୁରୋର ତଥ୍ୟ ଅନୁଯାୟୀ, ଗତ ଜାନୁଆରୀରୁ ମାର୍ଚ୍ଚ ଭିତରେ ୩୩୭ଟି ହତ୍ୟା ମାମଲା ରୁଜୁ ହୋଇଛି। ଅର୍ଥାତ ପ୍ରତିମାସରେ ବିଭିନ୍ନ କାରଣରୁ ହାରାହାରି ଶହେଟି ହତ୍ୟାକାଣ୍ଡ ଘଟିଯାଉଛି। ମାର୍ଚ୍ଚ ମାସ ପରେ ମଧ୍ୟ ଏଭଳି ଆହୁରି ଅପରାଧ ଘଟିଛି। ଏହାବ୍ୟତୀତ ଗତବର୍ଷର ରେକର୍ଡ ଯଦି ଦେଖିବା, ତେବେ ସର୍ବାଧିକ ହତ୍ୟା ମାମଲା ରୁଜୁ ହୋଇଛି ଦ୍ୱୈତନଗରୀରେ।

୨୦୧୮ ମସିହାରେ ଭୁବନେଶ୍ୱରରେ ୪୩ଟି ଓ କଟକରେ ୨୯ଟି ହତ୍ୟା ମାମଲା ରୁଜୁ ହୋଇଥିଲା। ଯାହା ପୂର୍ବବର୍ଷର ତୁଳନାରେ ୭ ପ୍ରତିଶତ ଅଧିକ। ତେବେ କାହିଁକି ବଢ଼ିଚାଲିଛି ହତ୍ୟା ମାମଲା? କାହିଁକି ଦଣ୍ଡବିଧାନ ବ୍ୟବସ୍ଥାକୁ ଖାତିର କରୁନାହାଁନ୍ତି ଅପରାଧୀ? ଏନେଇ ନାନା ପ୍ରଶ୍ନ ଉଠିଛି।

Related story