ପୁଣି ହସପିଟାଲରେ ଭର୍ତ୍ତି ହେଲେ ବିଜୟ ମହାନ୍ତି

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି ପୁଣି ଗୁରୁତର ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପୁଣି ଥରେ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଏହି କେୟାର ହସ୍ପିଟାଲରେ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ଡିସ୍‌ଚାର୍ଜ ହୋଇଥିଲେ। ତଥାପି ତାଙ୍କର ଘରେ ମଧ୍ୟ ଚିକିତ୍ସା ଚାଲିଥିଲା। ଆଜି ପୁଣି ଥରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉକ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ଗତ ମାସରେ ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ […]

790-1

Tapas Behera
  • Published: Monday, 20 July 2020
  • , Updated: 20 July 2020, 08:56 PM IST

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି ପୁଣି ଗୁରୁତର ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପୁଣି ଥରେ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଏହି କେୟାର ହସ୍ପିଟାଲରେ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ଡିସ୍‌ଚାର୍ଜ ହୋଇଥିଲେ। ତଥାପି ତାଙ୍କର ଘରେ ମଧ୍ୟ ଚିକିତ୍ସା ଚାଲିଥିଲା। ଆଜି ପୁଣି ଥରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉକ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି।

ଗତ ମାସରେ ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ଓଡ଼ିଶା ଫେରିଥିଲେ। ମେ’ ୨୭ ତାରିଖରେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍‌କୁ ଚେକ୍‌ଅପ୍ ପାଇଁ ଯାଇଥିବା ବେଳେ ହୃଦ୍‌ଘାତର ଶିକାର ହୋଇଥିଲେ । ସେହିଦିନ ଠାରୁ ସେ ସେଠାରେ ଚିକିତ୍ସିତ ହେଉଛନ୍ତି ।  ବିଜୟ ମହାନ୍ତି ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଭାବେ ବେଶ ପରିଚିତ ।

Related story