ରିଙ୍କିଙ୍କ ଜୀବନର ସବୁ ରଙ୍ଗ ଧୋଇ ଦେଲା...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଙ୍ଗ ବୋଳା ମୁହଁ, ରଙ୍ଗମଞ୍ଚ ଆଉ ରଙ୍ଗୀନ ଆଲୁଅ… ସତେକି ରିଙ୍କିଙ୍କ ଜୀବନର ସବୁ ରଙ୍ଗ ଧୋଇ ଦେଇଛି କରୋନା ସଂକଟ।  ଏବେ ରଙ୍ଗମଞ୍ଚ ଅତୀତ, ରାସ୍ତାକଡ଼ ବର୍ତ୍ତମାନ  ୪ ମାସ ତଳୁ ଯାତ୍ରା ବନ୍ଦ  ଘରେ ଏକପ୍ରକାର ଅକର୍ମଣ୍ୟ ବାପା, ପକ୍ଷାଘାତରେ ମାଆ।  ତେଣୁ ପରିବାର ଚଳାଇବାକୁ  ଭୁବନେଶ୍ୱର କଳିଙ୍ଗନଗରରେ ଛୋଟିଆ ଫଳ ଦୋକାନଟିଏ କରିଛନ୍ତି ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ୍ ରିଙ୍କି । ଏବେ ନୂଆ ବୃତ୍ତି, ତାଙ୍କ ପାଇଁ ଠିକ୍ […]

9091

Tapas Behera
  • Published: Thursday, 23 July 2020
  • , Updated: 23 July 2020, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଙ୍ଗ ବୋଳା ମୁହଁ, ରଙ୍ଗମଞ୍ଚ ଆଉ ରଙ୍ଗୀନ ଆଲୁଅ... ସତେକି ରିଙ୍କିଙ୍କ ଜୀବନର ସବୁ ରଙ୍ଗ ଧୋଇ ଦେଇଛି କରୋନା ସଂକଟ।  ଏବେ ରଙ୍ଗମଞ୍ଚ ଅତୀତ, ରାସ୍ତାକଡ଼ ବର୍ତ୍ତମାନ  ୪ ମାସ ତଳୁ ଯାତ୍ରା ବନ୍ଦ  ଘରେ ଏକପ୍ରକାର ଅକର୍ମଣ୍ୟ ବାପା, ପକ୍ଷାଘାତରେ ମାଆ।  ତେଣୁ ପରିବାର ଚଳାଇବାକୁ  ଭୁବନେଶ୍ୱର କଳିଙ୍ଗନଗରରେ ଛୋଟିଆ ଫଳ ଦୋକାନଟିଏ କରିଛନ୍ତି ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ୍ ରିଙ୍କି । ଏବେ ନୂଆ ବୃତ୍ତି, ତାଙ୍କ ପାଇଁ ଠିକ୍ ଅଜଣା ସହର ଭଳି ।

ତୋର ଚକଲେଟ୍ ଖିଆ ବୟସ ଯାଇନି ଭଳି ହିଟ୍ ଆଲବମ ପରେ ମନ ଦେଇଥିଲି ମନୁ ଭାଇକୁ, କିଣିନେଲା ମନ କଳାନାଗର, ହେ ଈଶ୍ୱର କାନ୍ଦିବା ଆସ ଏବଂ ଚଳିତବର୍ଷର ଆପଣମାନେ ଖୁସି ତ ଭଳି ଲୋକପ୍ରିୟ ନାଟକ ଏସବୁ ତାଙ୍କୁ ଯଥେଷ୍ଟ ପ୍ରଶଂସା ତ ଦେଇଛି, ହେଲେ ଯଥେଷ୍ଟ ପଇସା ନୁହେଁ।କେବଳ ରିଙ୍କି ନୁହନ୍ତି, ବୃତ୍ତିକୁ ନେଇ ଅନଶ୍ଚିତତା ଦେଖାଦେବା ପରେ ଯାତ୍ରା ଜଗତର ବହୁ କଳାକାର ଓ କର୍ମଚାରୀ ଏବେ

ନିଜ ସୁଠାମ ଶରୀର ପାଇଁ ବଲିଉଡ୍‌ରେ କ୍ୟାରିୟର୍ ଗଢ଼ିବାର ସ୍ୱପ୍ନ ଦେଖୁଥିବା କାର୍ତ୍ତିକଙ୍କର ବି ସବୁ ଯୋଜନାକୁ ଓଲଟପାଲଟ କରିଦେଇଛି କରୋନା। ଅକ୍ଷୟ କୁମାର ଷ୍ଟାରର୍ ସୂର୍ଯ୍ୟବଂଶୀରେ ପୁଲିସ ଅଫିସର୍ ଏବଂ ବିଭିନ୍ନ ସିରିଆଲ୍ ଓ ୱେବ୍‌ସିରିଜରେ ଅଭିନୟର ସୁଯୋଗ ପାଇଥିବା କେନ୍ଦ୍ରାପଡା ଗରଦପୁରର କାର୍ତ୍ତିକ, କରୋନା ଲକ୍‌ଡାଉନ ଯୋଗୁଁ ସୁଟିଂ ବନ୍ଦ ହୋଇଯିବା ପରେ ଓଡ଼ିଶା ଫେରିଆସି ଭୁବନେଶ୍ୱର ପଳାଶୁଣୀ ହାଟରେ ପିଆଜ ବିକୁଛନ୍ତି।

Related story