ଓଡ଼ିଆ କିନ୍ନର ‘ରାଣୀ’ ଏବେ ଉବେରର ୧ ନମ୍ୱର ଡ୍ରାଇଭର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ। ଭାରତର ୧ ନମ୍ବର ଉବେର ଡ୍ରାଇଭର ଭାବରେ ରାଣୀ ସଫଳତା ହାସଲ କରିଛନ୍ତି। ଉବେର ପକ୍ଷରୁ ତାଙ୍କୁ ଏହି ମାନ୍ୟତା ଦିଆଯାଇଛି। ୫ ଷ୍ଟାର ରେଟିଂ ସହ ସେ ଦେଶର ଏକ ନମ୍ବର ଉବେର ଚାଳକ ହୋଇଛନ୍ତି।  କିନ୍ନରମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ଆଡ଼େଇ ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ଏହି ସବୁ ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି। ଲୋକଙ୍କ ଟାହି ଟାପରାକୁ […]

bbsr

bbsr

Jyoshna Pradhan
  • Published: Saturday, 14 September 2019
  • Updated: 14 September 2019, 03:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ। ଭାରତର ୧ ନମ୍ବର ଉବେର ଡ୍ରାଇଭର ଭାବରେ ରାଣୀ ସଫଳତା ହାସଲ କରିଛନ୍ତି। ଉବେର ପକ୍ଷରୁ ତାଙ୍କୁ ଏହି ମାନ୍ୟତା ଦିଆଯାଇଛି।

୫ ଷ୍ଟାର ରେଟିଂ ସହ ସେ ଦେଶର ଏକ ନମ୍ବର ଉବେର ଚାଳକ ହୋଇଛନ୍ତି।  କିନ୍ନରମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ଆଡ଼େଇ ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ଏହି ସବୁ ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି। ଲୋକଙ୍କ ଟାହି ଟାପରାକୁ ଖାତିର ନକରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଛନ୍ତି।

ଏନେଇ ରାଣୀ କହିଛନ୍ତି,‘‘ପ୍ରଥମେ ମୁଁ ୨୦୧୬ ମସିହାରେ ଅଟୋ ଚଲାଉଥିଲି। ହେଲେ ଅଟୋରେ କେହି ବସୁ ନଥିଲେ। ଏହିକଥା ସମସ୍ତେ ଜାଣିଛନ୍ତି। ମୁଁ ତ କେବେ ଭାବି ନଥିଲି ମୋତେ କିଏ ସହଯୋଗ କରିବ। ଆମେ ଅବହେଳିତ, ନିଷ୍ପେଷିତ ଓ ଘୃଣାର ପାତ୍ର। ଏତେ ଆଗକୁ ଯିବି ବୋଲି ଭାବି ନଥିଲି। ଏହା ଭଗବାନଙ୍କ ଇଚ୍ଛା। ମୁଁ ଗାଡ଼ି ଚଲାଇବା ଭିତରେ ୯୦ ପ୍ରତିଶତ ମହିଳା ମୋ ଗାଡ଼ିରେ ବସିଥିବେ। କେହି ମୋତେ ମାମା, ଅପା, ଦିଦି ବୋଲି କହିଥାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos