ଦୁବାଇରେ ଫସିରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ, କେନ୍ଦ୍ର ସରକାର ବଢ଼ାଇଲେ ସହାୟତାର ହାତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮ ମାସ ହେଲା ମିଳିନି ଦରମା, ଭାରତ ଫେରଆସିବାକୁ ପାଖରେ ଅର୍ଥ ନାହିଁ କି ପାସପୋର୍ଟ ନାହିଁ। ସେମାନେ ଅପେକ୍ଷା କରି ପଡ଼ି ରହିଛନ୍ତି ଗୋଟିଏ ନୂଆ ସକାଳକୁ ଯାହା ସେମାନଙ୍କୁ ଜନ୍ମମାଟି ଓଡ଼ିଶା କୋଳକୁ ଫେରାଇ ଆଣିବ। ରୋଜଗାର ପାଇଁ ଏଜେଣ୍ଟଙ୍କ ମାଧ୍ୟମରେ ଦୁବାଇ ଯାଇ ଦୀର୍ଘ ଏଗାର ମାସ ହେଲା ଏଭଳି ସ୍ଥିତିରେ ଫସିରହିଥିବା ଶ୍ରମିକଙ୍କ ବାବଦରେ ଓଟିଭିରେ ଖବର ପ୍ରସାରଣ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରୀ […]

dubai

dubai

Subrat Kumar Nayak
  • Published: Friday, 07 June 2019
  • Updated: 07 June 2019, 01:43 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮ ମାସ ହେଲା ମିଳିନି ଦରମା, ଭାରତ ଫେରଆସିବାକୁ ପାଖରେ ଅର୍ଥ ନାହିଁ କି ପାସପୋର୍ଟ ନାହିଁ। ସେମାନେ ଅପେକ୍ଷା କରି ପଡ଼ି ରହିଛନ୍ତି ଗୋଟିଏ ନୂଆ ସକାଳକୁ ଯାହା ସେମାନଙ୍କୁ ଜନ୍ମମାଟି ଓଡ଼ିଶା କୋଳକୁ ଫେରାଇ ଆଣିବ। ରୋଜଗାର ପାଇଁ ଏଜେଣ୍ଟଙ୍କ ମାଧ୍ୟମରେ ଦୁବାଇ ଯାଇ ଦୀର୍ଘ ଏଗାର ମାସ ହେଲା ଏଭଳି ସ୍ଥିତିରେ ଫସିରହିଥିବା ଶ୍ରମିକଙ୍କ ବାବଦରେ ଓଟିଭିରେ ଖବର ପ୍ରସାରଣ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଚିଠି ଲେଖିଥିଲେ। ଆଉ ଏବେ ସେମାନଙ୍କ ପାଇଁ  ଅଣ୍ଟା ଭିଡ଼ିଛନ୍ତି ପ୍ରବାସୀ ଓଡ଼ିଆ। ଗୁରୁବାର ଓଡ଼ିଆ କମ୍ୟୁନିଟି ଦୁବାଇ ପକ୍ଷରୁ ପ୍ରଫେସର ସମ୍ଭ୍ରମ ପଟ୍ଟନାୟକ ଏବଂ ତାଙ୍କ ବନ୍ଧୁ ଡକ୍ଟର ଚନ୍ଦ୍ରଶେଖର ଖୁଣ୍ଟିଆ ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରି ସେମାନଙ୍କ ପାଖରେ ପହଞ୍ଚିବା ସହିତ ସେମାନଙ୍କୁ ସ୍ୱଦେଶ ଫେରାଇବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଦୁଇରୁ ୩ ସପ୍ତାହ ମଧ୍ୟରେ ଓଡ଼ିଶା ଫେରିଆସିବେ ବୋଲି ଜଣାପଡ଼ିଛି।

ସମ୍ଭ୍ରମ କହିବା ଅନୁଯାୟୀ, ସେ ପ୍ରଥମେ ଓଟିଭିରୁ ଏ ବାବଦରେ ଜାଣିବାକୁ ପାଇଥିଲେ ଯେ ଦୁବାଇରେ ୧୦ ଜଣ ଓଡ଼ିଆ ଶ୍ରମିକ ଫସିରହିଛନ୍ତି। ଏହାପରେ ସେ ସେମାନଙ୍କୁ କିଭଳି ସହାୟତା କରିବେ ଚିନ୍ତା ପ୍ରକଟ କରିବା ପରେ ଏ ଖବର କରିଥିବା ଓଟିଭିର ନୟାଗଡ଼ ପ୍ରତିନିଧି ଆର୍ତ୍ତତ୍ରାଣ ପ୍ରଧାନଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କଠାରୁ ଗୁମାନ ମହାରଣା ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍‌ ନମ୍ବର ପାଇଥିଲେ। ସମ୍ଭ୍ରମ ଏହି ଫୋନ୍‌ ନମ୍ବର ଯୋଗେ ସେମାନଙ୍କ ସହ କଥା ହେବା ସହ ସେମାନଙ୍କୁ ସ୍ୱଦେଶ ଫେରାଇବେ ବୋଲି ଆଶ୍ୱାସନା ଦେଇଥିଲେ।

ଏହା ପରେ ସମ୍ଭ୍ରମ ଏବଂ ତାଙ୍କ ବନ୍ଧୁ ସେଠାରେ ଅବସ୍ଥାପିତ ଦୂତାବାସ ସହ ଯୋଗାଯୋଗ କରିଥିଲେ। ସେମାନେ ଏ ବାବଦରେ ଅବଗତ ଥିବା ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଚିଠି ଲେଖିଥିବା ଏବଂ ମନ୍ତ୍ରଣାଳୟ ସମେତ ସ୍ଥାନୀୟ ଦୂତାବାସ ସେମାନଙ୍କୁ ସ୍ୱଦେଶ ଫେରାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ବୋଲି ଏହି ଅବସରରେ କୁହାଯାଇଥିଲା। ଉଭୟ ବୈଦେଶିକ ମନ୍ତ୍ରଣାଳୟ ଏବଂ ଧର୍ମେନ୍ଦ୍ରଙ୍କ କାର୍ଯ୍ୟାଳୟ ସହ ସମ୍ପୂର୍ଣ୍ଣ ସ୍ଥିତି ବାବଦରେ ଆଲୋଚନା ପରେ ଦୂତାବାସର ଅଧିକାରୀଙ୍କ ସହ ସମ୍ଭ୍ରମ ଏବଂ ତାଙ୍କ ବନ୍ଧୁ ସାରଜା ସ୍ଥିତ ଶ୍ରମିକ କ୍ୟାମ୍ପକୁ ଯାଇଥିଲେ।

ସେଠାରେ ପହଞ୍ଚିବା ପରେ ସ୍ଥିତି ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଓଡ଼ିଆମାନେ ମାତ୍ର ୩ ମାସର ଦରମା ପାଇବା ପରେ ଗତ ୮ ମାସ ହେଲା ଦରମା ପାଇନାହାନ୍ତି। ଏପରିକି କମ୍ପାନୀ ପକ୍ଷରୁ ସେମାନଙ୍କୁ ଠିକ୍‌ରେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉନଥିଲା। ପରିସ୍ଥିତିକୁ ଲକ୍ଷ୍ୟ କରି ଦୂତାବାସ ପକ୍ଷରୁ ପ୍ରତି ବ୍ୟକ୍ତିଙ୍କୁ ୨୦୦ ଏଇଡି (ଆରବ ଏମିରେଟ୍‌ ଦିରହାମ୍‌) ଆର୍ଥିକ ସହାୟତା ସହ ଗୋଟିଏ ସପ୍ତାହ ପାଇଁ ଆବଶ୍ୟକୀୟ ରାସନ୍‌ ସାମଗ୍ରୀ ଯୋଗାଇଦିଆଯାଇଛି। ଆବଶ୍ୟକ ସ୍ଥଳେ ଅନ୍ୟ ସହାୟତା ମଧ୍ୟ ଯୋଗାଇଦିଆଯିବ ଏବଂ ୨ରୁ ୩ ସପ୍ତାହ ମଧ୍ୟରେ ସେମାନଙ୍କୁ ଓଡ଼ିଶା ଫେରିଆଣିବା ନେଇ ପ୍ରୟାସ ଚାଲିଥିବା ସେ କହିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେମାନଙ୍କୁ ନିଯୁକ୍ତି ନାମରେ ଠକିଥିବା କମ୍ପାନୀ ସେମାନଙ୍କ ପାସପୋର୍ଟ ମଧ୍ୟ ରଖିଦେଇଛି, ଯାହାକି ବେଆଇନ। ଏପରିକି ସେମାନଙ୍କୁ ଯେଉଁ ପାସପୋର୍ଟ ଦେଇ ଦୁବାଇ ନିଆଯାଇଥିଲା ତାହା ସ୍ୱଳ୍ପ ଅବଧିର ଭିଜିଟିଂ ପାସପୋର୍ଟ ବୋଲି ଜଣାପଡ଼ିଛି। ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ପାସପୋର୍ଟ ହିଁ ବର୍ତ୍ତମାନ ସବୁଠାରୁ ଜରୁରୀ। ଦୂତାବାସ ଉକ୍ତ କମ୍ପାନୀ ସହ ଯୋଗାଯୋଗ କରି ଶ୍ରମିକମାନଙ୍କ ପାସପୋର୍ଟ ଫେରାଇ ଆଣିବାର ବ୍ୟବସ୍ଥା କରୁଥିବା ସେ କହିଛନ୍ତି। ଶୁକ୍ରବାର ଏହି କମ୍ପାନୀ କର୍ତ୍ତୃପକ୍ଷ ଦୂତାବାସ ଆସି ଭେଟିବାର ଅଛି ବୋଲି ସମ୍ଭ୍ରମ ସୂଚନା ଦେଇଛନ୍ତି।

ଏହି ୧୦ ଜଣ ଓଡ଼ିଆ ଶ୍ରମିକଙ୍କରର ଓଡ଼ିଶା ଫେରିବାର ସମ୍ଭାବନା ଉଜ୍ଜଳ ହେଉଥିବାବେଳେ ଓଟିଭିର ସୂଚନା ଏବଂ ଏଥିରେ ସହାୟତାର ହାତ ବଢ଼ାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଦେଶିକ ମନ୍ତ୍ରଣାଳୟର ଉଦ୍ୟମକୁ ସମ୍ଭ୍ରମ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ ଦୁବାଇକୁ କର୍ମ ଅନ୍ୱେଷଣରେ ଯାଉଥିବା ଭାରତୀୟ ବିଶେଷ କରି ଓଡ଼ିଆମାନ ଉଦ୍ଦେଶ୍ୟରେ କହିଛନ୍ତି, ଯେ କୌଣସି କମ୍ପାନୀ ନିଯୁକ୍ତି ଦେଉ ପ୍ରଥମେ ଦୂତାବାସ ସହିତ ତା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବା ପରେ ଯାଇ କିଛି ନିଷ୍ପତ୍ତି ନିଅନ୍ତୁ। ବାରମ୍ବାର ଏଭଳି ଘଟୁଥିବାବେଳେ ସେ ଜାଣିବାକୁ ପାଇଛନ୍ତି ଏଭଳି ନିଯୁକ୍ତି ପାଇଁ ଏହି ନିରୀହ ଲୋକଙ୍କଠାରୁ ଅଗ୍ରୀମ ଟଙ୍କା ମଧ୍ୟ ନିଆଯାଇଥିଲା। ଯାହାର ପରିମାଣ ସେମାନଙ୍କୁ ମିଳିଥିବା ଦରମାଠାରୁ ଯଥେଷ୍ଟ ଅଧିକ।

ଫସିରହିଥିବା ୧୦ ଜଣ ଓଡ଼ିଆ ଗୁମାନ ମହାରଣା, ପ୍ରତାପ ମହାରଣା, ବିପିନା ସ୍ୱାଇଁ, ସୁଧାକର ସ୍ୱାଇଁ, ପ୍ରଭାତ ମହାପାତ୍ର, ପ୍ରକାଶ ପ୍ରଧାନ, ଡି ରାମା ରାଓ ଦୋରା, ମଦନା ସାହୁ, ପଙ୍କଜ ସାଧବ ଏବଂ ଧନୁ ସାଧବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos