ବାପାଙ୍କ ଶୁଦ୍ଧିକ୍ରିୟାକୁ ଆସିଥିଲେ, ଏବେ ତାଙ୍କର ଶୁଦ୍ଧିକ୍ରିୟା ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଏ ସେହି ଓଡ଼ିଆ ପୁଅ ମନୋରଞ୍ଜନ ଲେଙ୍କା। ଯିଏ ଦିନେ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କୁ ନିପାତ କରିବା ପାଇଁ ପଣ କରିଥିଲେ। ଆଜି ସେ ମାଓବାଦୀଙ୍କର ଶିକାର ହୋଇଗଲେ। ଛତିଶଗଡ଼ ସୁକମା କିସ୍ତାରାମ ଅଞ୍ଚଳରେ ହୋଇଥିବା ମାଓବାଦୀ ହମ୍‌ଲାରେ ସହିଦ ହେଲେ ମନୋରଞ୍ଜନ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁର ଦୁର୍ଯ୍ୟୋଧନ ଲେଙ୍କାଙ୍କ ପୁଅ ମନୋରଞ୍ଜନ। ୨୦୧୪ ମସିହାରେ ସିଆରପିଏଫ୍ ୨୧୨ ବାଟାଲିୟନରେ ଯୋଗଦେଇଥିଲେ। କିଛି ଦିନ ତଳେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। […]

odia son death in sukma naxal attack

Rakesh Mallick
  • Published: Tuesday, 13 March 2018
  • , Updated: 13 March 2018, 07:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଏ ସେହି ଓଡ଼ିଆ ପୁଅ ମନୋରଞ୍ଜନ ଲେଙ୍କା। ଯିଏ ଦିନେ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କୁ ନିପାତ କରିବା ପାଇଁ ପଣ କରିଥିଲେ। ଆଜି ସେ ମାଓବାଦୀଙ୍କର ଶିକାର ହୋଇଗଲେ। ଛତିଶଗଡ଼ ସୁକମା କିସ୍ତାରାମ ଅଞ୍ଚଳରେ ହୋଇଥିବା ମାଓବାଦୀ ହମ୍‌ଲାରେ ସହିଦ ହେଲେ ମନୋରଞ୍ଜନ।

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁର ଦୁର୍ଯ୍ୟୋଧନ ଲେଙ୍କାଙ୍କ ପୁଅ ମନୋରଞ୍ଜନ। ୨୦୧୪ ମସିହାରେ ସିଆରପିଏଫ୍ ୨୧୨ ବାଟାଲିୟନରେ ଯୋଗଦେଇଥିଲେ। କିଛି ଦିନ ତଳେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଘରକୁ ଆସିଥିଲେ। ଗତ ରବିବାର କାର୍ଯ୍ୟରେ ଯୋଗଦେବା ପାଇଁ ଘରୁ ବାହାରିଥିଲେ। ସୋମବାର ଚାକିରିରେ ଯୋଗଦେଇ ଥିଲେ। ଆଜି ସାଥୀଙ୍କ ସହିତ ମନୋରଞ୍ଜନ କିସ୍ତାରାମ ଓ ସୁକମା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମାଓବାଦୀ ଆକ୍ରମଣ କରିଥିଲେ। ଫଳରେ ୯ ଜଣ ଯବାନ ସହିଦ ହୋଇଥିଲେ ଓ ୨ ଜଣ ଗୁରୁତର ଆହତ ହୋଇଥିଲେ।

Related story