କୋଟାରେ ଫସିଥିଲେ ଓଡ଼ିଆ ଛାତ୍ରଛାତ୍ରୀ, ଆଜି ବାହାରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜସ୍ଥାନ କୋଟାକୁ ଏଣ୍ଟ୍ରାନ୍ସ କୋଚିଂ ନେବାକୁ ଯାଇ ଫସି ରହିଥିବା ଛାତ୍ରଛାତ୍ରୀ ଆଜି ଓଡ଼ିଶା ଅଭିମୁଖେ ବାହାରିବେ। ନିଜ ନିଜ ବ୍ୟବସ୍ଥାରେ ସେମାନେ କୋଟାରୁ ବସ୍‌ରେ ଫେରିବେ । ଓଡ଼ିଶା ସରକାରଙ୍କ ପକ୍ଷରୁ କେବଳ ଗାଡ଼ି ପରମିଟ୍ ସହ ଅନ୍ୟ ବ୍ୟବସ୍ଥା କରାଯିବ। ଏଥିପାଇଁ ୯୭୫ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର । ଫେରିବା ପରେ ସମସ୍ତ ଛାତ୍ରଛାତ୍ରୀ ନିଜ ଜିଲ୍ଲାକୁ ଯାଇ ଗାଇଡ଼ଲାଇନ୍ ମାନି ରହିବେ। ରାଜସ୍ଥାନ କୋଟାକୁ ଏଣ୍ଟ୍ରାନ୍ସ […]

kota-1--1

kota-1--1

Niharika Rout
  • Published: Thursday, 30 April 2020
  • Updated: 30 April 2020, 08:22 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜସ୍ଥାନ କୋଟାକୁ ଏଣ୍ଟ୍ରାନ୍ସ କୋଚିଂ ନେବାକୁ ଯାଇ ଫସି ରହିଥିବା ଛାତ୍ରଛାତ୍ରୀ ଆଜି ଓଡ଼ିଶା ଅଭିମୁଖେ ବାହାରିବେ। ନିଜ ନିଜ ବ୍ୟବସ୍ଥାରେ ସେମାନେ କୋଟାରୁ ବସ୍‌ରେ ଫେରିବେ । ଓଡ଼ିଶା ସରକାରଙ୍କ ପକ୍ଷରୁ କେବଳ ଗାଡ଼ି ପରମିଟ୍ ସହ ଅନ୍ୟ ବ୍ୟବସ୍ଥା କରାଯିବ। ଏଥିପାଇଁ ୯୭୫ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର । ଫେରିବା ପରେ ସମସ୍ତ ଛାତ୍ରଛାତ୍ରୀ ନିଜ ଜିଲ୍ଲାକୁ ଯାଇ ଗାଇଡ଼ଲାଇନ୍ ମାନି ରହିବେ।

ରାଜସ୍ଥାନ କୋଟାକୁ ଏଣ୍ଟ୍ରାନ୍ସ କୋଚିଂ ନେବାକୁ ଯାଇ ଲକ୍‌ ଡାଉନ ଯୋଗୁ ଫସି ରହିଥିଲେ  ପ୍ରାୟ ୧୨ଶହରୁ ଅଧିକ ଓଡ଼ିଆ ପିଲା।    ହଷ୍ଟେଲରୁ ଅଧିକାଂଶ ରାଜ୍ୟ ସେମାନଙ୍କ ପିଲାଙ୍କୁ ନେଇ ସାରିଥିବା ବେଳେ ଓଡ଼ିଶାର ପିଲାମାନେ ବହୁ ହଇରାଣର ସମ୍ମୁଖୀନ ହେଉଥିଲେ। ଫଳରେ ନିଜ ଘରକୁ ଫେରାଇ ନେବାକୁ ସେମାନେ ସରକାରଙ୍କ ନିକଟରେ ନିବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos