ବଦ୍ରିନାଥରେ ଫସିଛନ୍ତି ୪୨ ଜଣ ଓଡ଼ିଆ ତୀର୍ଥଯାତ୍ରୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବଦ୍ରିନାଥରେ ଫସିଛନ୍ତି ୪୨ ଜଣ ଓଡ଼ିଆ ତୀର୍ଥଯାତ୍ରୀ। ପ୍ରବଳ ତୁଷାରପାତ ଯୋଗୁ ଆସି ନପାରି ଏକ ଧର୍ମଶାଳାରେ ଆଶ୍ରୟ ନେଇଛନ୍ତି। ଗତ ୨୬ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ୪୨ ଜଣ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଯାଇଥିଲେ। ହେଲେ ଦର୍ଶନ ସାରି ଗତକାଲି ଫେରିବା ବେଳେ ପ୍ରବଳ ତୁଷାରପାତ ହୋଇଥିଲା। ଫଳରେ ରାସ୍ତା ଜାମ୍ ହୋଇଯାଇଛି। ତେଣୁ ସେମାନେ ଫସି ରହିଛନ୍ତି। ବଦ୍ରିନାଥରେ ଫସିଥିବା ୪୨ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ସହାୟତା କରିବା […]

1

1

Jitendra Garnayak
  • Published: Sunday, 04 November 2018
  • Updated: 04 November 2018, 01:30 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବଦ୍ରିନାଥରେ ଫସିଛନ୍ତି ୪୨ ଜଣ ଓଡ଼ିଆ ତୀର୍ଥଯାତ୍ରୀ। ପ୍ରବଳ ତୁଷାରପାତ ଯୋଗୁ ଆସି ନପାରି ଏକ ଧର୍ମଶାଳାରେ ଆଶ୍ରୟ ନେଇଛନ୍ତି।

80ଗତ ୨୬ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ୪୨ ଜଣ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଯାଇଥିଲେ। ହେଲେ ଦର୍ଶନ ସାରି ଗତକାଲି ଫେରିବା ବେଳେ ପ୍ରବଳ ତୁଷାରପାତ ହୋଇଥିଲା। ଫଳରେ ରାସ୍ତା ଜାମ୍ ହୋଇଯାଇଛି। ତେଣୁ ସେମାନେ ଫସି ରହିଛନ୍ତି।

2

ବଦ୍ରିନାଥରେ ଫସିଥିବା ୪୨ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ସହାୟତା କରିବା ଲାଗି ରାଜ୍ୟ ସରକାର ପ୍ରୟାସ କରୁଥିବା ସୂଚନା ଦେଇଛନ୍ତି ଯୁଗ ରିଲିଫ କମିଶନର ପ୍ରଭାତ ରଂଜନ ମହାପାତ୍ର।  ଉତ୍ତରାଖଣ୍ଡ ପ୍ରଶାସନ ସହ ଯୋଗାଯୋଗ କରାଯାଇ ଫସିଥିବା ଓଡ଼ିଆଙ୍କୁ ଖାଦ୍ୟ ଯୋଗାଇବାକୁ ଅନୁରୋଧ କରାଯାଇଛି।  ଏନେଇ ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଉତ୍ତରାଖଣ୍ଡ ପ୍ରଶାସନକୁ ଚିଠି ଲେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos