ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘୋଷଣା ହେଲେ +୨ ଅପ୍ସନାଲ୍ ପରୀକ୍ଷା ପାଇଁ ତାରିଖ। ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ +୨ ଅପ୍ସନାଲ ପରୀକ୍ଷା ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କରୋନା ପାଇଁ ମାର୍ଚ୍ଚ ୨୩ରୁ ୨୮ ଯାଏଁ ହୋଇପାରିନଥିବା ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କଲା CHSE।
ନଭେମ୍ବର ୫ ତାରିଖରେ ଅର୍ଥନୀତି, ଜୀବ ବିଜ୍ଞାନ, ୬ ତାରିଖରେ ପରିସଂଖ୍ୟାନ, ନୃତତ୍ତ୍ୱ, ସମାଜ ବିଜ୍ଞାନ ଏବଂ ୭ ତାରିଖରେ ତର୍କଶାସ୍ତ୍ର, ଭୂଗୋଳ ପରୀକ୍ଷା ହେବ। ତେବେ କୋଭିଡ୍ ଗାଇଡ଼ଲାଇନ ମାନି ପରୀକ୍ଷା ଦେବାକୁ CHSE ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।