ବିପଦରେ କଅଁଳ କଢ଼ି: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ଘଟଣାକୁ ନେଇ ବିଧାନସଭା ଅଚଳ। ରାଜ୍ୟରେ ବଢ଼ିଚାଲିଥିବା ଶିଶୁ ଯୌନ ନିର୍ଯାତନା ଓ ଅତ୍ୟାଚାରକୁ ନେଇ ଆଜି ଗୃହରେ ମିଳିତ ଭାବେ ହଙ୍ଗାମା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଆଇନ୍‌ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରବଳ ହଟ୍ଟଗୋଳ ପାଇଁ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଛି।  ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ମଧ୍ୟ କୌଣସି ନିଷ୍କର୍ଷ ନବାହାରିବାରୁ […]

430

430

Tapas Behera
  • Published: Monday, 22 July 2019
  • Updated: 22 July 2019, 09:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ଘଟଣାକୁ ନେଇ ବିଧାନସଭା ଅଚଳ। ରାଜ୍ୟରେ ବଢ଼ିଚାଲିଥିବା ଶିଶୁ ଯୌନ ନିର୍ଯାତନା ଓ ଅତ୍ୟାଚାରକୁ ନେଇ ଆଜି ଗୃହରେ ମିଳିତ ଭାବେ ହଙ୍ଗାମା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଆଇନ୍‌ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରବଳ ହଟ୍ଟଗୋଳ ପାଇଁ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଛି।  ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ମଧ୍ୟ କୌଣସି ନିଷ୍କର୍ଷ ନବାହାରିବାରୁ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଏବଂ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରି ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ସେପଟେ ଭବାନୀପାଟଣା ଆଶ୍ରୟଗୃହ ନାବାଳିକା ନିର୍ଯାତନା ମାମଲାରେ ଅଭିଯୁକ୍ତ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ଭବାନୀପାଟଣା ପୁଲିସ।

ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅଳିଆ ଗଦାକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ଭବାନୀପାଟଣାରେ ଆଶ୍ରୟଦାତାର ପାପ ନଜରରୁ ବର୍ତ୍ତିପାରିଲାନି ଏଚ୍ଆଇଭି ଆକ୍ରାନ୍ତ କୁନିଝିଅ। ଅତ୍ୟାଚାର, ବ୍ୟଭିଚାର, ଦୁଷ୍କର୍ମ। ଶିଶୁଙ୍କ ପ୍ରତି ଉଦ୍‌ବେଗଜନକ ଭାବେ ବଢ଼ିଚାଲିଥିବା ଏଭଳି ଅପରାଧକୁ ନେଇ ଆଜି କମ୍ପିଛି ବିଧାନସଭା।  ବିରୋଧୀ ଅଭିଯୋଗ କରିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ପୂର୍ବରୁ ପୁରୀ ପଟ୍ଟନାଇକା ଛକ ହତ୍ୟାକାଣ୍ଡ ଓ କେନ୍ଦ୍ରାପଡ଼ା ନିର୍ବାଚନ ବେଳେ ଗୁଳିମାଡ଼ ଘଟଣା ପରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିଲେ। କହିଥିଲେ ଆଇନ୍‌ ଶୃଙ୍ଖଳା ଠିକ୍ ଅଛି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରର ଯଥାର୍ଥତା ନାହିଁ। ସ୍ଥିତି ବିଗିଡ଼ି ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଉଭୟ ବିଜେପି ଓ କଂଗ୍ରେସ ଗୃହରେ ପ୍ରବଳ ହୋହଲ୍ଲା ଓ ନାରାବାଜି କରିଥିଲେ। ଏପରିକି ଏନେଇ ରାଜ୍ୟସରକାରଙ୍କୁ ଉତ୍ତର ରଖିବାକୁ ବାଚସ୍ପତିଙ୍କ ରୁଲିଂ ବି କାମ ଦେଇ ନଥିଲା ଗୃହର ମଧ୍ୟଭାଗକୁ ଆସି ବିରୋଧୀ ସଦସ୍ୟମାନେ ହଙ୍ଗାମା ଓ ହଟ୍ଟଗୋଳ କରିବାରୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା॥ ଫଳରେ ସ୍ଥିତି ସ୍ୱାଭାବିକ୍‌ କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି।

ଏପଟେ ଭବାନୀପାଟଣା ଆଶ୍ରୟଗୃହ କୁକର୍ମ ମାମଲାରେ ଆଜି ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଗିରଫ କରିଛି ପୋଲିସ ସିଡବ୍ଲୁସି। ତଦନ୍ତରୁ ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିବା ପରେ ଆଜି ନିର୍ଦ୍ଦେଶକଙ୍କ ନାଁରେ ଏତଲା ଦିଆଯାଇଥିଲା ।  ତେଣୁ ପୀଡ଼ିତା ଓ ତାଙ୍କ ମାଙ୍କ ଅଭିଯୋଗ ଆଧାରରେ ସରୋଜଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story