ଓଡ଼ିଶାକୁ ଗର୍ବିତ କଲେ କୁନି ସୁନ୍ଦରୀ ଲାବଣ୍ୟା
- Published: Thursday, 21 September 2017
- , Updated: 21 September 2017, 10:28 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ରାଜ୍ୟ ଓଡ଼ିଶାରେ ଭରି ରହିଛନ୍ତି ଅନେକ ସୁନ୍ଦରୀ ପ୍ରତିଭା। ଅନେକ କୁନି ପ୍ରତିଭା ମଧ୍ୟ ଆନ୍ତର୍ଜାତିକ ସ୍ତରରେ କୃତିତ୍ୱ ହାସଲ କରୁଛନ୍ତି। ନିକଟରେ କେରଳର କୋଚିରେ ଅନୁଷ୍ଠିତ ପ୍ରି-ଟିନ୍ ଜୁନିଅର ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଲାବଣ୍ୟା ବିଜୟୀ ହୋଇଛନ୍ତି। ସାରା ଦେଶରୁ ଆସିଥିବା କୁନି ସୁନ୍ଦରୀମାନଙ୍କୁ ନେଇ ପ୍ରତିବର୍ଷ ଏହି ପ୍ରତିଯୋଗିତାର ଆୟୋଜନ ହୋଇଥାଏ। ଏଠାରେ କୃତକାର୍ଯ୍ୟ ହେଉଥିବା ପ୍ରତିଯୋଗୀ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି।</p>
<p>୧୨ ବର୍ଷୀୟା ଝିଅ ଲାବଣ୍ୟା ପିଲାବେଳୁ ହିଁ ମଡେଲିଂ ପାଇଁ ଆଗ୍ରହୀ ଥିଲେ। ଚାହୁଁଥିଲେ ଏ କ୍ଷେତ୍ରରେ ରାଜ୍ୟର ନାଁ ରଖିବେ। ଶେଷରେ ସେ ଏ ଦିଗରେ ସଫଳତା ପାଇଛନ୍ତି। ତେବେ ତାଙ୍କୁ ସୌନ୍ଦର୍ଯ୍ୟ କ୍ଷେତ୍ରରେ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ପରିବାର ଲୋକେ କହିଛନ୍ତି। ଏ ଦିଗରେ ଲାବଣ୍ୟାଙ୍କୁ ତାଙ୍କ ବାପା ମାଆ ସହଯୋଗ କରୁଛନ୍ତି। ଏହି ସଫଳତା ପରେ ଲାବଣ୍ୟା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବାକୁ ଗ୍ରୀସ ଯିବେ।</p>
<p>[vc_video link="" align="center"]</p>