ମହଙ୍ଗା ପଡ଼ିଲା ବୁଝାମଣା, ବିଜେପି ଆଗରେ ନୂଆ ଚ୍ୟାଲେଞ୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସରକାର ଗଢ଼ିବା ପାଇଁ ‘ମିଶନ ୧୨୦’ର ସ୍ୱପ୍ନ ଦେଖୁଥିବା ବିଜେପିକୁ ୨୦୧୯ ସାଧାରଣ ନିର୍ବାଚନ ପରେ ନିଜର ରଣନୀତି ବଦଳାଇବା ମହଙ୍ଗା ପଡ଼ିଛି। ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନର ଫଳାଫଳ ଏହାର ପ୍ରମାଣ ଦେଇଥିବାବେଳେ ବିଜେପିର ନିର୍ବାଚନ ଲଢ଼ିବାର ରଣକୌଶଳ ଓ ଶୈଳୀ ହିଁ ଦଳଠୁ ଲୋକମାନେ ମୁହଁ ଫେରାଇ ନେବାରେ ଲାଗିଥିବାର ଆଭାସ ଦେଇଛି। ଆଉ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳ ହେବାର ମୁକୁଟ ପିନ୍ଧିଥିବା ବିଜେପିକୁ […]

odisha-bjp-will-face-new-problems

odisha-bjp-will-face-new-problems

Manoranjan Sial
  • Published: Thursday, 24 October 2019
  • Updated: 24 October 2019, 08:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସରକାର ଗଢ଼ିବା ପାଇଁ ‘ମିଶନ ୧୨୦’ର ସ୍ୱପ୍ନ ଦେଖୁଥିବା ବିଜେପିକୁ ୨୦୧୯ ସାଧାରଣ ନିର୍ବାଚନ ପରେ ନିଜର ରଣନୀତି ବଦଳାଇବା ମହଙ୍ଗା ପଡ଼ିଛି। ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନର ଫଳାଫଳ ଏହାର ପ୍ରମାଣ ଦେଇଥିବାବେଳେ ବିଜେପିର ନିର୍ବାଚନ ଲଢ଼ିବାର ରଣକୌଶଳ ଓ ଶୈଳୀ ହିଁ ଦଳଠୁ ଲୋକମାନେ ମୁହଁ ଫେରାଇ ନେବାରେ ଲାଗିଥିବାର ଆଭାସ ଦେଇଛି। ଆଉ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳ ହେବାର ମୁକୁଟ ପିନ୍ଧିଥିବା ବିଜେପିକୁ ପୁଣିଥରେ ତୃତୀୟ ସ୍ଥାନକୁ ଯିବାକୁ ବେଶୀଦିନ ଲାଗିବ ନାହିଁ ବୋଲି ରାଜନୀତିକ ମହଲରେ ଆକଳନ କରାଯାଉଛି। ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଉଭୟ ବିଜେଡି ଓ ବିଜେପିର ଏଭଳି ଅପ୍ରତ୍ୟାଶିତ ୟୁ-ଟର୍ଣ୍ଣ ରାଜନୀତିକ ବିଶ୍ଲେଷକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବାବେଳେ କିଏ କାହାକୁ ଜାଲରେ ଫସାଇଛି ଓ ଏହି ବୁଝାମଣାରେ କାହାର ବେଶୀ ଫାଇଦା ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି।

ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ବିଜେପୁର ଉପନିର୍ବାଚନ ଫଳାଫଳ ନିଶ୍ଚିତ ଭାବେ ଉଭୟ ବିଜେଡି ଓ ବିଜେପିର ରାଜନୀତିକ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିବ। ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରତି ଦଳ ଭିତରେ ଓ ସାଧାରଣ ଭୋଟରଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ବିଜେପି ନିଜ ସପକ୍ଷରେ ନେବାରେ ସଫଳ ହୋଇପାରିଲା ନାହିଁ। ଏପରିକି ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେପି ଯେଉଁ ଜୋସରେ ନିର୍ବାଚନ ଲଢ଼ୁଥିଲା, ତାହା ବି ଏଥର ଦେଖିବାକୁ ମିଳିନଥିଲା। କେବଳ ଲୋକଦେଖାଣିଆ ଭାବେ ବିଜେପି ସେଠାରେ ପ୍ରାର୍ଥୀ ଦେଇଥିବା ଭଳି ଲାଗୁଥିଲା। ଅଶୋକ ପାଣିଗ୍ରାହୀଙ୍କ ଭଳି ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ଅବା ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ନେତାମାନେ ଅସନ୍ତୁଷ୍ଟ ଥିଲେ ମଧ୍ୟ ସେମାନଙ୍କୁ ନିଜ କ୍ୟାମ୍ପକୁ ଆଣିବାରେ ବିଜେପି ସାମାନ୍ୟତମ ପ୍ରୟାସ କରିନଥିଲା। ୨୦୧୮ ଉପନିର୍ବାଚନରେ ବିଜେପି ଯେଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ବିଜେଡି ଓ ସରକାରର କଳାକାରନାମାକୁ ନିୟମିତ ବ୍ୟବଧାନରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଉଥିଲା ତଥା ଗଣମାଧ୍ୟମରେ ସେଗୁଡ଼ିକ ବଖାଣୁଥିଲା ଚଳିତ ଉପନିର୍ବାଚନରେ ସେଭଳି ଦେଖିବାକୁ ମିଳିନି। ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ(ସେପ୍ଟେମ୍ବର ୨୮)ରେ ବିଜେପି ଥରୁଟିଏ କେବଳ ନିର୍ବାଚନ କମିଶନଙ୍କ ନିକଟରେ ସେଠାକାର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଫେରାଦ ହୋଇ ଚୁପ୍ ବସିଯାଇଥିଲା। ଆଉ ଏପଟେ ରାଜ୍ୟରେ ବିଜେପିର ଚେହେରା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବିଜେଡି ସହ ଲଢ଼ିବାର ନୂଆ ଫର୍ମୂଲା ଓ ପରିଭାଷା (ବିକାଶ କାର୍ଯ୍ୟ ପାଇଁ ସାଢ଼େ ୪ବର୍ଷ ଓ ନିର୍ବାଚନ ଲଢ଼ିବା ପାଇଁ ୬ମାସ) ମଧ୍ୟ ବିଜେପିର ନିର୍ବାଚନ ଫଳାଫଳକୁ ଅନେକାଂଶରେ ପ୍ରଭାବିତ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା।

କ୍ଷମତାସୀନ ବିଜେଡି ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରି ବିଜେପି ଯେଭଳି ଢଙ୍ଗରେ ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ପ୍ରମୁଖ ବିରୋଧୀ ଦଳ ପାଲଟିଥିଲା ଓ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାରେ ଲାଗିଥିଲା, ଏବେ ବିଜେପି ସେହି ଆଭିମୁଖ୍ୟରୁ ଓହରିବା ପରେ ଦଳର ଲୋକପ୍ରିୟତାକୁ ପ୍ରଭାବିତ କରାଇଛି। ପାଟକୁରାରେ ଯଥେଷ୍ଟ ବିଜୟ ସମ୍ଭାବନା ଥିବା ସତ୍ତେ୍ୱ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। ରାଜ୍ୟ ରାଜନୀତିକ ପରିଦୃଶ୍ୟରେ ଦେଖିଲେ, ବିଜେଡିଠୁ ଗୋଟିଏ ରାଜ୍ୟସଭା ଆସନ ନେବାର ମୂଲ୍ୟ ଏବେ ବିଜେପିକୁ ମହଙ୍ଗା ପଡ଼ିଥାଇପାରେ କିନ୍ତୁ ଜାତୀୟ ରାଜନୀତିକ ଦୃଶ୍ୟପଟ୍ଟରେ ବିଜେପିକୁ ବିଜେଡି ଭଳି ଏକ ବିଶ୍ୱସ୍ତ ସହଯୋଗୀ ମଧ୍ୟ ମିଳିଛି । ଯିଏକି ୨୦୧୯ ସାଧାରଣ ନିର୍ବାଚନ ପରେ କେନ୍ଦ୍ରର ମୋଦି ସରକାରର ପ୍ରତ୍ୟେକଟି ଆଭିମୁଖ୍ୟକୁ ବିନା ସର୍ତ୍ତ ସମର୍ଥନ ଦେଇଛି।

ଗୋଟିଏପଟେ ବିଜେପିର ବ୍ରେନ୍ କୁହାଯାଉଥିବା ସଂଘ ପରିବାର ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବା ଉପରେ ମାତ୍ରାଧିକ ଧ୍ୟାନକେନ୍ଦ୍ରିତ କରିଥିବାବେଳେ ବିଜେପି ଓ ବିଜେଡି ମଧ୍ୟରେ ଅଘୋଷିତ ବୁଝାମଣା ହିଁ ପରୋକ୍ଷରେ ରାଜ୍ୟରେ ଅସ୍ତିତ୍ୱ ଫେରିପାଇବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ନିମନ୍ତେ ବରଦାନ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି। କ୍ଷମତାବିରୋଧୀ ଜନମତକୁ ପୁଞ୍ଜି କରି ବିଜେପି ଯେଉଁ ସଫଳତା ରାଜ୍ୟରେ ପାଇଥିଲା ତାହା ବିଜେଡି ସହ ଅଘୋଷିତ ବୁଝାମଣା ଯୋଗୁ ଆଉ ହୁଏତ ମିଳିନପାରେ। ବିଜେପିର ଏହି ଆଭିମୁଖ୍ୟ ଜାରି ରହିଲେ ବିଜେଡି ସହ ମେଣ୍ଟ ସମ୍ପର୍କ ଭାଙ୍ଗିବା ପରେ ଦଳ ଯେଉଁ ସ୍ଥିତିରେ ଥିଲା ପୁଣିଥରେ ସେହି ସ୍ଥିତିକୁ ଆସିବାକୁ ବେଶୀ ଦିନ ସମୟ ଲାଗିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story