ଓଡ଼ିଶା ଇତିହାସରେ ସର୍ବକାଳୀନ ରେକର୍ଡ: ୨.୩୦ଲକ୍ଷ କୋଟି ଟଙ୍କାର ବଜେଟ୍‌

ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ରାଜ୍ୟ ସରକାର ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର ୨.୩୦ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।

Odisha Budget PhotoOR

ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ।

Ordigital Desk
  • Published: Friday, 24 February 2023
  • Updated: 24 February 2023, 07:06 PM IST

Sports

Latest News

ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ରାଜ୍ୟ ସରକାର ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର ୨.୩୦ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ବଜେଟର ପରିମାଣ ୧୫% ବୃଦ୍ଧି ପାଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏହି ବଜେଟରେ ୨୦ରୁ ଅଧିକ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରିବା ସହ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଭିତ୍ତିଭୂମି, ଯୁବବର୍ଗ, ମହିଳାଙ୍କ ସମେତ ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ବର୍ଗର କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି ।

ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା, ସାମାଜିକ ନିରାପତ୍ତା, ମାନବ ସମ୍ବଳର ବିକାଶ, ସାମାଜିକ ଭିତ୍ତିଭୂମିରେ ନିବେଶ ଆଦି ଉପରେ ବଜେଟରେ ଗୁରୁତ୍ୱ ରହିଛି । ନିର୍ବାଚନକୁ ଆଖିରେ ରଖି ନିଜର ପୁରୁଣା ଯୋଜନା ଓ କାର୍ଯ୍ୟକ୍ରମକୁ ଚଳାଇ ରଖିବାକୁ ବଜେଟରେ ରାଜ୍ୟ ସରକାରଙ୍କ ବେଶ୍ କସରତ କରିବାକୁ ପଡ଼ିଛି । ମୋଟ ବଜେଟ ବ୍ୟୟବରାଦର ୫୪.୪% ଅର୍ଥାତ ୧.୨୫ଲକ୍ଷ କୋଟି ଟଙ୍କା କେବଳ କାର୍ଯ୍ୟକ୍ରମ ବ୍ୟୟରେ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାକି ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୫% ଅଧିକ ।

Also Read

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨.୩୦ଲକ୍ଷ କୋଟି ଟଙ୍କାର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ସ୍ୱତନ୍ତ୍ର କୃଷି ବଜେଟର ପରିମାଣ ୨୪୮୨୯କୋଟି ଟଙ୍କା ସାମିଲ ରହିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୨୦୨୧-୨୨ ତୁଳନାରେ ୧୧.୫୪%ରୁ ୭.୮୨ ପ୍ରତିଶତକୁ ହ୍ରାସ ପାଇଥିଲେ ମଧ୍ୟ ୨୦୨୩-୨୪ରେ ଏହି ଆର୍ଥିକ ଅଭିବୃଦ୍ଧି ହାର ୮ରୁ ୮.୫ପ୍ରତିଶତ ରହିବ ବୋଲି ଆକଳନ ହୋଇଛି । ରାଜ୍ୟ ସରକାର  ୨.୩୦ଲକ୍ଷ କୋଟି ଟଙ୍କା ମଧ୍ୟରୁ ୫୪.୪% ଅର୍ଥାତ ୧.୨୫ଲକ୍ଷ ଟଙ୍କା କାର୍ଯ୍ୟକ୍ରମ ବ୍ୟୟ, ୪୦.୮୭% ଅର୍ଥାତ ୯୪ହଜାର କୋଟି ଟଙ୍କା ପ୍ରଶାସନିକ ବ୍ୟୟବରାଦ କରିଛନ୍ତି ।

ଏହାସହିତ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ୩୭୦୦କୋଟି ଟଙ୍କା ଓ ସ୍ୱାୟତ୍ତ ସଂସ୍ଥାକୁ ଅନୁଦାନ ବାବଦରେ ୭୩୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଛନ୍ତି । ବଜେଟରେ ସାମାଜିକ କ୍ଷେତ୍ର ପାଇଁ ୮୨୧୪୪.୦୧ କୋଟି ଟଙ୍କା(୩୫.୭୧%), ଆର୍ଥିକ କ୍ଷେତ୍ର ପାଇଁ ୭୭୬୩୮.୫୩କୋଟି (୩୩.୭୬%), ସାଧାରଣ ସେବା ପାଇଁ ୬୮୬୬୬.୭୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ୨୫୮୪୪କୋଟି ଟଙ୍କାର ବିତ୍ତୀୟ ନିଅଂଟ(ଏଫଆରବିଏମ୍ ଆକ୍ଟ ଅନୁସାରେ ରାଜ୍ୟ ଜିଡିପିର ୩% ମଧ୍ୟରେ ସୀମିତ )ବଜେଟ ଓ ୨୬୭୩୯ କୋଟି ଟଙ୍କାର ରାଜସ୍ୱ ବଳକା (ରାଜ୍ୟ ଜିଡିପିର ୩.୧%) ଉପସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି । ଓଡ଼ିଶା କ୍ରମାଗତ ୧୫ବର୍ଷ ଧରି ରାଜସ୍ୱ ବଳକା ବଜେଟ ଉପସ୍ଥାପନ କରିବା ସହ ଆର୍ଥିକ ଶୃଙ୍ଖଳା ଭିତରେ ବିତ୍ତୀୟ ନିଅଂଟ(ରାଜ୍ୟ ଜିଡିପିର ସର୍ବାଧିକ ସାଢ଼େ ୩ ପ୍ରତିଶତ ଭିତରେ)କୁ ରଖିପାରିଛି ।

ତେବେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨.୩୦ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଥିବା ରାଜ୍ୟ ସରକାର ନିଜସ୍ୱ ଟିକସ ବାବଦରେ ୫୩ହଜାର କୋଟି, ନିଜସ୍ୱ ଅଣଟିକସରୁ ୫୨୫୦୦(୪୨୨୫୧କୋଟି ଖଣି ରାଜସ୍ୱ) କୋଟି ଟଙ୍କା, କେନ୍ଦ୍ରୀୟ ଟିକସରୁ ଭାଗିଦାରୀ ବାବଦରେ ୪୬୨୫୧.୧୮କୋଟି, କେନ୍ଦ୍ରୀୟ ଅନୁଦାନରୁ ୩୨୭୪୮.୮୨କୋଟି, ଋଣ ଓ ଅଗ୍ରୀମ ପରିଶୋଧରୁ ୮୭୦କୋଟି, ବିଭିନ୍ନ ମାଧ୍ୟମରୁ ଋଣବାବଦରେ ୩୩୬୩୦ କୋଟି ଟଙ୍କା ଓ ପ୍ରୋଭିଡେଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ଡିପୋଜିଟରୁ ୧୧ହଜାର କୋଟି ଟଙ୍କା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟପକ୍ଷରେ ଏହି ୨.୩୦ଲକ୍ଷ କୋଟି ଟଙ୍କାରୁ କର୍ମଚାରୀଙ୍କ ଦରମା, ପେନସନ ଓ ଅନ୍ୟାନ୍ୟ ରାଜସ୍ୱ ବ୍ୟୟ ବାବଦରେ ୧ଲକ୍ଷ ୩୯ହଜାର ୫୨୦କୋଟି ଟଙ୍କା, ପୁଞ୍ଜି କ୍ଷେତ୍ରରେ ବ୍ୟୟ ୫୧୬୮୨ କୋଟି, ସୁଧ ପରିଶୋଧରେ ୭୨୪୦କୋଟି, ଋଣ ପରିଶୋଧରେ ୧୮୭୮୬ କୋଟି ଟଙ୍କା, ଋଣ ପ୍ରଦାନ(ପ୍ରଶାସନିକ)ରେ ୧୭୭୦କୋଟି, ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ୩୭୦୦କୋଟି ଟଙ୍କା ଓ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ଅନୁଦାନ ବାବଦରେ ୭୩୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ପରିମାଣ ୧ଲକ୍ଷ ୧୨ହଜାର ୮୮୨କୋଟି ଟଙ୍କା ଛୁଇଁବ । ଯାହାକି ୨୦୨୨-୨୩ ଆର୍ଥିକ ବର୍ଷର ଶେଷ ସୁଦ୍ଧା ୯୭ହଜାର ୩୭କୋଟି ୬୨ଲକ୍ଷ ଟଙ୍କା ରହିଛି । ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ରାଜ୍ୟ ସରକାର ୨୦ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ବାବଦରେ ୭୨୦୨କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ନିଜର ପୁରୁଣା ଯୋଜନା ଓ କାର୍ଯ୍ୟକ୍ରମକୁ ଚଳାଇ ରଖିବାକୁ ସରକାରଙ୍କୁ ବେଶ୍ କସରତ କରିବାକୁ ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story