ଓଡ଼ିଶା ସିଟିଜେନ୍ସ ଆୱାର୍ଡ: ଚୟନ ହେଲେ ୩୨ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର: ଓଡ଼ିଶା ସିଟିଜେନ୍ସ ଆୱାର୍ଡ ୨୦୧୫ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶା ପାଇଁ ୮ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୩୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ୭ ଜଣିଆ ଜୁରି କମିଟି ଚୟନ କରିଛି। ନୋମିନେସନକୁ ଆସିଥିବା ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଓଡ଼ିଶାବାସୀ ତାଙ୍କ ପସନ୍ଦର ବ୍ୟକ୍ତିତ୍ତ୍ୱ ବାଛିବେ। ରାଜନୀତି, ବାଣିଜ୍ୟ, ଶିକ୍ଷା, କ୍ରୀଡ଼ା, ମନୋରଞ୍ଜନ, ସମାଜସେବା, କୃଷି, କଳା ଓ ସଂସ୍କୃତି ବିଭାଗରେ ଓଡ଼ିଶାର ଶ୍ରେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ । ୨୦୧୨ରୁ […]

bbsr

Rakesh Mallick
  • Published: Monday, 10 August 2015
  • , Updated: 10 August 2015, 05:45 PM IST

ଭୁବନେଶ୍ୱର: ଓଡ଼ିଶା ସିଟିଜେନ୍ସ ଆୱାର୍ଡ ୨୦୧୫ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶା ପାଇଁ ୮ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୩୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ୭ ଜଣିଆ ଜୁରି କମିଟି ଚୟନ କରିଛି। ନୋମିନେସନକୁ ଆସିଥିବା ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଓଡ଼ିଶାବାସୀ ତାଙ୍କ ପସନ୍ଦର ବ୍ୟକ୍ତିତ୍ତ୍ୱ ବାଛିବେ। ରାଜନୀତି, ବାଣିଜ୍ୟ, ଶିକ୍ଷା, କ୍ରୀଡ଼ା, ମନୋରଞ୍ଜନ, ସମାଜସେବା, କୃଷି, କଳା ଓ ସଂସ୍କୃତି ବିଭାଗରେ ଓଡ଼ିଶାର ଶ୍ରେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ । ୨୦୧୨ରୁ ଦିଆଯାଇ ଆସୁଥିବା ଏହି ସମ୍ମାନଜନକ ପୁରସ୍କାରର ୨୦୧୫ ବର୍ଷ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ୮ଟି ବିଭାଗରେ ୪ ଜଣ ଲେଖାଏଁ ନୋମିନୀଙ୍କୁ ବାଛିବାକୁ ଗତ ଶନିବାର ୭ ଜଣିଆ ଜୁରି କମିଟି ବସି ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରୋଫ।ଇଲ୍ ଯାଞ୍ଚ କରିଥିଲେ। ସେହିପରି ଚଳିତବର୍ଷଠାରୁ ୪୫ ବର୍ଷରୁ କମ୍ ବୟସର ଜଣେ ଶିଲ୍ପୋଦ୍ୟୋଗୀଙ୍କୁ ବେଷ୍ଟ ଇନୋଭେଟିଭ୍ ଇଣ୍ଟର୍ପ୍ରିନିଓର୍ ପୁରସ୍କାର ଦିଆଯିବ। ବିଜେତାଙ୍କୁ ଫ।ଲ୍କନ୍ ଗ୍ରୁପ୍ ପକ୍ଷରୁ ୧୦ ଲକ୍ଷ ଟଙ୍କ।ର ଆର୍ଥିକ ପୁରସ୍କାର ଦିଆଯିବ।

Related story