ଭଦ୍ରକରେ ମୁଖ୍ୟମନ୍ତ୍ରୀ; ଖୋଜୁଛନ୍ତି ବିବାଦର କାରଣ

ଭଦ୍ରକ: ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ ଗସ୍ତରେ ଯାଇଛନ୍ତି। ସେ ପ୍ରଭାବିତ କଚେରୀ ବଜାର, ଚନ୍ଦନ ବଜାର ଓ ନଙ୍ଗା ମହଲା ବୁଲିଛନ୍ତି। ଏପରିକି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲାପାଳ, ଡିଜି, ଆଇଜି ପ୍ରମୁଖ ସାମିଲ ଅଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ହେଲିକପ୍ଟର ନେହେରୁ ଷ୍ଟାଡିୟମରେ ଉହ୍ଲାଇଥିଲେ। ସେଠାରୁ ସେ ପୋଲିସ ବଳୟ ମଧ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଅପରାହ୍ନରେ […]

cm

Rakesh Mallick
  • Published: Wednesday, 12 April 2017
  • , Updated: 12 April 2017, 04:54 PM IST

ଭଦ୍ରକ: ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ ଗସ୍ତରେ ଯାଇଛନ୍ତି। ସେ ପ୍ରଭାବିତ କଚେରୀ ବଜାର, ଚନ୍ଦନ ବଜାର ଓ ନଙ୍ଗା ମହଲା ବୁଲିଛନ୍ତି। ଏପରିକି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲାପାଳ, ଡିଜି, ଆଇଜି ପ୍ରମୁଖ ସାମିଲ ଅଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ହେଲିକପ୍ଟର ନେହେରୁ ଷ୍ଟାଡିୟମରେ ଉହ୍ଲାଇଥିଲେ। ସେଠାରୁ ସେ ପୋଲିସ ବଳୟ ମଧ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଜଦେବେ। ଏଥିରେ ଗୃହ ସଚିବ, ଡିଜି, ଡିଆଇଜି, ଆରଡିସି, ଜିଲ୍ଲାପାଳ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Related story