ବିଜ୍ଞାପନରେ ଉବୁଟୁବୁ ନବୀନ, ଦେଶରେ ରେକର୍ଡ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି, ଭୋଟରଙ୍କୁ ନିଜର କରିବା ପାଇଁ ରାଜନୀତିକ ଦଳମାନଙ୍କ ମଧ୍ୟରେ କସରତ ଆରମ୍ଭ ହୋଇସାରିଛି। ଫେସବୁକ ଏବଂ ଟ୍ୱିଟର ପରି ସୋଶାଲ ମିଡିଆ ମଧ୍ୟ ରାଜନୀତିକ ଦଳଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପାଲଟିଛି। ନିଜର ସଫଳତା ଏବଂ ବିରୋଧୀଙ୍କ ବିଫଳତା ଗାନ କରିବା ପାଇଁ ଫେସବୁକ ବିଜ୍ଞାପନର ସାହାରା ନେଉଥିବା ମଧ୍ୟ ବେଶ୍‌ ବ୍ୟାପକ ହୋଇଛି। ତେବେ ନିଜର ଲୋକପ୍ରିୟତା ପାଇଁ ଲୋକେ ଗତ ୨ ଦଶନ୍ଧି ଧରି […]

naveen

naveen

Subrat Kumar Nayak
  • Published: Wednesday, 06 March 2019
  • Updated: 06 March 2019, 07:28 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି, ଭୋଟରଙ୍କୁ ନିଜର କରିବା ପାଇଁ ରାଜନୀତିକ ଦଳମାନଙ୍କ ମଧ୍ୟରେ କସରତ ଆରମ୍ଭ ହୋଇସାରିଛି। ଫେସବୁକ ଏବଂ ଟ୍ୱିଟର ପରି ସୋଶାଲ ମିଡିଆ ମଧ୍ୟ ରାଜନୀତିକ ଦଳଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପାଲଟିଛି। ନିଜର ସଫଳତା ଏବଂ ବିରୋଧୀଙ୍କ ବିଫଳତା ଗାନ କରିବା ପାଇଁ ଫେସବୁକ ବିଜ୍ଞାପନର ସାହାରା ନେଉଥିବା ମଧ୍ୟ ବେଶ୍‌ ବ୍ୟାପକ ହୋଇଛି।

ତେବେ ନିଜର ଲୋକପ୍ରିୟତା ପାଇଁ ଲୋକେ ଗତ ୨ ଦଶନ୍ଧି ଧରି ସମର୍ଥନ କରି ଆସୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଫେସବୁକ ବିଜ୍ଞାପନରେ ରେକର୍ଡ କରିଥିବା ଜଣାଯାଇଛି। ଗତ ଫେବୃଆରୀ ୭ ତାରିଖଠାରୁ ସଂଗ୍ରହ କରାଯାଇଥିବା ଫେସବୁକ୍‌ ତଥ୍ୟରୁ ଏହା ଜଣାପଡ଼ିଛି।

ଫେବୃଆରୀ ୭ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ହିସାବରୁ ଜଣାପଡ଼ିଛି ନବୀନ ପଟ୍ଟନାୟକଙ୍କ ଫେସବୁକ୍‌ ପେଜ୍‌ର ପ୍ରମୋସନ୍‌ ପାଇଁ ୮.୬ ଲକ୍ଷ ଟଙ୍କା ଖର୍ଚ୍ଚ କରାସରିଛି। ଏହି ଅର୍ଥ ମାତ୍ର ୩୨ଟି ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିବା ଜଣାଯାଇଛି।

ଏକ ଆଞ୍ଚଳିକ ଦଳର ସଭାପତି ହିସାବରେ ଅନ୍ୟ କେହି ନବୀନଙ୍କ ପାଖାପାଖି ମଧ୍ୟ ନାହାନ୍ତି। ନବୀନଙ୍କ ପାଖାପାଖି ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଅବଧିରେ ଶାହଙ୍କ ପେଜ୍‌ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ ସମଗ୍ର ଦେଶ ସ୍ତରରେ ରାଜନୀତି କରୁଥିବା ଶାହଙ୍କଠାରୁ ନବୀନଙ୍କୁ ଅଧିକ ପ୍ରଚାର ଦରକାର ପଡ଼ୁଛି। ତେବେ ସତରେ ଯଦି ନବୀନ ପଟ୍ଟନାୟକ ଏତେ ଲୋକପ୍ରିୟ ବିଜ୍ଞାପନ କରି ପ୍ରଚାରରେ ଏତେ ଖର୍ଚ୍ଚ କରିବା କାହିଁକି ଦରକାର ପଡ଼ୁଛି ବୋଲି ପ୍ରଶ୍ନ ଉଠୁଛି।

ପୂର୍ବରୁ କେବଳ ରୋମାନ୍‌ ଲିପିରେ ଲିଖିତ ଖଣ୍ଡି ଓଡ଼ିଆ ଭାଷଣ ପଢ଼ିବାରେ ସୀମିତ ଥିବା ନବୀନ, ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଅହେତୁକ ସମର୍ଥନ ମିଳିବା ପରେ ଏକ ପ୍ରକାର ସକ୍ରିୟ ହୋଇଯାଇଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ବିଜେପି ନିଜର ଦବ୍‌ଦବା ପ୍ରଦର୍ଶନ କରିସାରିଛି ଏବଂ ୨୦ ବର୍ଷର ଶାସନ ପରେ ଲୋକେ ମୁହଁ ଫେରାଇ ନେବାର ଆଶଙ୍କା କରି ସେଲ୍‌ଫି ନେବାଠାରୁ ଆରମ୍ଭ କରି ବିଭିନ୍ନ ଉପାୟରେ ଚିତ୍ର ସୁଧାରିବାର ପ୍ରୟାସ କରିଆସିଛନ୍ତି।

ଏପରିକି କିଛି ସ୍ଥାନୀୟ ଗଣମାଧ୍ୟମଙ୍କୁ କୋଟି କୋଟି ଟଙ୍କାର ବିଜ୍ଞାପନ ଦେଇ ତାଙ୍କ ସରକାରଙ୍କ ସପକ୍ଷରେ ପ୍ରଚାର କରିବାର ବାଟ କରିଥିବା ବିଜୁ ଜନତା ଦଳର ସରକାର କିଛି ଡିଜିଟାଲ ମିଡିଆଙ୍କୁ ମଧ୍ୟ କରାୟତ କରିପାରିଛି। ଛୋଟ ଛୋଟ କାର୍ଯ୍ୟକ୍ରମ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଗସ୍ତକୁ ମୁଦ୍ରିତ ଗଣମାଧ୍ୟମର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଜରିଆରେ ସ୍ଥାନ ଦେଇ ତାଙ୍କ ସରକାର କରିଥିବା ଖର୍ଚ୍ଚର ପରିମାଣକୁ ହିସାବ କଲେ କେବଳ ଦେଶରେ ସମ୍ଭବତଃ ବିଶ୍ୱ ସ୍ତରର ରେକର୍ଡ ବୋଲି ଅନୁମାନ କରାଯାଇ ପାରେ। ଗତ କିଛି ମାସରେ ନବୀନଙ୍କ ଗତିବିଧିକୁ ଲକ୍ଷ୍ୟ କଲେ ଜଣାଯାଏ ସୋଶାଲ ମିଡିଆ ଏବଂ ଅନ୍ୟ ମିଡିଆରେ ବିଜ୍ଞାପନ ଗାଦି ହରାଇବାର ଭୟ ପାଇଁ ଔଷଧି ସାଜିଛି।

ନବୀନ ଏବଂ ଶାହଙ୍କ ପଛକୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରି ମାଣ୍ଡୱାର ବିଜେପି ବିଧାୟକ ନରେନ୍ଦର ଖିଚର ଏବଂ ବିଜେପି ସାଧାରଣ ସମ୍ପାଦକ ମୁରଲୀଧର ରାଓ ଅଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଫେସବୁକ ତଥ୍ୟ ମିଳିପାରିନାହିଁ।

କାହିଁକି ଫେସବୁକ୍ ଏତେ ଗୁରୁତ୍ୱପୂର୍ଣ୍ଣ
ରିପ୍ରେଜେଣ୍ଟେସନ୍‌ ଅଫ୍‌ ପିପୁଲ ଆକ୍ଟ ୧୯୫୧ର ଧାରା ୧୨୬ ଅନୁଯାୟୀ, ଭୋଟ୍‌ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ଗଣମାଧ୍ୟମରେ ନିର୍ବାଚନୀ ପ୍ରସଙ୍ଗ ପ୍ରସାରଣ ହେବନି। ଡିଜିଟାଲ ପ୍ଲାଟଫର୍ମ ଏହି ଆକ୍ଟ ଅଧିନରେ ଆସୁନାହିଁ। ନିର୍ବାଚନ କମିଶନ ଡିଜିଟାଲ ମିଡିଆକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ଆଇନ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି।

ଭାରତରେ ସୋଶାଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ୩.୨ କୋଟି ହୋଇଥିବାରୁ ବର୍ତ୍ତମାନ ସେମାନଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଡିଜିଟାଲ ମିଡିଆ ହିଁ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ମୁଖ୍ୟ ମାଧ୍ୟମ ପାଲଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story