ମୋଦିଙ୍କୁ ୩୦୦ କୋଟି ଟଙ୍କା ମାଗିଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ କରୋନା ଭାଇରସର ଦ୍ୱିତୀୟ ହୁ ହୁ ହୋଇ ବଢ଼ୁଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଣିଥରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକ କରିଛନ୍ତି। ବୈଠକରେ ଦେଶରେ କରୋନା ମହାମାରୀର ସ୍ଥିତିର ସମୀକ୍ଷା ଏବଂ ସଂକ୍ରମଣକୁ ବ୍ୟାପିବାରୁ ରୋକିବାର ରଣନୀତି ଉପରେ ଚର୍ଚ୍ଚା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦାବି ରଖିଛନ୍ତି। କରୋନା ପରିଚାଳନା ପାଇଁ […]

CM-Naveen-patnaik-and-PM-Na

Ranjit Kumar Jena
  • Published: Thursday, 08 April 2021
  • , Updated: 08 April 2021, 09:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ କରୋନା ଭାଇରସର ଦ୍ୱିତୀୟ ହୁ ହୁ ହୋଇ ବଢ଼ୁଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଣିଥରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକ କରିଛନ୍ତି। ବୈଠକରେ ଦେଶରେ କରୋନା ମହାମାରୀର ସ୍ଥିତିର ସମୀକ୍ଷା ଏବଂ ସଂକ୍ରମଣକୁ ବ୍ୟାପିବାରୁ ରୋକିବାର ରଣନୀତି ଉପରେ ଚର୍ଚ୍ଚା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦାବି ରଖିଛନ୍ତି।

କରୋନା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ୩୦୦ କୋଟି ଟଙ୍କା ମାଗିଛନ୍ତି। କୋଭିଡ୍ ପରିଚାଳନା ପାଇଁ ଓଡ଼ିଶା କେନ୍ଦ୍ର ସରକାରକୁ ୪୦୦ କୋଟି ଟଙ୍କା ମାଗିଥିଲା। କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟକୁ ମାତ୍ର ୧୪୬ କୋଟି ଟଙ୍କା ମିଳିଥିବା ନବୀନ କହିଛନ୍ତି। କରୋନା ପରିଚାଳନା ପାଇଁ ଅତିକମରେ ଆଉ ୩୦୦ କୋଟି ଟଙ୍କା ଦିଆଯାଉ ବୋଲି ନବୀନ ମୋଦିଙ୍କ ନିକଟରେ ଦାବି କହିଛନ୍ତି।

ସେହିପରି ନବୀନ ରାଜ୍ୟରେ ଟିକାକରଣକୁ ନେଇ ମଧ୍ୟ ମୋଦିଙ୍କ ନିକଟରେ ଆଉକିଛି ଦାବି କରିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ଦୈନିକ ଅଢ଼େଇ ଲକ୍ଷ ଟିକାକରଣ କରାଯାଉଛି। ତେଣୁ ଅତିକମରେ ୧୦ଦିନ ପାଇଁ ଟିକା ଷ୍ଟକ୍ ଦିଆଯାଉ ବୋଲି ନବୀନ ମୋଦିଙ୍କୁ କହିଛନ୍ତି। ଏହାସହ SDRF ପାଣ୍ଠିର ୫୦% ଖର୍ଚ୍ଚ ନେଇ ଏବର୍ଷ ପାଇଁ ବି ଅନୁମତି ମିଳୁ ନବୀନ ଦାବି କରିଛନ୍ତି।

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ନାଇଟ୍ କର୍ଫ୍ୟୁ ବଦଳରେ କରୋନା କର୍ଫ୍ୟୁ ଲାଗୁ କରିବାକୁ କହିଛନ୍ତି। ଏହାଦ୍ୱାରା ଲୋକମାନଙ୍କ ଭିତରେ ସଚେତନତା ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ମୋଦି କହିଛନ୍ତି ଯେ ସାରା ଦୁନିଆରେ ନାଇଟ୍ କର୍ଫ୍ୟୁ ସଫଳ ହୋଇଛି, ତେଣୁ ଭାରତରେ ମଧ୍ୟ ଏହା ନିଶ୍ଚୟ ସଫଳ ହେବ।

ସୂଚନାଯୋଗ୍ୟ, ଓଡ଼ିଶାରେ ଗତ କିଛି ଦିନ ହେବ କରୋନା ମାମଲା ଲଗାତର ବୃଦ୍ଧି ପାଇଛି। କିଛି ଦିନ ତଳେ ଯେଉଁଠି ଦୈନିକ ମାମଲା ୧୦୦ ଟପୁ ନଥିଲା, ଏବେ ଏହି ସଂଖ୍ୟା ଦୈନିକ ପାଖାପାଖି ୯୦୦ ହେଲାଣି।

Related story