ଚାଷୀଙ୍କ ସହିତ ସିଧା କଥା ହୋଇ ଫିଡ୍‌ବ୍ୟାକ୍‌ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋ ସରକାର’ ଅଧୀନକୁ ଆସିଲା କୃଷି ବିଭାଗ। ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି। ଫୋକସ୍‌ରେ ରହିଛି ଲାଇଭ୍‌ କଲ୍‌ ସେଣ୍ଟର, ଫିଡ୍‌ବ୍ୟାକ୍‌ ସର୍ଭିସ୍‌ ଓ କାଳିଆ ଗ୍ରିଭାନ୍ସ ପୋର୍ଟାଲ। ଚାଷାଙ୍କ ଆୟ ଦୁଇଗୁଣା ବୃଦ୍ଧି, ୫ ବର୍ଷରେ ୫ ଲକ୍ଷ ଚାଷୋପଯୋଗୀ ପୋଖରୀ ଖୋଳି ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଦିଆଯାଇଛି ଗୁରୁତ୍ୱ। ଏଣିକି ଚାଷୀଙ୍କ ସହିତ ସିଧାସଳଖ କଥା […]

cm-naveen-patni-talk-with-farmers

cm-naveen-patni-talk-with-farmers

Manoranjan Sial
  • Published: Thursday, 12 December 2019
  • Updated: 12 December 2019, 08:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋ ସରକାର’ ଅଧୀନକୁ ଆସିଲା କୃଷି ବିଭାଗ। ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି। ଫୋକସ୍‌ରେ ରହିଛି ଲାଇଭ୍‌ କଲ୍‌ ସେଣ୍ଟର, ଫିଡ୍‌ବ୍ୟାକ୍‌ ସର୍ଭିସ୍‌ ଓ କାଳିଆ ଗ୍ରିଭାନ୍ସ ପୋର୍ଟାଲ। ଚାଷାଙ୍କ ଆୟ ଦୁଇଗୁଣା ବୃଦ୍ଧି, ୫ ବର୍ଷରେ ୫ ଲକ୍ଷ ଚାଷୋପଯୋଗୀ ପୋଖରୀ ଖୋଳି ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଦିଆଯାଇଛି ଗୁରୁତ୍ୱ। ଏଣିକି ଚାଷୀଙ୍କ ସହିତ ସିଧାସଳଖ କଥା ହୋଇ ଫିଡ୍‌ବ୍ୟାକ୍‌ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଫିଡ୍‌ବ୍ୟାକ୍‌ ନେଇ ସେମାନଙ୍କୁ ସମସ୍ତଙ୍କ ପ୍ରକାର ସୁବିଧା ଯୋଗାଇ ଦେବେ।

ସେପଟେ ପିଏମ୍-କିଷାନ ଉପରେ କାଳିଆ ଯୋଜନା ନାଉ ହେବା ପରେ ତେଜୁଛି ରାଜନୀତି। ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ବର୍ଷକୁ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ସହାୟତା ମିଳିବ ବୋଲି ନବୀନ ଘୋଷଣା କରିଥିଲେ। ଏବେ କିନ୍ତୁ ବର୍ଷକୁ ଦେବେ ମାତ୍ର ୪ ହଜାର ଟଙ୍କା। ୬ ହଜାର ଟଙ୍କା କାଟିବା ଚାଷୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। କାରଣ ପ୍ରଥମ ଥର ପାଇଁ ନବୀନ, ନିଜ ମୁଖ୍ୟମନ୍ତ୍ରିତ୍ୱ କାଳରେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ତାକୁ ରଖିନାହାନ୍ତି। ଏହାକୁ ନେଇ ବିରୋଧୀ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି-“୨୦ ବର୍ଷ ଭିତରେ ନବୀନ ପଟ୍ଟନାୟକ କୌଣସି ଯୋଜନା ସ୍ଥଗିତ ରଖିନାହାନ୍ତି। ପ୍ରଥମ ଥର ପାଇଁ ଏପରି କରି ନିଜର ଦୁର୍ବଳତା ଦେଖାଇଛନ୍ତି। ଚାଷୀଙ୍କ ନିଶ୍ୱାସ ପଡ଼ିଲାଣି, ଜଳିଯିବେ।”

ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ଲୋକେ କାଳିଆ ଟଙ୍କା ପାଇନାହାନ୍ତି। ଯେଉଁଠି ଦେଖିବେ, ସେଠି ଚାଷୀ ଆନ୍ଦୋଳନ କରୁଛନ୍ତି। ଏବେ ରାଜ୍ୟ ସରକାର କହୁଛନ୍ତି, କେନ୍ଦ୍ରରୁ ଆସୁଥିବା ଟଙ୍କାରେ ୪୦୦୦ ଟଙ୍କା ମିଶାଇ ଦେବେ। ଏଥିରୁ ଜଣାପଡ଼ୁଛି ରାଜ୍ୟ ସରକାରଙ୍କ ପାଖରେ ପଇସା ନାହିଁ। ସେଥିପାଇଁ ଲୋକମାନଙ୍କୁ ଭୁତାଇବାରେ ଲାଗିଛନ୍ତି।”

କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି-“ରାଜ୍ୟ ସରକାର କାଳିଆ ଗ୍ରୀଭାନ୍ସ ପୋର୍ଟାଲ କରିଛନ୍ତି। ଏହା ମାଧ୍ୟମରେ ଚାଷୀମାନେ ସେମାନଙ୍କ ଅଭିଯୋଗ ଜଣାଇପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos