୭୭ବର୍ଷରେ ନବୀନ, ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ୭୭ ବର୍ଷ ବୟସରେ ପଦାର୍ପଣ କରିବେ । ତେବେ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି। ଗତ କିଛିବର୍ଷ ଧରି ନବୀନ ନିଜ ଜନ୍ମଦିନରେ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିବାକୁ ଚାହିଁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତାକାଲି ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିନ ପଡ଼ୁଛି । ତେବେ […]

Naveen

Ordigital Desk
  • Published: Saturday, 15 October 2022
  • , Updated: 15 October 2022, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ୭୭ ବର୍ଷ ବୟସରେ ପଦାର୍ପଣ କରିବେ । ତେବେ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି। ଗତ କିଛିବର୍ଷ ଧରି ନବୀନ ନିଜ ଜନ୍ମଦିନରେ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିବାକୁ ଚାହିଁନାହାନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତାକାଲି ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିନ ପଡ଼ୁଛି । ତେବେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ରବିବାର ଅପରାହ୍ନରେ ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସିବାକୁ ସେ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାବାସୀଙ୍କ ସ୍ନେହ,ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ଋଣୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅବଶ୍ୟ ନବୀନଙ୍କ ଜନ୍ମଦିନକୁ ତାଙ୍କ ଦଳ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବାବେଳେ ଯାଜପୁରରେ ବିଶାଳ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ନିଜର ଜନ୍ମଦିନକୁ ନବୀନ ନିବାସରେ ସମର୍ଥକ ଓ ଶୁଭେଚ୍ଛୁଙ୍କ ଗହଣରେ ପାଳୁଥିଲେ । ମାତ୍ର ଗତ କିଛିବର୍ଷ ଧରି ତାଙ୍କ ଜନ୍ମଦିନରେ ନବୀନ ନିବାସ ଯିବା ଉପରେ କଟକଣା ଜାରି ହୋଇଛି ।

Related story