କୁମ୍ଭୀର କାନ୍ଦଣା ନ କାନ୍ଦି ଗୃହ କାର୍ଯ୍ୟରେ ସହଯୋଗ କର: ବିରୋଧୀଙ୍କୁ ତାଗିଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁମ୍ଭୀର କାନ୍ଦଣା ନ କାନ୍ଦି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଙ୍ଗାଧର ମେହେର ସେଚ ଯୋଜନା ଉପରେ ଆଜି ବିଧାନସଭାରେ ବିବୃତ୍ତି ରଖୁଥିଲେ ମୁଖ୍ୟମନ୍ତ୍ରୀ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ ବିରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ମୁଖ୍ୟମନ୍ତ୍ରୀ ଏପରି ଜବାବ ଦେଇଥିଲେ। ବିରୋଧୀ ହୋହଲ୍ଲା ଯୋଗୁଁ ଗୃହ ମୁଲତବି ପରେ ବାହାରକୁ ଆସି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଉପରେ ବର୍ଷିଥିଲେ। କୁମ୍ଭୀର […]

Naveen

Naveen

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 05:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁମ୍ଭୀର କାନ୍ଦଣା ନ କାନ୍ଦି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଙ୍ଗାଧର ମେହେର ସେଚ ଯୋଜନା ଉପରେ ଆଜି ବିଧାନସଭାରେ ବିବୃତ୍ତି ରଖୁଥିଲେ ମୁଖ୍ୟମନ୍ତ୍ରୀ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ ବିରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ମୁଖ୍ୟମନ୍ତ୍ରୀ ଏପରି ଜବାବ ଦେଇଥିଲେ।

ବିରୋଧୀ ହୋହଲ୍ଲା ଯୋଗୁଁ ଗୃହ ମୁଲତବି ପରେ ବାହାରକୁ ଆସି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଉପରେ ବର୍ଷିଥିଲେ। କୁମ୍ଭୀର କାନ୍ଦଣା ନକାନ୍ଦି, ବ୍ରାହ୍ମଣୀ ବ୍ରିଜ୍ ନିର୍ମାଣ କର ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ଗଙ୍ଗାଧର ମେହେର ସେଚ ଯୋଜନାକୁ ନେଇ ହୋହଲ୍ଲା କରୁଥିବା ବିଜେପି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିଲେ।

ବିଜେପି ବିଧାୟକ ପ୍ରଦୀପ ପୂରୋହିତ କହିଛନ୍ତି-“ହୀରାକୁଦ ଡ୍ୟାମରୁ ବରଗଡ଼ ଜିଲ୍ଲାର ଚାଷୀଙ୍କୁ ଜଳ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଗଙ୍ଗାଧର ମେହେରଙ୍କ ନାଁରେ ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ। ମାତ୍ର ନିକଟରେ ଉପସ୍ଥାପିତ ହୋଇଥିବା ଅତିରିକ୍ତ ବଜେଟରେ ଏହି ପ୍ରକଳ୍ପକୁ ଟଙ୍କାଟିଏ ମଧ୍ୟ ଦିଆଯାଇ ନାହିଁ। ଏହା ଗଙ୍ଗାଧର ମେହେରଙ୍କ ପ୍ରତି ଅପମାନ ଛଡ଼ା ଅନ୍ୟ କିଛି ନୁହେଁ। ଏନେଇ ସମଗ୍ର ରାଜ୍ୟର ବିରୋଧରେ ସମ୍ମୁଖୀନ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ଗୃହରେ ମିଥ୍ୟ ତଥ୍ୟ ଉପସ୍ଥାପନ କରୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ।”

ବ୍ରାହ୍ମଣୀ ବ୍ରିଜ ନେଇ ସେ କହିଛନ୍ତି-“ବ୍ରାହ୍ମଣୀ ବ୍ରିଜ୍‌ ପାଇଁ ଅର୍ଥ ଆସିଛି। ମାତ୍ର ଜଙ୍ଗଲ ଜମି ପ୍ରତିବନ୍ଧକ ସାଜିଛି। ରାଜ୍ୟ ସରକାର ଚାହିଁଥିଲେ ଏଥିପାଇଁ ଜଙ୍ଗଲ ଜମି କ୍ଲିଅରାନ୍ସ ଦେଇପାରିଥାଆନ୍ତେ। ତାହା ନକରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜେପି କେବେ କୁମ୍ଭୀର କାନ୍ଦଣା କାନ୍ଦେନାହିଁ।”

ଗୃହ ମୁଲତବିକୁ ନେଇ ଆଜି ବିଜେପି ଓ ବିଜେଡି ଉପରେ ବର୍ଷିଛି କଂଗ୍ରେସ। ଉଭୟ ଦଳ ଜାଣିଶୁଣି ବିଧାନସଭାକୁ ମୁଲତବି ରଖିଛନ୍ତି ବୋଲି କଂଗ୍ରସେ ଅଭିଯୋଗ କରିଛି।

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ନାରୀ ନିର୍ଯାତନାରେ ସମଗ୍ର ଦେଶରେ ଓଡ଼ିଶା ତୃତୀୟରେ ରହିଛି। ଏ ସମ୍ପର୍କରେ ବିଧାନସଭାରେ ଆଲୋଚନା ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। ମାତ୍ର ଏହା ବିଜେପି ଓ ବିଜେଡି ଚାହୁଁନଥିଲେ। ସେଥିପାଇଁ ଗୃହକୁ ମୁଲତବି ଘୋଷଣା କରିଦେଲେ।”

ସେ କହିଛନ୍ତି-“କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଉଭୟ ପ୍ରତିଶ୍ରୁତି ଦେଇ ପାଳନ କରୁନାହାନ୍ତି। ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କଳାଧନ ଆସିଲେ ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କା ଦିଆଯିବ। ମାତ୍ର ଆଜି ପର୍ଯ୍ୟନ୍ତ ଗରିବଙ୍କୁ ଟଙ୍କାଟିଏ ଦେଲେ ନାହିଁ। ଏହାଛଡ଼ା ଧାନର ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣା ଦିଆଯିବ। ମାତ୍ର ଏପର୍ଯ୍ୟନ୍ତ, ତାହା ପାଳନ କରାଯାଇନାହିଁ। ଏପରିକି ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି।”

ସେ କହିଛନ୍ତି-“୨୦୧୪ରେ ବିଜେଡ଼ି ଘୋଷଣା କରିଥିଲେ କେବିକେରେ କୃଷି ବିଶ୍ୱ ବିଦ୍ୟାଳୟ କରିବେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଚାଷୀଙ୍କୁ ମାଗଣା ବିଜୁଳି ଦିଆଯିବ। ମାତ୍ର ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story