‘ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ମିଛ ଖୋଲିଲେ ସମବାୟ ମନ୍ତ୍ରୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ଭିକେ ପାଣ୍ଡିଆନ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଭାବମୂର୍ତ୍ତି ରକ୍ଷା ପାଇଁ ବାରମ୍ବାର ସେମାନେ କହୁଥିବା ମିଛକୁ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଦାରେ ପକାଇଛନ୍ତି ଓ ସତ ସମସ୍ତଙ୍କ ସାମ୍ନାକୁ ଆସିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ […]

pandian

pandian

Manoranjan Sial
  • Published: Wednesday, 04 December 2019
  • Updated: 04 December 2019, 06:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ଭିକେ ପାଣ୍ଡିଆନ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଭାବମୂର୍ତ୍ତି ରକ୍ଷା ପାଇଁ ବାରମ୍ବାର ସେମାନେ କହୁଥିବା ମିଛକୁ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଦାରେ ପକାଇଛନ୍ତି ଓ ସତ ସମସ୍ତଙ୍କ ସାମ୍ନାକୁ ଆସିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ନିଜର ପ୍ରଥମ ମନ୍ତ୍ରିପରିଷଦ ବୈଠକରେ ତାଙ୍କର ମନ୍ତ୍ରୀମାନଙ୍କୁ ପ୍ରତିମାସ ୭ତାରିଖ ସୁଦ୍ଧା ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏସବୁ ରିପୋର୍ଟକୁ ନିଜେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ଏବଂ ପ୍ରଦର୍ଶନ ଅନୁଯାୟୀ ମନ୍ତ୍ରୀମାନଙ୍କୁ ନମ୍ବର ମଧ୍ୟ ଦିଆଯିବ। ହେଲେ ଏସବୁ ଗଣମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଡ୍ରାମାବାଜି ଥିଲା। ଅସଲରେ ମନ୍ତ୍ରୀଙ୍କ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍ଙ୍କର ମିଛ ଧରାପଡ଼ିଯାଇଛି ବୋଲି କଂଗ୍ରେସ ଦମ୍ଭୋକ୍ତି ବାଢ଼ିଛି।

ଶ୍ରୀ ନାୟକ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଦେଖାଇ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଫାଇଭ-ଟି ସଚିବ ପାଣ୍ଡିଆନ୍ ବାବୁ କିଭଳି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ତା’ର ପ୍ରମାଣ ଦେଇଛନ୍ତି । ମେ’ ୨୯ତାରିଖଠୁ ଏଯାବତ୍ କେଉଁ କେଉଁ ବିଭାଗର ମନ୍ତ୍ରୀମାନେ କେତୋଟି ରିପୋର୍ଟ ଦେଇଛନ୍ତି ଓ ସେ ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତା’ର ସୂଚନା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ମଗାଯାଇଥିଲା।

ଆଶ୍ଚର୍ଯ୍ୟର କଥା, ଏଭଳି କୌଣସି ରିପୋର୍ଟ କୌଣସି ମନ୍ତ୍ରୀଙ୍କ ଠାରୁ ଆସି ନାହିଁ ବୋଲି କହି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସିଧାସଳଖ ଫାଙ୍କି ଦେଲା। ହୁଏତ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦପ୍ତରର ଅଧିକାରୀମାନେ ସୂଚନା ଅଧିକାର ଆଇନ୍ ପ୍ରତି ତିଳେମାତ୍ର ସମ୍ମାନ ଦେଉନାହାନ୍ତି କିମ୍ବା ସେଭଳି କୌଣସି ସୂଚନା ତାଙ୍କ ପାଖରେ ନଥାଇପାରେ।

ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସମବାୟ ଓ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତ୍ୟେକ ମାସରେ ନିଜ ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରି ଆସୁଛନ୍ତି ବୋଲି ସୂଚନା ଅଧିକାର ଆଇନରେ ମିଳିଥିବା ଦସ୍ତାବିଜରୁ ଜଣାପଡ଼ୁଛି। ଯାହାକି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ମିଛକୁ ଧରାପକାଇ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯେଭଳି ଢଙ୍ଗରେ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ରିପୋର୍ଟ ପାଇଥିବା କଥାକୁ ଫାଙ୍କି ଦେଲେ, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଫାଇଭ-ଟି ସଚିବ ରାଜ୍ୟବାସୀଙ୍କୁ କେବଳ ଟୋପି ପିନ୍ଧାଉଛନ୍ତି।

ଶ୍ରୀ ନାୟକ ଦାବି କରିଛନ୍ତି ଯେ, କେଉଁ ତଥ୍ୟକୁ ଚାପିବା ପାଇଁ ଏବଂ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡରେ ଥିବା କେଉଁ ପ୍ରସଙ୍ଗ ସାମ୍ନାକୁ ଆସିଲେ ଅଡୁଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏଭଳି ଡାହା ମିଛ କହିଲେ ତାହା ସ୍ପଷ୍ଟ କରନ୍ତୁ। ଯଦି ମନ୍ତ୍ରୀମାନଙ୍କର କୌଣସି ରିପୋର୍ଟ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସତ କହୁଛି, ତା’ହେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମିଥ୍ୟା ତଥ୍ୟ ସୂଚନା ଅଧିକାରରେ ଦେଇଥିବା ଅଭିଯୋଗର ଜବାବ ତଲବ କରିବା ସହ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ସତ୍ୟ ନାୟକ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ଜିନେଶ ଦାସ, ଦୀପକ କୁମାର ମହାପାତ୍ର, ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story