ପ୍ରିୟଙ୍କା ଗାନ୍ଧିଙ୍କ ଗିରଫ ପ୍ରତିବାଦରେ ଭୁବନେଶ୍ୱରରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିବା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଦଳୀୟ ନେତା ଓ କର୍ମୀମାନେ ଏହି ଗିରଫଦାରିକୁ ନିନ୍ଦା କରିବା ସହ ଉଭୟ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ବିଜେପି ନେତୃତ୍ୱାଧୀନ ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ଚୌଧୁରୀ କହିଥିଲେ ଯେ, […]

ODISHA-CONGRESS-PROTESTS-PRIYANKAS-DETENTION-BY-UP-POLICE

ODISHA-CONGRESS-PROTESTS-PRIYANKAS-DETENTION-BY-UP-POLICE

Manoranjan Sial
  • Published: Saturday, 20 July 2019
  • Updated: 20 July 2019, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିବା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଦଳୀୟ ନେତା ଓ କର୍ମୀମାନେ ଏହି ଗିରଫଦାରିକୁ ନିନ୍ଦା କରିବା ସହ ଉଭୟ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ବିଜେପି ନେତୃତ୍ୱାଧୀନ ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ଏହି ଅବସରରେ ଶ୍ରୀ ଚୌଧୁରୀ କହିଥିଲେ ଯେ, କେନ୍ଦ୍ରର ମୋଦି ସରକାର ଏବଂ ୟୁପିର ଯୋଗୀ ସରକାରଙ୍କ ବ୍ରିଟିଶରାଜକୁ ବରଦାସ୍ତ କରାଯିବ ନାହିଁ। ବିଜେପି ସରକାରରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ପ୍ରିୟଙ୍କା ଗାନ୍ଧିଙ୍କୁ ଅଗଣତାନ୍ତ୍ରିକ ଭାବେ ଅଟକ ରଖିବାକୁ କଂଗ୍ରେସ କଦାପି ବରଦାସ୍ତ କରିବ ନାହିଁ। ସେହିପରି ଏହି ବିକ୍ଷୋଭ ସମାବେଶରେ ସାମିଲ ହୋଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ ବିଜେପିର ଦମନ ଲୀଳା ନୀତିକୁ କଂଗ୍ରେସ କଦାପି ବରଦାସ୍ତ କରିିବ ନାହିଁ। ମାଷ୍ଟରକ୍ୟାଣ୍ଟିନ ଛକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ, ସଂଗ୍ରାମ କେଶରୀ ଜେନା, ପ୍ରକାଶ ମିଶ୍ର, ରାଜୀବ ପଟ୍ଟନାୟକ, ରଶ୍ମି ମହାପାତ୍ର, ଗୀତାଞ୍ଜଳି ଦାସ, ମୋହନ ଜେନା, ସୁବ୍ରତ ମହାପାତ୍ର, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ଶେଖ୍ ଅଫତାବ ଅଲ୍ଲୀ, ମିହିର ଆଚାର୍ଯ୍ୟ, ସ୍ୱାଧୀନବାଳା ଦାସ, ଅଭିଳାଷ ମାଣିଆ, ରଂଜିତ ପାତ୍ର, ଶ୍ରୀୟା ମହାନ୍ତି, ୟାସିର୍ ନୱାଜ, ସୁଶାନ୍ତ ତ୍ରିପାଠୀ, ସଞ୍ଜୟ ସାହୁ, ଦେବରାଜ ମିଶ୍ର, ମନୋଜ ସାହୁ, ସେକ୍ ତକ୍ୱିମ୍, ବିରଞ୍ଚି ବାରିକ, କୁସୁମ ପ୍ରଧାନ, ଚିନ୍ମୟ ସୁନ୍ଦର ଦାସ, ଅକ୍ଷୟ ଦାସ, ରାଜକିଶୋର ବାରିକ, ଆଲୋକ ଲେଙ୍କା, ମଣ୍ଟୁ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos