ଆଉ ୩ଦିନରେ ସରିଯିବ ଟିକା, ଆଉ ୨୦ଲକ୍ଷ କୋଭିଶିଲଡ୍ ଟିକା ତୁରନ୍ତ ଦିଅ: ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଯେତିକି କୋଭିଡ୍ ଟିକା ରହିଛି ତାହା ଅତିବେଶୀରେ ୩ଦିନ ଯିବ। ରାଜ୍ୟର କେଉଁଠି ବି କୋଭିଶିଲଡ୍ ଟିକା ଷ୍ଟକ୍ ରହିବ ନାହିଁ। ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଥିବା ବ୍ୟକ୍ତି ବିଶେଷକରି ବରିଷ୍ଠ ନାଗରିକଙ୍କୁ ଟିକା ଦେବାରେ ସମସ୍ୟା ହେବ। ତେଣୁ ତୁରନ୍ତ ଓଡ଼ିଶାକୁ ଅତିକମରେ ଆଉ ୧୫ରୁ ୨୦ଲକ୍ଷ ଡୋଜ୍ କୋଭିସିଲଡ୍ ଟୀକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଆଜି ଦାବି ଉପସ୍ଥାପନ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ […]

Covishield-Vaccine

Ranjit Kumar Jena
  • Published: Tuesday, 06 April 2021
  • , Updated: 06 April 2021, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଯେତିକି କୋଭିଡ୍ ଟିକା ରହିଛି ତାହା ଅତିବେଶୀରେ ୩ଦିନ ଯିବ। ରାଜ୍ୟର କେଉଁଠି ବି କୋଭିଶିଲଡ୍ ଟିକା ଷ୍ଟକ୍ ରହିବ ନାହିଁ। ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଥିବା ବ୍ୟକ୍ତି ବିଶେଷକରି ବରିଷ୍ଠ ନାଗରିକଙ୍କୁ ଟିକା ଦେବାରେ ସମସ୍ୟା ହେବ। ତେଣୁ ତୁରନ୍ତ ଓଡ଼ିଶାକୁ ଅତିକମରେ ଆଉ ୧୫ରୁ ୨୦ଲକ୍ଷ ଡୋଜ୍ କୋଭିସିଲଡ୍ ଟୀକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଆଜି ଦାବି ଉପସ୍ଥାପନ କରାଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଳେଖି କହିଛନ୍ତି ଯେ, ଓଡ଼ିଶା ଏବେସୁଦ୍ଧା ୩୫.୬୭ଲକ୍ଷ ଡୋଜରୁ ଅଧିକ ଟୀକା ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ୱାର୍କର ଓ ୪୫ବର୍ଷ ଅବା ତାଙ୍କଠୁ ଅଧିକ ବର୍ଷର ଲୋକମାନଙ୍କୁ ଦେଇସାରିଲାଣି।

ଏପ୍ରିଲ ୧ରୁ ରାଜ୍ୟରେ ଦୈନିକ ହାରାହାରି ୨.୩୧ଲକ୍ଷ ଲୋକଙ୍କର ଟିକାକରଣ କରାଯାଉଛି। ଆଜି ସକାଳ ୧୦ଟା ସୁଦ୍ଧା ରାଜ୍ୟରେ ୩,୪୭,୧୮୦ ଡୋଜ୍ କୋଭିସିଲଡ୍ ଓ ୧,୩୬,୮୨୦ ଡୋଜ୍ କୋଭାକ୍ସିନ୍ ଟିକା ବିଭିନ୍ନ କୋଲଡ୍ ଚେନ୍ ପଏଣ୍ଟରେ ରହିଥିଲା। ରାଜ୍ୟର କୌଣସି ଆଂଚଳିକ ଓ ଜିଲ୍ଲା ଟିକା ଷ୍ଟୋରରେ କୋଭିଶିଲଡ୍ ଟିକା ଗଚ୍ଛିତ ନାହିଁ। ତେବେ ଆଜି ଅପରାହ୍ନରେ ଓଡ଼ିଶା ଆଉ ୩ଲକ୍ଷ ୪୯ହଜାର ୧୩୦ ଡୋଜ୍ କୋଭିଶିଲଡ୍ ଟିକା ପାଇଛି। ଯାହାକି ଖୁବଶୀଘ୍ର ବଣ୍ଟାଯିବ।

ଜିଲ୍ଲାଗୁଡ଼ିକ ଦ୍ୱାରା ଏବେ ଚାଲିଥିବା ଟିକାକରଣ ପ୍ରକ୍ରିୟା ଓ ରାଜ୍ୟରେ ଉପଲବ୍ଧ ଥିବା ଟିକା ଅତିବେଶୀରେ ଆଉ ୩ଦିନ ଯିବ। ତା’ପରେ ସମଗ୍ର ରାଜ୍ୟରୁ କୋଭିଶିଲଡ୍ ଟିକା ସରିଯିବ। ଯାହାର ପ୍ରତିକୂଳ ପ୍ରଭାବ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଉପରେ ପଡ଼ିବ। ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଏହି ଟିକା ଯୋଗାଣରେ ବିଳମ୍ବ ହେବା ଉଚିତ୍ ନୁହେଁ। ତେଣୁ ଅତିକମରେ ୧୫ରୁ ୨୦ଲକ୍ଷ କୋଭିସିଲଡ୍ ଟିକା ଆବଣ୍ଟନ କରାଗଲେ ଆଗାମୀ ଦିନରେ ଟିକାକରଣ ବ୍ୟବସ୍ଥା ସୁରୁଖୁରୁରେ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Related story