‘ରାଜ୍ୟରେ ବଢ଼ିଛି ଅର୍ଥନୈତିକ ଅଭିବୃଦ୍ଧି ହାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ହାର ବଢ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଆଜି ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଗତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ଆଉ ୧ ପ୍ରତିଶତ ବଢ଼ିଛି। ଏହା ଦର୍ଶାଉଛି ଯେ ପ୍ରତିବର୍ଷ ରାଜ୍ୟର […]

farmer

farmer

Jyoshna Pradhan
  • Published: Friday, 28 June 2019
  • Updated: 28 June 2019, 02:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ହାର ବଢ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଆଜି ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଗତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ଆଉ ୧ ପ୍ରତିଶତ ବଢ଼ିଛି। ଏହା ଦର୍ଶାଉଛି ଯେ ପ୍ରତିବର୍ଷ ରାଜ୍ୟର କେବଳ ଅଭିବୃଦ୍ଧି ଘଟୁନି, ରାଜ୍ୟର ଅଭିବୃଦ୍ଧି ହାର ମଧ୍ୟ ବଢ଼ୁଛି।

ସର୍ଭେ ରିପୋର୍ଟରେ କୁହାଯାଇଛି, ଗତ ୫ ବର୍ଷର ଅର୍ଥନୈତିକ ଅଭିବୃଦ୍ଧି ହାରର ତର୍ଜମାରୁ ଜଣାପଡ଼ିଛି ରାଜ୍ୟର ଅଭିବୃଦ୍ଧି ହାର ହରିୟାଣା, ପଞ୍ଜାବ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାରଖଣ୍ଡ ଭଳି ରାଜ୍ୟକୁ ପଛରେ ପକାଇ ଦେଇଛି। ସେହିପରି କୃଷି କ୍ଷେତ୍ରରେ ପାଖାପାଖି ୪୮ ପ୍ରତିଶତ ଶ୍ରମ ନିଯୁକ୍ତି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କୃଷିକ୍ଷେତ୍ରରୁ ଘର ପିଛା ମାସିକ ଆୟରେ ମଧ୍ୟ ବୃଦ୍ଧି ଘଟିଛି। ୨୦୧୨-୧୩ରେ କୃଷିକ୍ଷେତ୍ରରୁ ମାସିକ ଘରୋଇ ଆୟ ୪,୯୭୬ ଟଙ୍କା ଥିବା ବେଳେ ୨୦୧୬-୧୭ରେ ଏହା ୭,୭୩୧ ଟଙ୍କାକୁ ବୃଦ୍ଧି ପାଇଥିବା ରିପୋର୍ଟ ଦର୍ଶାଇଛି।

ସ୍ୱାସ୍ଥ୍ୟ, ଜୀବନଧାରଣର ମାନ ଓ ନିରାପତ୍ତା କ୍ଷେତ୍ରରେ ମଧ୍ୟ ବିକାଶ ହୋଇଛି। ଶିଶୁ ମୃତ୍ୟୁହାରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କମ୍ ରହିଛି। ୧୯୯୮-୯୯ରୁ ୨୦୧୫-୧୬ ମଧ୍ୟରେ ଏହା ୪୧ ପଏଣ୍ଟ ହ୍ରାସ ପାଇଛି। ଓଡ଼ିଶାରେ ସାକ୍ଷରତାର ହାର ବିଗତ ଦଶନ୍ଧିରେ ଦ୍ରୁତ ଗତିରେ ବଢ଼ିଛି। ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ବ୍ୟାପକ ଉନ୍ନତି ଆସିଛି। ନୀତି ଆୟୋଗର ୨୦୧୮ ରିପୋର୍ଟରେ ଓଡ଼ିଶା ପରଫର୍ମର ଷ୍ଟେଟ୍ ଏବଂ ଷ୍ଟେଟ୍ ଇନ୍ ଗୋଲ୍-୧୫ରେ ଓଡ଼ିଶା ଆଚିଭର ଷ୍ଟେଟ୍ ତାଲିକାରେ ଅନ୍ତର୍ଭୁକ୍ତ ଥିବା ରିପୋର୍ଟରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story