ସରକାରୀ ୱେବସାଇଟରେ ଚାଷୀ ବିକିବେ ପନିପରିବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ରାଜ୍ୟରେ ଲକଡାଉନ୍ ଥିବାରୁ ଚାଷୀମାନେ ନିଜର ଉତ୍ପାଦିତ ଫଳ,ପନିପରିବାର, ଫୁଲ ଓ ମସଲା ଇତ୍ୟାଦି ଉଦ୍ୟାନଭିତ୍ତିକ ଫସଲର ଉପଯୁକ୍ତ ବିକ୍ରିକଟା କରିବାରେ ଅସୁବିଧା ହେଉଥିବାରୁ ରାଜ୍ୟ ସରକାର ଏବେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ‘ଓଡ଼ିହର୍ଟିମାର୍କେଟିଂ ଡଟ୍ ଏନଆଇସି ଡଟ୍ ଇନ’ ନାଁରେ ଏକ ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି ଯାହା ଉଭୟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଉପଯୁକ୍ତ ମଂଚ ପାଲଟିବ। ଏହାଛଡ଼ା ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା […]

bbsr00

Tapas Behera
  • Published: Tuesday, 21 April 2020
  • , Updated: 21 April 2020, 09:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ରାଜ୍ୟରେ ଲକଡାଉନ୍ ଥିବାରୁ ଚାଷୀମାନେ ନିଜର ଉତ୍ପାଦିତ ଫଳ,ପନିପରିବାର, ଫୁଲ ଓ ମସଲା ଇତ୍ୟାଦି ଉଦ୍ୟାନଭିତ୍ତିକ ଫସଲର ଉପଯୁକ୍ତ ବିକ୍ରିକଟା କରିବାରେ ଅସୁବିଧା ହେଉଥିବାରୁ ରାଜ୍ୟ ସରକାର ଏବେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ‘ଓଡ଼ିହର୍ଟିମାର୍କେଟିଂ ଡଟ୍ ଏନଆଇସି ଡଟ୍ ଇନ’ ନାଁରେ ଏକ ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି ଯାହା ଉଭୟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଉପଯୁକ୍ତ ମଂଚ ପାଲଟିବ। ଏହାଛଡ଼ା ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା କୃଷି ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲାରେ କେଉଁଧରଣର କେତେ ପରିମାଣ କେଉଁଠି ରହିଛି ତାହା ୱେବସାଇଟରେ ପ୍ରତ୍ୟେକଦିନ ଅପଲୋଡ଼ କରିବାକୁ କୁହାଯାଇଛି।

କୃଷିମନ୍ତ୍ରୀ ଅରୁଣ ସାହୁ ଆଜି ଅପରାହ୍ନରେ କୃଷି ଭବନରେ ଏହି ୱେବସାଇଟକୁ ଲୋକାର୍ପିତ କରିବା ସହ ଫଳ,ଫୁଲ ଓ ପନିପରିବା ଆଦିର ଗୁଣାତ୍ମକ ମାନ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ ଏହାର ଉପଯୁକ୍ତ ବିକ୍ରି ଦିଗରେ ଏହି ୱେବସାଇଟ୍ ସହାୟକ ହେବ। ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ମଧ୍ୟ ପାଇବା ସହ ଖାଉଟିଙ୍କ ପାଖରେ ଓ ବଜାରରେ ମଧ୍ୟ ପନିପରିବାର ଅଭାବ ରହିବ ନାହିଁ। ଏହି ୱେବସାଇଟରେ ଏବେ ୧୫୦୦ରୁ ଅଧିକ ବ୍ୟବସାୟୀଙ୍କୁ ତାଲିକାଭୁକ୍ତ କରାଯାଇଛି। ଜିଲ୍ଲାସ୍ତରର ବିଭାଗୀୟ ଅଧିକାରୀମାନେ ଜିଲ୍ଲାର ଚାଷୀ ଓ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଏଥିରେ ତାଲିକାଭୁକ୍ତ କରାଇବେ।

ଏହି ୱେବସାଇଟ୍ ମାଧ୍ୟମରେ ରାଜ୍ୟର ୩୦ଟି ଜିଲ୍ଲାର ଉଦ୍ୟାନକୃଷି ବିଭାଗର ଜିଲ୍ଳାସ୍ତରୀୟ ଅଧିକାରୀମାନେ ସେମାନଙ୍କ ଜିଲ୍ଲାରେ ବିକ୍ରିଯୋଗ୍ୟ ଉତ୍ପାଦିତ ଦ୍ରବ୍ୟକୁ ଦର୍ଶାଇବେ। ଯାହାକି ସମ୍ପୃକ୍ତ ବ୍ୟବସାୟୀଙ୍କ ଅବଗତି ପାଇଁ ଉପଲବ୍ଧ ହେବ। ବ୍ୟବସାୟୀମାନେ କେଉଁଠାରେ କେତେ ପରିମାଣର ଫଳ ଓ ପନିପରିବାର ଆଦି ଉପଲବ୍ଧ ହେଉଛି ସେ ବିଷୟରେ ବି ଜାଣିପାିରବେ। ସେମାନେ ଜିଲ୍ଲାସ୍ତରର କୃଷି ଅଧିକାରୀମାନଙ୍କ ସହ ଯୋଗାଯୋଗ କରି ସିଧାସଳଖ ଚାଷୀଙ୍କଠୁ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା କରିପାରିବେ।
କରୋନା ସଂକ୍ରମଣ ଭଳି ଏକ ଅସ୍ୱାଭାବିକ ପରିସ୍ଥିତିରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ଦେବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

Related story