‘ଆହାର’କୁ ଆଇଏସଓ ପ୍ରମାଣପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ଟଙ୍କାରେ ଭାତ ଓ ଡାଲମା ମିଳୁଥିବା ଆହାର କେନ୍ଦ୍ରଗୁଡ଼ିକୁ ଆଇଏସଓ ପ୍ରମାଣପତ୍ର ମିଳିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଥିବା ସମସ୍ତ ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ସେଣ୍ଟ୍ରାଲ କିଚେନକୁ ଆଇଏସଓ ପ୍ରମାଣପତ୍ର ମିଳିଛି। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଥିବା ଆହାର କେନ୍ଦ୍ରରେ ସୁଲଭ ଦରରେ […]

aahar-kendra

Manoranjan Sial
  • Published: Monday, 02 December 2019
  • , Updated: 02 December 2019, 09:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ଟଙ୍କାରେ ଭାତ ଓ ଡାଲମା ମିଳୁଥିବା ଆହାର କେନ୍ଦ୍ରଗୁଡ଼ିକୁ ଆଇଏସଓ ପ୍ରମାଣପତ୍ର ମିଳିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଥିବା ସମସ୍ତ ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ସେଣ୍ଟ୍ରାଲ କିଚେନକୁ ଆଇଏସଓ ପ୍ରମାଣପତ୍ର ମିଳିଛି। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଥିବା ଆହାର କେନ୍ଦ୍ରରେ ସୁଲଭ ଦରରେ ଗୁଣାତ୍ମକ ମାନର ଖାଦ୍ୟ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଥିପାଇଁ ନଗର ଉନ୍ନୟନ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ଆହାର ଯୋଜନାରେ ଭାଗିଦାରୀ ଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଏନେଇ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଆହାର କେନ୍ଦ୍ର ମାଧ୍ୟମରେ ୫ଟଙ୍କାରେ ଭାତ ଓ ଡାଲମା ଯୋଗାଇ ଦେଉଛନ୍ତି। ଏହି ଆହାର କେନ୍ଦ୍ରରେ ଖାଦ୍ୟର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ସେମାନେ ମଧ୍ୟ ଜିଲ୍ଲା ଗସ୍ତରେ ଯିବାବେଳେ ସେଠାରେ ଭୋଜନ କରୁଥିବା ଦେଖିବାକୁ ମିଳୁଛି।

Related story