ଦେଢ଼ବର୍ଷ ପରେ ପୁଣି ଆରମ୍ଭ ହେବ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶର କାହ୍ନାରୁ ‘ମହାବଳ’ ଓ ବାନ୍ଧବଗଡ଼ ଅଭୟାରଣ୍ୟରୁ ବାଘୁଣୀ ‘ସୁନ୍ଦରୀ’କୁ ଆଣିଥିଲେ ବନ ବିଭାଗ। ସେମାନଙ୍କୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ମାତ୍ର ସେମାନେ ବେଶୀ ଦିନ ତିଷ୍ଠି ପାରିନଥିଲେ। ଶିକାରୀ ଜାଲରେ ପଡ଼ି ମହାବଳର ମୃତ୍ୟୁ ଘଟିଥିବା ବେଳେ ଏନ୍‌କ୍ଲୋଜରରେ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ‘ସୁନ୍ଦରୀ’। ଏହି ଘଟଣା ପରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିଥିଲା ବନ ବିଭାଗ। ଦୀର୍ଘ […]

Sundari-1-3

Manoranjan Sial
  • Published: Saturday, 07 December 2019
  • , Updated: 07 December 2019, 08:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶର କାହ୍ନାରୁ ‘ମହାବଳ’ ଓ ବାନ୍ଧବଗଡ଼ ଅଭୟାରଣ୍ୟରୁ ବାଘୁଣୀ ‘ସୁନ୍ଦରୀ’କୁ ଆଣିଥିଲେ ବନ ବିଭାଗ। ସେମାନଙ୍କୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ମାତ୍ର ସେମାନେ ବେଶୀ ଦିନ ତିଷ୍ଠି ପାରିନଥିଲେ। ଶିକାରୀ ଜାଲରେ ପଡ଼ି ମହାବଳର ମୃତ୍ୟୁ ଘଟିଥିବା ବେଳେ ଏନ୍‌କ୍ଲୋଜରରେ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ‘ସୁନ୍ଦରୀ’। ଏହି ଘଟଣା ପରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିଥିଲା ବନ ବିଭାଗ। ଦୀର୍ଘ ଦିନର ନିରବତା ପରେ ଏବେ ବ୍ୟାଘ୍ର ପ୍ରକଳ୍ପକୁ ଆଗକୁ ନେବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଏନେଇ କିଛିଦିନ ମଧ୍ୟରେ ସାତକୋଶିଆ ବାସିନ୍ଦା, ସ୍ଥାନୀୟ ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସହ ବୈଠକ କରିବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ। ବୈଠକରେ ଲୋକଙ୍କୁ ଜୈବ ବିବିଧତା ସମ୍ପର୍କରେ ସଚେତନ କରାଯିବ। ପୂର୍ବରୁ ସାତକୋଶିଆରେ ବାଘ ଥିଲେ ମଧ୍ୟ ଲୋକଙ୍କ ଅସୁବିଧା ହେଉ ନ ଥିଲା। ଏକଥା ଲୋକଙ୍କୁ ବୁଝାଇବା ଲାଗି ଉଦ୍ୟମ କରିବ ବନ ବିଭାଗ। ଏହା ପରେ ଏନ୍‌ଟିସିଏକୁ ରିପୋର୍ଟ ଦିଆଯିବ।

ବାଘ ସ୍ଥାନାନ୍ତରଣ ନେଇ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ସାତକୋଶିଆକୁ ନେଇ ଉତ୍ସାହିତ ନୁହନ୍ତି ବିଶେଷଜ୍ଞ। ବାଘଙ୍କ ବଂଶବୃଦ୍ଧି ଲାଗି ଯେଉଁ ପାରିପାର୍ଶିକ ସ୍ଥିତି ଆବଶ୍ୟକ, ତାହା ସାତକୋଶିଆରେ ନାହିଁ ବୋଲି ବିଶେଷଜ୍ଞ ଖଗେଶ୍ୱର ନାୟକ କହିଛନ୍ତି। ଅନ୍ୟପକ୍ଷରେ ଲୋକଙ୍କୁ ବିଶ୍ୱାସକୁ ନେଇ ଆଗକୁ ବଢିବା ଲାଗି ବନ ବିଭାଗର ନିଷ୍ପତ୍ତିକୁ ସାତକୋଶିଆବାସୀ ସ୍ୱାଗତ କରିଛନ୍ତି।

ଦେଶର ପ୍ରଥମ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ କାର୍ଯ୍ୟକ୍ରମ ଅନୁଯାୟୀ ୨୦୧୮ ମସିହା ପ୍ରଥମାର୍ଦ୍ଧରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଓ କାହ୍ନାରୁ ଦୁଇଟି ବାଘ ସାତକୋଶିଆ ଅଣାଯାଇଥିଲା। ୨୦୧୮ ନଭେମ୍ବରରେ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀର ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ସୁନ୍ଦରୀକୁ ଏନ୍‌କ୍ଲୋଜରରେ ରଖାଯାଇଛି। ସେହିପରି ଶିକାରୀଙ୍କ ଜାଲରେ ପଡି କାହ୍ନାରୁ ଆସିଥିବା ମହାବଳର ମୃତ୍ୟୁ ହୋଇଥିଲା।

 

Related story