ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ନିଜର ଷ୍ଟକ୍ ବିକ୍ରି କରି ପୁଣି ୫ ଶହ କୋଟି ଟଙ୍କା ଋଣ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ରାଜ୍ୟ ସରକାର ଏହି ଋଣ ଆଣିବେ। ଅକ୍ଟୋବର ୧୬ତାରିଖରେ ଏହି ଷ୍ଟକ୍ ବିକ୍ରିର ନିଲାମୀ ହେବ। ୫ବର୍ଷ ଅବଧି ପାଇଁ ରାଜ୍ୟ ସରକାର ଏହି ଋଣ ଆଣିବେ ଓ ୨୦୨୪ ମସିହାରେ ପରିଶୋଧ କରିବେ ବୋଲି ବିଜ୍ଞପ୍ତିରୁ ଜଣାପଡ଼ିଛି।
୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ତୃତୀୟ ଥର ପାଇଁ ଋଣ ଆଣିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାର ପ୍ରାୟ ୨୩ହଜାର କୋଟି ଟଙ୍କା ଋଣ ଆଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୯ ମେ’ ମାସ ସୁଦ୍ଧ ରାଜ୍ୟର ମୋଟ ଋଣଭାର ୮୨,୫୭୦କୋଟି ଟଙ୍କା ଥିବାବେଳେ ଏହା ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ୧ଲକ୍ଷ ୬ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ପ୍ରବାସୀ ଭାରତୀୟ ସମ୍ମେଳନ ଆରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ- ପ୍ରବାସୀମାନେ କଲଚରାଲ ଆମ୍ବାସଡର
ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ।
Crime
ଦୁଇ ଶ୍ରମିକଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ବନ୍ଧା ହେଲେ ଦୁଇ ଯୁବକ
ଗତ ୫ ତାରିଖ ଦିନ ହାଡିଆପଠାରେ କିଛି ନିଶାସକ୍ତ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଯୁବକମାନେ ଦୁଇ ଶ୍ରମିକଙ୍କୁ ଉଠାଇ ନେଇ ଯୋବ୍ରା ଅଞ୍ଚଳର ପରିତ୍ୟକ୍ତ ଘରେ ରଖିଥିଲେ।
Crime
ରାଜଧାନୀରେ ଚାଞ୍ଚଲ୍ୟ; ଚଳନ୍ତା ସ୍କୁଟିରେ ଯାଉଥିବା ଯୁବକଙ୍କୁ ଚୋଟ, ମୁଣ୍ଡ-ଗଣ୍ଡି ଅଲଗା
ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ।
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Miscellaneous
ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଜଧାନୀରେ ଜମିଲାଣି ଭିଭିଆଇପିଙ୍କ ଭିଡ଼
। ଆସନ୍ତାକାଲି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମେଳନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମୋଦି। ଆସିବା ଆଗରୁ ପ୍ରଧାନମନ୍ତ୍ରୀ ସୋଶାଲ ମିଡ଼ିଆ ଏକ୍ସରେ ଏ ନେଇ ସୂଚନା ଦେଇଛନ୍ତି।