୫ ବର୍ଷରେ ବର୍ଷା ଜଳ ସଂରକ୍ଷଣ ଶୂନ: ୧୦୦କୋଟି ନେଇଥିଲେ ଏବେ ପୁଣି ୨୧୮କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବର୍ଷା ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଓ ଭୂତଳ ଜଳର ଅପବ୍ୟବହାର ରୋକିବା ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଭୂତଳ ଜଳ ଆଇନ କାର୍ଯ୍ୟକାରୀ ହେବାର ୮ବର୍ଷ ବିତିଲାଣି । ବର୍ଷା ଜଳ ସଂରକ୍ଷଣ ପାଇଁ ଗତ ୨୦୧୫ ଜାନୁୟାରୀ ମାସରେ ୧୦୦କୋଟି ଟଙ୍କାର ବଜେଟ୍ ସହ ନୂଆ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ। କିନ୍ତୁ ଏବେ ୫ବର୍ଷ ବିତିବାକୁ ବସିଲାଣି କିନ୍ତୁ ସେ ଯୋଜନାର ମାତ୍ର ୪୫% ଖର୍ଚ୍ଚ ହୋଇଥିବାବେଳେ […]

water

water

Manoranjan Sial
  • Published: Tuesday, 15 October 2019
  • Updated: 15 October 2019, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବର୍ଷା ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଓ ଭୂତଳ ଜଳର ଅପବ୍ୟବହାର ରୋକିବା ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଭୂତଳ ଜଳ ଆଇନ କାର୍ଯ୍ୟକାରୀ ହେବାର ୮ବର୍ଷ ବିତିଲାଣି । ବର୍ଷା ଜଳ ସଂରକ୍ଷଣ ପାଇଁ ଗତ ୨୦୧୫ ଜାନୁୟାରୀ ମାସରେ ୧୦୦କୋଟି ଟଙ୍କାର ବଜେଟ୍ ସହ ନୂଆ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ। କିନ୍ତୁ ଏବେ ୫ବର୍ଷ ବିତିବାକୁ ବସିଲାଣି କିନ୍ତୁ ସେ ଯୋଜନାର ମାତ୍ର ୪୫% ଖର୍ଚ୍ଚ ହୋଇଥିବାବେଳେ ଏବେ ପୁଣି ଆଉ ଏକ ୩ବର୍ଷିଆ ଯୋଜନା ଆଣି ୨୧୮କୋଟି ଖର୍ଚ୍ଚ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକି ଯୋଜନା ନାଁରେ ରାଜକୋଷ ପାଣ୍ଠିକୁ ହରିଲୁଟ୍ କରିବାରେ ଓଡ଼ିଶା ସରକାର ପାରଙ୍ଗମତାକୁ ଦର୍ଶାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ‘ଭୂତଳ ଜଳ ରିଚାର୍ଜ ଓ ସଚେତନତା କାର୍ଯ୍ୟକ୍ରମ’ ନାଁରେ ଏକ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି। ଏହି ଯୋଜନା ରାଜ୍ୟର ୫୫ଟି ବ୍ଲକରେ କାର୍ଯ୍ୟକ୍ଷମ କରିବା ପାଇଁ ଚିହ୍ନଟ ହୋଇଛି। ୪୪ଟି ବ୍ଲକରେ ଭୂତଳ ଜଳ ସ୍ଥିତି କ୍ରମାଗତ ହ୍ରାସ ପାଉଥିବାବେଳେ ୫ଟି ବ୍ଲକରେ ସ୍ଥିତି ଗୁରୁତର ଅଛି। ୬ଟି ବ୍ଲକରେ ସାଲାଇନ୍ ସ୍ତର ରହିଛି। ଏହି ସବୁ ବ୍ଲକରେ ପ୍ରତିବର୍ଷ ୧୦୦ଟି ଘରୋଇ କୋଠା ଓ ୫ଟି ସରକାରୀ କୋଠାର ଛାତ ଉପରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରାଯିବ। ୬୦୦ଟି ଅଚଳ ନଳକୂପ ଓ ବୋରୱେଲକୁ ସଚଳ କରାଯିବ। ଏହାସହିତ ବର୍ଷା ଜଳ ସଂରକ୍ଷଣ ପ୍ରଚାର ପ୍ରସାର ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୩ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ କୁ ନିଷ୍ପତ୍ତି ହୋଇଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ୨୦୧୧ ମସିହାରେ ଭୂତଳ ଜଳ ଆଇନ କାର୍ଯ୍ୟକ୍ଷମ ହେବାପରେ ୪ବର୍ଷ ଧରି ଅଚିନ୍ତାରେ ଶୋଇଥିବା ରାଜ୍ୟ ସରକାର ୨୦୧୫ ଜାନୁୟାରୀ ମାସରେ ବର୍ଷାଜଳ ସଂରକ୍ଷଣ ପାଇଁ ୧୦୦କୋଟି ଟଙ୍କାର ବ୍ୟୟବରାଦ ସହ ଏକ ନୂଆ ଯୋଜନା କାର୍ଯ୍ୟକ୍ଷମ କଲେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ବ୍ରହ୍ମପୁର ସହର ଓ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା ସରକାରୀ କୋଠାରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହ ଘରୋଇ କୋଠାରେ ବର୍ଷା ଜଳ ସଂରକ୍ଷଣ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଘୋଷଣା କଲେ। ପ୍ରଥମ ପର୍ଯ୍ୟାୟରେ ୫୫୦ଟି ସରକାରୀ କୋଠା ଓ ୧୬,୪୦୫ଟି ଘରୋଇ କୋଠା ଛାତ ଉପରେ ଏହି ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରଖାଗଲା । ମାତ୍ର ୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବର୍ଷା ଜଳ ସଂରକ୍ଷଣ ବାବଦରେ ଏହି ୧୦୦କୋଟି ଟଙ୍କାରୁ ମାତ୍ର ୪୫କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ସମ୍ବଲପୁର, ରାଉରକେଲା ଓ କଟକରେ ମାତ୍ର ୧୦ଟି କୋଠାରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ହୋଇଥିବାବେଳେ ଭୁବନେଶ୍ୱରରେ ମାତ୍ର ୧୩୧ଟି କୋଠା ଓ ସମଗ୍ର ରାଜ୍ୟରେ ମୋଟ ୯୪୩୮ଟି ଘରୋଇ କୋଠାର ଛାତରେ ଏହି ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।

୨୦୧୧ ମସିହା ଭୂତଳ ଜଳ ଆଇନରେ ସରକାରୀ କୋଠାର ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବାର ପ୍ରାବଧାନ ଥିବାବେଳେ ଏହାକୁ ଖୋଦ୍ ରାଜ୍ୟ ସରକାର ଅଣଦେଖା କରିଛନ୍ତି। ଏକ ଆକଳନ ଅନୁସାରେ ୨୦୧୫ ଜାନୁୟାରୀ ମାସ ପରଠୁ ରାଜ୍ୟରେ ନିର୍ମାଣ ହୋଇଥିବା ପ୍ରାୟ ୮୫୦ଟି ସରକାରୀ କୋଠା ମଧ୍ୟରୁ ମାତ୍ର ୩୦% କୋଠାର ଛାତରେ ଏହି ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ସମ୍ଭବପର ହୋଇପାରିଛି।

ତେଣୁ ୫ବର୍ଷ ମଧ୍ୟରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ନାଁରେ ରାଜକୋଷ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରିଥିବା ରାଜ୍ୟ ସରକାର ପୁଣିଥରେ ୨୧୮କୋଟି ଟଙ୍କା ପ୍ରାବଧାନ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story