ଭଙ୍ଗାଯିବ ୩୯ କ୍ୱାର୍ଟର୍ସ : ବିଧାୟକଙ୍କୁ ନୂଆ କ୍ୱାର୍ଟର୍ସ ଆବଣ୍ଟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନଙ୍କ ରହିବା ପାଇଁ ୪୦୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଆପାର୍ଟମେଣ୍ଟ୍ ନିର୍ମାଣ କାର୍ଯ୍ୟକୁ ବିଧାନସଭା ସଚିବାଳୟ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି। ଆସନ୍ତା ଜାନୁୟାରୀ ମାସରୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ବିଧାନସଭାର ନୂଆ ଅତିଥି ଭବନଠୁ କମିଶନରେଟ୍ ପୁଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଟ୍ରାଫିକ ଛକ ମଧ୍ୟରେ ଥିବା ୩୯ଟି କ୍ୱାର୍ଟର୍ସକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏସବୁ କ୍ୱାର୍ଟର୍ସରେ ରହୁଥିବା ୩୫ଜଣ ବିଧାୟକଙ୍କୁ ଆଜି ଅନ୍ୟତ୍ର କ୍ୱାର୍ଟର୍ସ ଆବଣ୍ଟନ କରାଯାଇଥିବା ଜଣାପଡ଼ିଛି। ବିଧାନସଭା […]

odisha-government-will-spend-400-crore-for-building-mla-quarters

odisha-government-will-spend-400-crore-for-building-mla-quarters

Manoranjan Sial
  • Published: Monday, 11 November 2019
  • Updated: 11 November 2019, 08:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନଙ୍କ ରହିବା ପାଇଁ ୪୦୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଆପାର୍ଟମେଣ୍ଟ୍ ନିର୍ମାଣ କାର୍ଯ୍ୟକୁ ବିଧାନସଭା ସଚିବାଳୟ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି। ଆସନ୍ତା ଜାନୁୟାରୀ ମାସରୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ବିଧାନସଭାର ନୂଆ ଅତିଥି ଭବନଠୁ କମିଶନରେଟ୍ ପୁଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଟ୍ରାଫିକ ଛକ ମଧ୍ୟରେ ଥିବା ୩୯ଟି କ୍ୱାର୍ଟର୍ସକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏସବୁ କ୍ୱାର୍ଟର୍ସରେ ରହୁଥିବା ୩୫ଜଣ ବିଧାୟକଙ୍କୁ ଆଜି ଅନ୍ୟତ୍ର କ୍ୱାର୍ଟର୍ସ ଆବଣ୍ଟନ କରାଯାଇଥିବା ଜଣାପଡ଼ିଛି।

ବିଧାନସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଚିହ୍ନଟ ହୋଇଥିବା ଅଞ୍ଚଳରେ ଅତ୍ୟାଧୁନିକ ଆପାର୍ଟମେଣ୍ଟ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ କ୍ୱାର୍ଟର୍ସଗୁଡ଼ିକ ଭାଙ୍ଗିବା ଜରୁରୀ ହୋଇଥିବାରୁ ସେଠାରେ ରହୁଥିବା ବିଧାୟକମାନଙ୍କୁ ଘର ଛାଡ଼ିବା ପାଇଁ ନୋଟିସ୍ ଜାରି କରାଯାଇଛି। ଏହାସହିତ ସେମାନଙ୍କୁ ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ କଲୋନୀରେ (ଡିଏସ୍ କ୍ୱାର୍ଟର୍ସ) ରହିବା ନିମନ୍ତେ କ୍ୱାର୍ଟର୍ସ ଆବଣ୍ଟନ ହୋଇଛି। ଡିଏସ୍ କ୍ୱାର୍ଟର୍ସରେ ଅଧିକାଂଶ ଘର ଖାଲି ରହିଥିବାବେଳେ ସେଠାରେ ଏହି ବିଧାୟକମାନଙ୍କୁ କ୍ୱାର୍ଟର୍ସ ଆବଣ୍ଟନ କରାଯାଇଛି। ଡିଏସ-୧ କ୍ୱାର୍ଟର୍ସର ୧ନମ୍ବର କ୍ୱାର୍ଟର୍ସସ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ଆବଣ୍ଟନ କରାଯାଇଥିବେଳେ ଦୁର୍ଯ୍ୟୋଧନ ମାଝୀ ରହୁଥିବା କ୍ୱାର୍ଟର୍ସକୁ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କୁ ମିଳିଛି।

ସେହିପରି ଦେବାଶୀଷ ସାମନ୍ତରାୟଙ୍କ ନାଁରେ ଆବଣ୍ଟିତ କ୍ୱାର୍ଟର୍ସକୁ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ମୁକ୍ତିକାନ୍ତ ମଣ୍ଡଳ ରହୁଥିବା କ୍ୱାର୍ଟର୍ସରେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ମହେଶ୍ୱର ମହାନ୍ତି ରହୁଥିବା କ୍ୱାର୍ଟର୍ସରେ ବରି ବିଧାୟିକା ସୁନନ୍ଦା ଦାସ ରହିବେ। ତେବେ ଏମଏଲଏ କଲୋନୀରେ ମହେଶ୍ୱରଙ୍କ ପାଖରେ ଦୁଇଟି କ୍ୱାର୍ଟର୍ସ ଥିବାବେଳେ ସେ ଗୋଟିଏ କ୍ୱାର୍ଟର୍ସ ଛାଡ଼ିବେ। ସେହିପରି ପ୍ରିୟାଂଶୁ ପ୍ରଧାନ ରହୁଥିବା କ୍ୱାର୍ଟର୍ସରେ ଅଧିରାଜ ପାଣିଗ୍ରାହୀ, ବିଜୟ ମହାନ୍ତିଙ୍କ କ୍ୱାର୍ଟର୍ସରେ ଧ୍ରୁବ ସାହୁ, ପ୍ରକାଶ ବେହେରା ରହୁଥିବା କ୍ୱାର୍ଟସକୁ ବିଜେପିର ଜୟନ୍ତ ଷଡ଼ଙ୍ଗୀଙ୍କୁ ଆବଣ୍ଟନ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos