‘ମୋ ସରକାର’ରେ ଭଲ ପ୍ରଦର୍ଶନ ପାଇଁ କର୍ମଚାରୀଙ୍କୁ ମିଳିବ ୫% ୱେଟେଜ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ନିକଟତର ହେବା ଓ ଆସ୍ଥାଭାଜନ ହେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟ କର୍ମଚାରୀଙ୍କୁ ସେମାନଙ୍କ ବାର୍ଷିକ ପରର୍ଫମାନ୍ସ ଆପ୍ରାଇଜାଲ୍ ରିପୋର୍ଟ(ପିଏଆର)ରେ ୫% ୱେଟେଜ୍ ମିଳିବ। କେବଳ ଯେଉଁ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହୋଇଛି ସେହି ବିଭାଗର କର୍ମଚାରୀମାନଙ୍କୁ ଏହି ୫% ୱେଟେଜ୍ ମିଳିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଜିସି ପାତ୍ର ଆଜି […]

mo-sarkar

mo-sarkar

Manoranjan Sial
  • Published: Friday, 18 October 2019
  • Updated: 18 October 2019, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ନିକଟତର ହେବା ଓ ଆସ୍ଥାଭାଜନ ହେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟ କର୍ମଚାରୀଙ୍କୁ ସେମାନଙ୍କ ବାର୍ଷିକ ପରର୍ଫମାନ୍ସ ଆପ୍ରାଇଜାଲ୍ ରିପୋର୍ଟ(ପିଏଆର)ରେ ୫% ୱେଟେଜ୍ ମିଳିବ। କେବଳ ଯେଉଁ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହୋଇଛି ସେହି ବିଭାଗର କର୍ମଚାରୀମାନଙ୍କୁ ଏହି ୫% ୱେଟେଜ୍ ମିଳିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଜିସି ପାତ୍ର ଆଜି ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ୨୦% ୱେଟେଜ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ରାଜ୍ୟ ସରକାର କର୍ମଚାରୀଙ୍କ ବାର୍ଷିକ ପିଏଆରରେ ‘ଫାଇଭ-ଟି’ ନିମନ୍ତେ ୨୦% ୱେଟେଜ୍ ବ୍ୟବସ୍ଥା କରିଥିବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି। ତେବେ ଏହି ‘ଫାଇଭ୍-ଟି’ ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ କେବଳ ୫% ୱେଟେଜ୍ ମିଳିବ। ଯେଉଁ ବିଭାଗଗୁଡ଼ିକରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହୋଇଛି ତା’ର କର୍ମଚାରୀମାନଙ୍କୁ ଏହି ୱେଟେଜ୍ ସୁବିଧା ମିଳିବ।

ତେବେ ରାଜ୍ୟ କର୍ମଚାରୀଙ୍କ ଏହି ବାର୍ଷିକ ପିଏଆରରେ ‘ଫାଇଭ-ଟି’ ପାଇଁ ଉଦ୍ଦିଷ୍ଟ ୨୦% ୱେଟେଜରେ ଅଫିସରମାନଙ୍କୁ ବିଭାଗରେ ଫାଇଭ-ଟି ଚାର୍ଟରକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ୧୦%, ସରକାରରେ ଫାଇଭ-ଟି ଚାର୍ଟର ଲାଗୁ ପାଇଁ ୫% ଓ ମୋ ସରକାର ପାଇଁ ୫% ୱେଟେଜ୍ ମିଳିବ।

ସେହିପରି ସର୍ବଭାରତୀୟ ସେବା ଅଫିସରଙ୍କୁ ବାର୍ଷିକ ପିଏଆରରେ ମିଳିବାକୁ ଥିବା ମୋଟ ୧୦ମାର୍କ ମଧ୍ୟରୁ ‘ଫାଇଭ-ଟି’ ଓ ‘ମୋ ସରକାର’ର ପ୍ରଦର୍ଶନ ଆଧାରରେ ସେମାନଙ୍କୁ ୨ମାର୍କ ମିଳିବ। ବିଭାଗରେ ଫାଇଭ-ଟି ଲାଗୁ ପାଇଁ ୧ମାର୍କ, ସରକାରରେ ଫାଇଭ-ଟି ପାଇଁ ୦.୫ମାର୍କ ଓ ମୋ ସରକାର ପାଇଁ ୦.୫ ମାର୍କ ମିଳିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos