ପ୍ରଥମେ ନେଗେଟିଭ୍‌ ପରେ ପଜିଟିଭ୍‌, ଚିନ୍ତା ବଢ଼ାଇଛି ହାଣ୍ଡିଆ ବେପାର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଉଦ୍‌ବେଗଜନକ ହେବାରେ ଲାଗିଛି ମହାମାରୀ ‘କରୋନା’ ସ୍ଥିତି। ଗତ ୨୪ ଘଣ୍ଟାରେ ସର୍ବାଧିକ ୧୭୩ ପଜିଟିଜ ଚିହ୍ନଟ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୮୦ ଟପିଛି। ଆକ୍ରାନ୍ତଙ୍କ ଭିତରୁ ଆଜି ପୁଣି ୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଓ ଜୁନ ପହିଲାରୁ ଆଜି ଯାଏଁ କ୍ୱାରେଣ୍ଟାଇନ୍‌ ସେଣ୍ଟର ବାହାରେ ୮୫ ଜଣ ‘କରୋନା’ ପଜିଟିଭ୍ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ହେଲେ […]

salia-sahi

salia-sahi

Manoranjan Sial
  • Published: Saturday, 06 June 2020
  • Updated: 06 June 2020, 09:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଉଦ୍‌ବେଗଜନକ ହେବାରେ ଲାଗିଛି ମହାମାରୀ ‘କରୋନା’ ସ୍ଥିତି। ଗତ ୨୪ ଘଣ୍ଟାରେ ସର୍ବାଧିକ ୧୭୩ ପଜିଟିଜ ଚିହ୍ନଟ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୮୦ ଟପିଛି। ଆକ୍ରାନ୍ତଙ୍କ ଭିତରୁ ଆଜି ପୁଣି ୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଓ ଜୁନ ପହିଲାରୁ ଆଜି ଯାଏଁ କ୍ୱାରେଣ୍ଟାଇନ୍‌ ସେଣ୍ଟର ବାହାରେ ୮୫ ଜଣ ‘କରୋନା’ ପଜିଟିଭ୍ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

ହେଲେ ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣକୁ ନେଇ ସବୁଠୁ ଅଧିକ ଚିନ୍ତାରେ ସରକାର। କାରଣ କାଲି ଗୋଟିଏ ଦିନରେ ଏଠାରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ସେଭିତରୁ ସ୍ଥାନୀୟ ସଂକ୍ରମିତ ଥିଲେ ୬ ଜଣ। ଆଉ ସବୁଠୁ ବଡ଼ ଚିନ୍ତା ହେଉଛି, ରାଜ୍ୟର ସବୁଠାରୁ ବଡ଼ ବସ୍ତି ସାଲିଆସାହିକୁ ନେଇ। ମୁମ୍ବାଇର ଧରାବୀ ଭଳି ଜନସଂଖ୍ୟାରେ ଅଧିକ ଘନତ୍ୱ ଥିବା ଏଇ ବସ୍ତିରେ ପ୍ରସବକାଳୀନ ରକ୍ତ ନମୁନା ପରୀକ୍ଷଣରୁ ଜଣେ ମହିଳାଙ୍କଠାରେ କରୋନା ପଜିଟିଭ୍ ମିଳିଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ମାସକ ତଳେ ସ୍ୱାମୀଙ୍କ ସହ ସଂପୃକ୍ତ ମହିଳା ଗୁଜରାଟରୁ ଆସି ହୋମ୍‌ କ୍ୱାରେଣ୍ଟାଇନରେ ଥିଲେ। ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ୍ ଥିଲା। କିନ୍ତୁ ମାସକ ପରେ ପଜିଟିଭ ଆସିଲା। ତେବେ କେତେକ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ସଂପୃକ୍ତ ମହିଳାଙ୍କ ପରିବାର ଲୋକେ ଘର ନିକଟରେ ହାଣ୍ଡିଆ ଜାତୀୟ ପାନୀୟ ବିକୁଥିବାରୁ ବସ୍ତିବାସିନ୍ଦାଙ୍କ ମନରେ ଭୟ ଖେଳିଯାଇଛି। ବିଏମ୍‌ସିର କହିବା କଥା ଘଟଣା ପରଠୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଆଖାପାଖରେ ୩୫ ପରିବାରକୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷଣବିହୀନ ମାମଲା ଥିବାରୁ ଗୋଷ୍ଠୀ ସଂକ୍ରମଣ ନେଇ ଭୟଭୀତ ହେବାର କାରଣ ନାହିଁ ମତପ୍ରକାଶ ପାଇଛି।

ସେପଟେ କଟକ ସହରର ଦେଉଳ ସାହି ଓ ସିଦ୍ଧେଶ୍ୱର ସାହିରୁ ଲୋକାଲ କେସ୍‌ ବାହାରିବା ପରେ ସେମାନଙ୍କ ସଂପର୍କରେ ଥିବା ଏକାଧିକ ବ୍ୟକ୍ତିଙ୍କ ସ୍ୱାବ ନମୁନା ଟେଷ୍ଟ କରାଯାଇଥିବା ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି।

ଲୋକାଲ୍‌ କେସ୍‌ ବଢ଼ିବା ସହ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବଢୁଥିଲା ବେଳେ ଆଗାମୀ ଦିନରେ ରାଜ୍ୟରେ କରୋନା ଲଢ଼େଇ କେଉଁ ମୋଡ଼ ନେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos