‘ଆୟୁଷ୍ମାନ ଭାରତ’କୁ ନେଇ ବିଜେଡିର ଦୋମୁହାଁ ନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ଧରାପଡ଼ିଛି। ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଉପରେ ଉପରେ ନା କହି ଭିତରେ ଭିତରେ କେନ୍ଦ୍ର ସରକାରଙ୍କ ପାଖରୁ ଯୋଜନାର ଗୋଟିଏ ଉପାଦାନରେ ଟଙ୍କା ଆଣିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଲୋକସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଆୟୁଷ୍ମାନ ଭାରତ’ରେ ଦୁଇଟି ଉପାଦାନ ରହିଛି। ଏଥିରୁ ଗୋଟିଏ ଉପାଦାନରେ ଥିବା ହେଲ୍‌ଥ ଆଣ୍ଡ ୱେଲ୍‌ନେସ୍‌ ସେଣ୍ଟର ବାବଦକୁ ରାଜ୍ୟକୁ ୨୦୧୮-୧୯ରେ ୪୮ କୋଟି ୩୪ ଲକ୍ଷ ଓ […]

health-minister

health-minister

Manoranjan Sial
  • Published: Tuesday, 03 December 2019
  • Updated: 03 December 2019, 07:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ଧରାପଡ଼ିଛି। ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଉପରେ ଉପରେ ନା କହି ଭିତରେ ଭିତରେ କେନ୍ଦ୍ର ସରକାରଙ୍କ ପାଖରୁ ଯୋଜନାର ଗୋଟିଏ ଉପାଦାନରେ ଟଙ୍କା ଆଣିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଲୋକସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଆୟୁଷ୍ମାନ ଭାରତ’ରେ ଦୁଇଟି ଉପାଦାନ ରହିଛି। ଏଥିରୁ ଗୋଟିଏ ଉପାଦାନରେ ଥିବା ହେଲ୍‌ଥ ଆଣ୍ଡ ୱେଲ୍‌ନେସ୍‌ ସେଣ୍ଟର ବାବଦକୁ ରାଜ୍ୟକୁ ୨୦୧୮-୧୯ରେ ୪୮ କୋଟି ୩୪ ଲକ୍ଷ ଓ ୨୦୧୯-୨୦ରେ ୬୫ କୋଟି ୨୨ ଲକ୍ଷ ଆସିଛି। ବଡ଼କଥା ହେଉଛି, ରାଜ୍ୟର ପ୍ରସ୍ତାବ ଅନୁସାରେ ହିଁ ଏହି ଟଙ୍କା ମିଳିଛି।

ବିଜେପି ସାଂସଦ ବସନ୍ତ ପଣ୍ଡା ପଚାରିଥିବା ଅନ୍ୟ ଏକ ପ୍ରଶ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନ ଚୌବେ କହିଛନ୍ତି, ଓଡ଼ିଶା ‘ଆୟୁଷ୍ମାନ ଭାରତ’ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ କେନ୍ଦ୍ର ସହ ଚୁକ୍ତି କରିନି। ଏପଟେ ‘ଆୟୁଷ୍ମାନ ଭାରତ’ର ଗୋଟିଏ ଉପାଦାନକୁ ଗ୍ରହଣ କରି ଅନ୍ୟଟିକୁ ମନା କରିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଆସିଥିବା ଟଙ୍କା ଆୟୁଷ୍ମାନ ଯୋଜନାରେ ନୁହେଁ, ବରଂ ୬୦: ୪୦ ଭାଗରେ କେବଳ ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ।

ଏପଟେ ଆୟୁଷ୍ମାନକୁ ନା କହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିବା ରାଜ୍ୟ ସରକାରଙ୍କ ପାଇଁ ପାଣ୍ଠି ଚିନ୍ତା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବୀମା ବାବଦକୁ ଘରୋଇ ହସ୍ପିଟାଲଗୁଡିକୁ ପ୍ରାୟ ୩୦ କୋଟି ଟଙ୍କା ଦେବାର ଥିଲେ ମଧ୍ୟ ଦୀର୍ଘ ମାସ ହେବ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଘରୋଇ ହସ୍ପିଟାଲ ସଂଘ ଏ ନେଇ ସରକାରଙ୍କୁ ଚେତାବନୀ ଦେବା ପରେ ଗତ ସପ୍ତାହରେ ଶୀଘ୍ର ଟଙ୍କା ପଇଠ ପାଇଁ ପ୍ରତିଶ୍ରୁତି ମିଳିଛି।

ଆଯୁଷ୍ମାନ ଯୋଜନାରେ ରାଜ୍ୟର ୬୧ ଲକ୍ଷ ୯୩ ହଜାର ଲୋକ ସୁବିଧା ପାଇବେ ବୋଲି କେନ୍ଦ୍ର କହୁଥିବା ବେଳେ ରାଜ୍ୟ ସରକାର ୭୦ ଲକ୍ଷ ଲୋକଙ୍କ ପାଇଁ ଦାବି କରୁଛନ୍ତି। ଆଉ ଏହାରି ଭିତରେ ଯୋଜନାର ଦୁଇଟି ଉପାଦାନରୁ ଗୋଟିଏକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos