ବିଧାୟକଙ୍କ ପାଇଁ ୪୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ଆପାର୍ଟମେଣ୍ଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନଙ୍କ ପାଇଁ ଖୁବଶୀଘ୍ର ଅତ୍ୟାଧୁନିକ ଆପାର୍ଟମେଣ୍ଟ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ଆପାର୍ଟମେଣ୍ଟରେ ବିଧାୟକମାନଙ୍କ ସୁବିଧା ପାଇଁ କନଫରେନ୍ସ ହଲ୍ , ଜିମ୍ , ମର୍ଣ୍ଣିଂ ୱାର୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସହ କଲ୍ୟାଣ ମଣ୍ଡପ ବି ରହିବ। ଏଥିପାଇଁ ପ୍ରାୟ ୪୦୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା କ୍ୱାର୍ଟର୍ସରୁ ଗୋଟିଏ […]

odisha-government-will-spend-400-crore-for-building-mla-quarters

Manoranjan Sial
  • Published: Wednesday, 16 October 2019
  • Updated: 16 October 2019, 08:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନଙ୍କ ପାଇଁ ଖୁବଶୀଘ୍ର ଅତ୍ୟାଧୁନିକ ଆପାର୍ଟମେଣ୍ଟ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ଆପାର୍ଟମେଣ୍ଟରେ ବିଧାୟକମାନଙ୍କ ସୁବିଧା ପାଇଁ କନଫରେନ୍ସ ହଲ୍ , ଜିମ୍ , ମର୍ଣ୍ଣିଂ ୱାର୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସହ କଲ୍ୟାଣ ମଣ୍ଡପ ବି ରହିବ। ଏଥିପାଇଁ ପ୍ରାୟ ୪୦୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା କ୍ୱାର୍ଟର୍ସରୁ ଗୋଟିଏ ଭାଗକୁ ଭଙ୍ଗାଯାଇ ସେଠାରେ ୭ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍ ନିର୍ମାଣ କରାଯିବ। ଏହି ୭ ମହଲା କୋଠାରେ ବିଧାୟକମାନଙ୍କ ରହିବା ପାଇଁ ୧୫୦ଟି କ୍ୱାର୍ଟର୍ସର ବ୍ୟବସ୍ଥା ହେବ। ଏହି କ୍ୱାର୍ଟର୍ସଗୁଡ଼ିକ ଆଧୁନିକ ଶୈଳୀରେ ନିର୍ମାଣ କରାଯିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହାସହିତ ଓଡ଼ିଶା ବିଧାନସଭାର ଲବି ସମେତ ଗୃହ ଭିତରର ମଧ୍ୟ ଆଧୁନିକୀକରଣ କରାଯିବ। ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟ ଯନ୍ତ୍ରୀ (ବିଲିଡିଂ)ଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ହୋଇଛି। ବିଧାୟକମାନଙ୍କ ପାଇଁ ବହୁତଳ ବିଶିଷ୍ଟ କ୍ୱାର୍ଟର୍ସ ନିର୍ମାଣ ପାଇଁ ମୁଖ୍ୟ ଯନ୍ତ୍ରୀ ପ୍ରସ୍ତୁତ କରିଥିବା ଡିିପିଆରକୁ ବାଚସ୍ପତି ଶ୍ରୀ ପାତ୍ର ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପ୍ରାୟ ୧୦ ହଜାର ବର୍ଗଫୁଟ୍ ଅଞ୍ଚଳରେ ଏହି କୋଠା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ୭ ମହଲା କୋଠାରେ ବିଧାୟକମାନଙ୍କୁ 7-R କ୍ୱାର୍ଟର୍ସ ଭଳି ସୁବିଧା ମିଳିବ। ଏହି କୋଠାକୁ ଭୂମିକମ୍ପ ନିରୋଧ କରାଯିବା ସହ ସେଥିରେ ସମସ୍ତ ପ୍ରକାରର ସୁରକ୍ଷା ମାନକ ରହିବ। ଏମ୍‌ଏଲ୍‌ଏ କଲୋନୀରେ ବାକିଥିବା କ୍ୱାର୍ଟର୍ସକୁ ଭାଙ୍ଗି ବିଧାନସଭା କର୍ମଚାରୀଙ୍କ ପାଇଁ ଆପାର୍ଟମେଣ୍ଡ ନିର୍ମାଣ କରାଯିବ। ଗତ ମାସରେ ଏହି ବହୁତଳ ବିଶିଷ୍ଟ କୋଠା ନିର୍ମାଣ ପାଇଁ ଆବଶ୍ୟକ ଡିପିଆର (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ ନିମନ୍ତେ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story