ରାଜ୍ୟପାଳଙ୍କ ଅଭିଭାଷଣ ପୁସ୍ତିକାରେ ତ୍ରୁଟି, ତଥ୍ୟ ବି ଭୁଲ୍‌

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟପାଳଙ୍କ ଅଭିଭାଷଣ ପୁସ୍ତିକା ଓ ତଥ୍ୟରେ ତ୍ରୁଟି। ବିଧାନସଭାର ବଜେଟ୍ ଅଧିବେଶନର ଆଜି ପ୍ରଥମଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରଖିଥିବା ଅଭିଭାଷଣ ପୁସ୍ତିକାରେ ତ୍ରୁଟି ଥିବାବେଳେ ୨୦୧୯ ଜୁନ୍ ୨୫ତାରିଖରେ ବିଧାନସଭାରେ ରଖିଥିବା ତଥ୍ୟ ସହ ମେଳ ଖାଉନଥିବା ଜଣାପଡ଼ିଛି। ସାମୁଦ୍ରିକ ଝଡ଼ ‘ଫନୀ’ର ସଫଳତା କାହାଣୀ ବଖାଣିବା ନିଶାରେ ମସଗୁଲ୍ ରାଜ୍ୟ ସରକାର କିଭଳି ଭୁଲ୍ ତଥ୍ୟ ରାଜ୍ୟପାଳଙ୍କ ମୁହଁରେ ବିଧାନସଭାକୁ ଦେଇପାରନ୍ତି ତାହାର ପ୍ରମାଣ ମିଳିଛି। ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ […]

Manoranjan Sial
  • Published: Friday, 14 February 2020
  • Updated: 14 February 2020, 08:54 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟପାଳଙ୍କ ଅଭିଭାଷଣ ପୁସ୍ତିକା ଓ ତଥ୍ୟରେ ତ୍ରୁଟି। ବିଧାନସଭାର ବଜେଟ୍ ଅଧିବେଶନର ଆଜି ପ୍ରଥମଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରଖିଥିବା ଅଭିଭାଷଣ ପୁସ୍ତିକାରେ ତ୍ରୁଟି ଥିବାବେଳେ ୨୦୧୯ ଜୁନ୍ ୨୫ତାରିଖରେ ବିଧାନସଭାରେ ରଖିଥିବା ତଥ୍ୟ ସହ ମେଳ ଖାଉନଥିବା ଜଣାପଡ଼ିଛି। ସାମୁଦ୍ରିକ ଝଡ଼ ‘ଫନୀ’ର ସଫଳତା କାହାଣୀ ବଖାଣିବା ନିଶାରେ ମସଗୁଲ୍ ରାଜ୍ୟ ସରକାର କିଭଳି ଭୁଲ୍ ତଥ୍ୟ ରାଜ୍ୟପାଳଙ୍କ ମୁହଁରେ ବିଧାନସଭାକୁ ଦେଇପାରନ୍ତି ତାହାର ପ୍ରମାଣ ମିଳିଛି।

ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ୨୦୧୯ ମେ’ ୩ତାରିଖରେ ଓଡ଼ିଶା ବିରଳତମ ଗ୍ରୀଷ୍ମକାଳୀନ ଘୂର୍ଣ୍ଣିବାତ୍ୟା ‘ଫନୀ’ର ସମ୍ମୁଖୀନ ହୋଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଥିବା ମୋ ରାଜ୍ୟ ଏହାକୁ ସାହାସ, ଦୃଢ଼ତା ଓ ପୂର୍ଣ୍ଣ ପ୍ରସ୍ତୁତି ସହ ମୁକାବିଲା କରିପାରିଥିଲା। ମାତ୍ର ୨୪ଘଣ୍ଟା ମଧ୍ୟରେ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ଏକ କଷ୍ଟକର ଆହ୍ୱାନ ଥିଲା। ବାତ୍ୟାରେ କୌଣସି ଜୀବନ ହାନି ଘଟିବାକୁ ନଦେବାର ଦୃଢ଼ତା ସର୍ବାନ୍ତକରଣରେ ପ୍ରଶଂସନୀୟ ଥିଲା। ମାତ୍ର ୨୦୧୯ ଜୁନ୍ ୨୫ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭାରେ ଯେଉଁ ଅଭିଭାଷଣ ରଖିଥିଲେ ସେଥିରେ କହିଥିଲେ ଯେ, ‘ଫନୀ’ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ମୋ’ ସରକାର ସବୁମତେ ପ୍ରସ୍ତୁତ ଥିଲେ ଓ ସେଥିପାଇଁ ସେ ଗର୍ବିତ। ଏହି ବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବାର ମାତ୍ର ୨୪ଘଣ୍ଟା ପୂର୍ବରୁ ସ୍ୱଳ୍ପ ସମୟସୀମା ମଧ୍ୟରେ ୧୪ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ମୋ’ ସରକାର ଇତିହାସ ସୃଷ୍ଟି କଲେ।

ଏବେ ପ୍ରଶ୍ନ ଉଠୁଛି, ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ‘ଫନୀ’ ସମ୍ପର୍କରେ ୨୦୧୯ ଜୁନ୍ ୨୫ରେ ଦେଇଥିବା ତଥ୍ୟ ଓ ଆଜି ଦେଇଥିବା ତଥ୍ୟ ମଧ୍ୟରେ କେଉଁଟା ଠିକ୍।  ସେହିପରି ରାଜ୍ୟପାଳଙ୍କ ଅଭିଭାଷଣ ପୁସ୍ତିକା(ଇଂରାଜୀ)ର ୧୩୭ତମ ପଏଣ୍ଟରେ ଓଡ଼ିଶା ୨୦୧୯ ମେ’ ୩ ତାରିଖରେ ‘ଫନୀ’ର ସମ୍ମୁଖୀନ ହୋଇଥିବା ଉଲ୍ଲେଖ ଥିବାବେଳେ ଓଡ଼ିଆ ଅଭିଭାଷଣ ପୁସ୍ତିକାରେ ଏହି ତାରିଖ ୨୦୧୯ ମାର୍ଚ୍ଚ ୩ ତାରିଖ ଦର୍ଶାଯାଇଛି।

କେବଳ ସେତିକି ନୁହେଁ, ୨୦୧୯ ଜୁନ୍ ୨୫ତାରିଖରେ ରାଜ୍ୟପାଳ ଯେଉଁ ଅଭିଭାଷଣ ରଖିଥିଲେ ସେଥିରେ କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ରେଳ ସେବା, ଜିଲ୍ଲା ପର୍ଯ୍ୟଟନ ପରିଷଦ ଗଠନ, ମହିଳାଙ୍କୁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସ୍ତାବ, ଅଣୁକ୍ଷୁଦ୍ର ଉଦ୍ୟୋଗୀ କଲ୍ୟାଣ ବୋର୍ଡ ଗଠନ, ସବୁ ଶିକ୍ଷାନୁଷ୍ଠାନରେ ୱାଇଫାଇ, ମେଧାବୃତ୍ତି ପରିଷଦ ଗଠନ କରିବା, ପୂଜକ-ନାପିତ-ରଜକଙ୍କ ପାରମ୍ପରିକ ଜୀବିକା ଅର୍ଜନରେ ଯେଉଁମାନେ ନିୟୋଜିତ ଅଛନ୍ତି ସେମାନଙ୍କ ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରିବାକୁ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସୂଚନା ଦେଇଥିଲେ। ମାତ୍ର ଏସବୁ ଉପରେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos