ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ଖୁବ୍‌ଶୀଘ୍ର ‌ଆବେଦନ କରିବେ ରାଜ୍ୟ ସରକାର

Ordigital Desk
  • Published: Sunday, 19 November 2017
  • , Updated: 19 November 2017, 09:59 AM IST
<p>ଭୁବନେଶ୍ୱର: ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ଖୁବ୍&zwnj;ଶୀଘ୍ର ରାଜ୍ୟ ସରକାର &zwnj;ଆବେଦନ କରିବେ। ଏଥିପାଇଁ ଏମଏସଏମଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଗତକାଲି ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂସ୍କୃତି ଗବେଷକ ଅସିତ ମହାନ୍ତି, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସହ ଜଡ଼ିତ ଥିବା ଭାସ୍କର ମିଶ୍ର ଓ ସେବାୟତ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାରଙ୍କ ସହିତ ଆଲୋଚନା କରି ପରାମର୍ଶ ନେଇଛନ୍ତି ଏମଏସଏମଇ ବିଭାଗ ସଚିବ ଏଲଏନ ଗୁପ୍ତା । ବିଭିନ୍ନ ଐତିହାସିକ ତଥ୍ୟ ଓ ରସଗୋଲାର ପ୍ରସ୍ତୁତ ପ୍ରଣାଳୀ, ରଙ୍ଗ, ଆକାର, ଗୁଣାତ୍ମକ ମାନ, ଖାଦ୍ୟ ଗୁଣ ଓ ପରୀକ୍ଷା ରିପୋର୍ଟ ସହ ଆବେଦନ କରାଯିବ। ପୂର୍ବରୁ ଓଡ଼ିଶାର ରସଗୋଲା ଉପରେ ସଂସ୍କୃତି ଗବେଷକ ଅସିତ ମହାନ୍ତି ଏକ ଐତିହାସିକ ତଥ୍ୟ ସମ୍ବଳିତ ଡକ୍ୟୁମେଣ୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ।</p> <p>&amp;nbsp;</p>

Related story