ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେବାକୁ ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନାହାନ୍ତି। ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେଇନଥିବାରୁ ସାଧାରଣ ପିଲାଙ୍କ ସହିତ ବସି ଦିବ୍ୟାଙ୍ଗମାନେ ପାଠ ପଢ଼ୁଛନ୍ତି। ସେପଟେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଇବା ପାଇଁ ତାଲିମ ନେଇ ବସିଥିବା ୪ ହଜାରରୁ ଅଧିକ ଆଶାୟୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଲେଣି। ରାଜ୍ୟରେ ୬୪ […]

Divyang  Student

Divyang Student

Manoranjan Sial
  • Published: Thursday, 04 August 2022
  • Updated: 04 August 2022, 09:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେବାକୁ ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନାହାନ୍ତି। ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେଇନଥିବାରୁ ସାଧାରଣ ପିଲାଙ୍କ ସହିତ ବସି ଦିବ୍ୟାଙ୍ଗମାନେ ପାଠ ପଢ଼ୁଛନ୍ତି। ସେପଟେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଇବା ପାଇଁ ତାଲିମ ନେଇ ବସିଥିବା ୪ ହଜାରରୁ ଅଧିକ ଆଶାୟୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଲେଣି।

ରାଜ୍ୟରେ ୬୪ ହଜାର ସ୍କୁଲ୍‌ରେ ପ୍ରାୟ ୮୨ ହଜାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ହେଲେ ସେମାନଙ୍କ ପାଇଁ ଆବଶ୍ୟକ ସଂଖ୍ୟାକ ସ୍ପେଶାଲ ଏଜୁକେଟର ନିଯୁକ୍ତି ପାଇନାହାନ୍ତି। ସାଧାରଣ ପିଲାଙ୍କ ସହିତ ଗୋଟିଏ କ୍ଲାସ୍‌ରେ ବସି ପାଠ ପଢ଼ୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ଯାହାଫଳରେ ସେମାନଙ୍କ ପାଠପଡ଼ା ପ୍ରଭାବିତ ହେଉଛି। ଏଥିସହ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଗତବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ। ୬ ମାସ ଭିତରେ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ବିହାର, ଗୁଜୁରାଟ, ଦିଲ୍ଲୀ, ରାଜସ୍ଥାନ, ଝାଡଖଣ୍ଡ ଓ ତ୍ରିପୁରା ଭଳି ରାଜ୍ୟ ସରକାର ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେଇଥିଲେ। ହେଲେ ଓଡ଼ିଶା ସମେତ ଆଉ କିଛି ରାଜ୍ୟ କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିନାହାନ୍ତି। ସ୍ପେଶାଲ ଏଜୁକେଟର ନିଯୁକ୍ତି ନେଇ ସବୁ ରାଜ୍ୟ କି ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ଜଣାଇବା ପାଇଁ କହିଥିଲେ ସର୍ବୋଚ୍ଚ କୋର୍ଟ। ଯାହାର ପରବର୍ତ୍ତି ଶୁଣାଣି ଆସନ୍ତା ୧୭ ତାରିଖରେ ହେବ।

ଅନ୍ୟପକ୍ଷରେ ଚାକିରି ମିଳୁନଥିବାରୁ ବେକାର ହୋଇ ବସିଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ସ୍ୱତନ୍ତ୍ର ତାଲିମ ନେଇଥିବା ପ୍ରାୟ ୪ ହଜାର ଆଶାୟୀ। ହତାଶ ହୋଇ ଶେଷରେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ଲାଗି ସଜବାଜ ଆରମ୍ଭ କରିଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି।

ନିୟମ କହୁଛି, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ୧୦ ପିଲାରେ ଜଣେ ସ୍ୱତନ୍ତ୍ର ଶିକ୍ଷକ ରହିବେ। ଟିଚିଂ, ଲର୍ଣ୍ଣିଂ ପାଇଁ ଆବଶ୍ୟକ ହେଉଥିବା ମାଟେରିଆଲ୍‌ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଗାଇବ। ଘରୋଇ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନଥିଲେ, ସରକାରୀ ସ୍ୱୀକୃତି ମିଳିବ ନାହିଁ। ଏତେସବୁ ନିୟମସତ୍ତ୍ୱେ ମଧ୍ୟ ଦିବ୍ୟାଙ୍ଗ ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos