ଯାହାକୁ ମୁହଁ ମୋଡ଼ିଥିଲେ, ଏବେ ସେଇଠି ହଁ ମାରିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯେଉଁ ପ୍ରସ୍ତାବକୁ ୪ ବର୍ଷ ହେଲା ମନା କରୁଥିଲେ ଶେଷରେ ସେଥିରେ ହିଁ ହଁ ମାରିଲେ। ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ କୋଷ୍ଟାଲ୍ ହାଇେଓ୍ୱର ସାତପଡ଼ାରୁ ଦୀଘା ଯାଏଁ ପ୍ରକଳ୍ପକୁ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି ରାଜ୍ୟ ସରକାର।  ତେବେ ଗୋପାଳପୁରରୁ ସାତପଡ଼ା ପର୍ଯ୍ୟନ୍ତ ପ୍ରକଳ୍ପର ଭାଗ୍ୟ କ’ଣ ହେବ ସେ ନେଇ ଏଯାଏଁ ନିଷ୍ପତ୍ତି ହୋଇନାହିଁ । ନିର୍ବାଚନ ପୂର୍ବରୁ ନା, ଆଉ ଏବେ ହଁ କହିବା ପରେ ଡବଲ୍ ଷ୍ଟାଣ୍ଡାର୍ଡ କହି ସରକାରଙ୍କ ଉପରେ […]

43210

43210

Tapas Behera
  • Published: Thursday, 05 December 2019
  • Updated: 05 December 2019, 09:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯେଉଁ ପ୍ରସ୍ତାବକୁ ୪ ବର୍ଷ ହେଲା ମନା କରୁଥିଲେ ଶେଷରେ ସେଥିରେ ହିଁ ହଁ ମାରିଲେ। ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ କୋଷ୍ଟାଲ୍ ହାଇେଓ୍ୱର ସାତପଡ଼ାରୁ ଦୀଘା ଯାଏଁ ପ୍ରକଳ୍ପକୁ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି ରାଜ୍ୟ ସରକାର।  ତେବେ ଗୋପାଳପୁରରୁ ସାତପଡ଼ା ପର୍ଯ୍ୟନ୍ତ ପ୍ରକଳ୍ପର ଭାଗ୍ୟ କ’ଣ ହେବ ସେ ନେଇ ଏଯାଏଁ ନିଷ୍ପତ୍ତି ହୋଇନାହିଁ । ନିର୍ବାଚନ ପୂର୍ବରୁ ନା, ଆଉ ଏବେ ହଁ କହିବା ପରେ ଡବଲ୍ ଷ୍ଟାଣ୍ଡାର୍ଡ କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।

 ଦୂର ହେଲା ପ୍ରତିବନ୍ଧକ। କୋଷ୍ଟାଲ୍ ହାଇେଓ୍ୱ ପ୍ରୋଜେକ୍ଟକୁ ରାଜ୍ୟ ସରକାରଙ୍କ ସବୁଜ ସଂକେତ । ୭ ହଜାର ୫ଶହ କୋଟି ଟଙ୍କାର ଏହି  ପ୍ରକଳ୍ପ ପାଇଁ ଆଉ ପାଦେ ଆଗକୁ ବଢିଲା ରାଜ୍ୟ ।  ଗତ ନଭେମ୍ବର ୧୫ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପ୍ରକଳ୍ପ ପାଇଁ ଖୋଲିଥିଲା ବାଟ। ଗୋପାଳପୁରରୁ ଦୀଘା ୪୧୫ କିଲୋମିଟର ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ତେବେ ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ହଁ କହିଛନ୍ତି । ଏହା ଅନ୍ତର୍ଗତ କୋଣାର୍କ-ଅସ୍ତରଙ୍ଗ, ରତନପୁର-ଧାମରା-ବାସୁଦେବପୁର, ଚାନ୍ଦିପୁର ଦେଇ ରାଜପଥ ନିର୍ମାଣ ହେବ । ତେବେ ଗୋପାଳପୁରରୁ ସାତପଡ଼ା ପର୍ଯ୍ୟନ୍ତ ପ୍ରକଳ୍ପ ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ । ଏ ରୁଟ୍‌ରେ ଚିଲିକା ଭଳି ଇକୋ-ସେନ୍ସିଟିଭ୍ ଅଂଚଳ ରହିଥିବାରୁ ଏହା ଉପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଆପତ୍ତି ଉଠାଇଥିଲା। ତେଣୁ ଏହା ଉପରେ  ଆଉ ଥରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ। 

୨୦୧୫ ଏପ୍ରିଲରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କୋଷ୍ଟାଲ ହାଇେଓ୍ୱ ପ୍ରକଳ୍ପ ସଂପର୍କରେ ଘୋଷଣା କରିଥିଲେ। ପରେ କିନ୍ତୁ ବିଜେଡି-ବିଜେପି କଳି ଭିତରେ ଫସି ଯାଇଥିଲା ପ୍ରକଳ୍ପର ଭାଗ୍ୟ । ମୂଳ ଡିଜାଇନ୍ ବଦଳାଇ ସମୁଦ୍ରକୂଳ ନିକଟରେ ରାଜପଥ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର। କିନ୍ତୁ କେନ୍ଦ୍ର ସେଥିରେ ରାଜି ହୋଇନଥିଲା । ପ୍ରଶ୍ନ ଉଠୁଛି ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ନା କହିଥିବାବେଳେ ଏବେ କିଭଳି ହଁ ଭରିଲେ? ବିଜେଡି-ବିଜେପି ଭିତରେ କିଛି ଡିଲ୍ ହେଲା କି ? ନା ନିର୍ବାଚନ ପରେ ଦୁଇ ଦଳ ଭିତରେ ସଂପର୍କ ସୁଧୁରିବା ପରେ ପ୍ରକଳ୍ପକୁ ଗ୍ରୀନ୍ ସିଗନାଲ୍ ଦେଲେ ରାଜ୍ୟ ସରକାର? ଯଦି ମୂଳ ଡିଜାଇନ୍ ଅନୁଯାୟୀ ହିଁ ପ୍ରକଳ୍ପ ହେବ, ତାହେଲେ ଅଯଥାରେ ସମୟ ନଷ୍ଟ ହେଲା ଯାହାକୁ ନେଇ ରାଜନୀତି ଜୋର୍ ଧରିଛି ।

କୋଷ୍ଟାଲ୍ ହାଇେଓ୍ୱ ବିଜେଡି ନେତା ମହେଶ୍ୱର ମହାନ୍ତି ଓ ସଂଜୟ ଦାସବର୍ମାଙ୍କ ଜମି ନିକଟରେ ଯାଉ ବୋଲି ସେମାନେ ଚାହୁଁଥିବା ବିଜେପି ପୂର୍ବରୁ ଅଭିଯୋଗ କରିଥିଲା।

ତେବେ ଉଭୟ ଏହାକୁ ଖଣ୍ଡନ କରିଥିଲେ। ଏବେ ଏହି ପ୍ରକଳ୍ପ କେଉଁ ଅଂଚଳ ଦେଇ ଯିବ ତା ଉପରେ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos