ପ୍ରତି ମାସରେ ହଜାରେ କୋଟି ଋଣ କରୁଛନ୍ତି ସରକାର

ଭୁବନେଶ୍ୱର(ପ୍ରକାଶ ସେଠୀ) :  ରାଜ୍ୟ ଅର୍ଥ ବ୍ୟବସ୍ଥାର ଗୋଲାପୀ ଚିତ୍ର ଏବେ ଧୀରେ ଧୀରେ ଫିକା ପଡ଼ିବାରେ ଲାଗିଛି। ଦେଉଳକୁ ମୁଖଶାଳା ବଳିଯିବା ଭଳି ରାଜ୍ୟ ସରକାର ଭୋଟ୍‌ ବ୍ୟାଙ୍କ ହାତେଇବା ନିଶାରେ ଏବେ ବ୍ୟୟ ବହୁଳ ନିଜସ୍ୱ କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ଯେଉଁଥି ପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭରୁ ପ୍ରତିମାସରେ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କା ଲେଖାଏ ଋଣ କରୁଛନ୍ତି। ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା […]

Loan

Loan

Rakesh Mallick
  • Published: Monday, 23 July 2018
  • Updated: 23 July 2018, 04:40 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ) :  ରାଜ୍ୟ ଅର୍ଥ ବ୍ୟବସ୍ଥାର ଗୋଲାପୀ ଚିତ୍ର ଏବେ ଧୀରେ ଧୀରେ ଫିକା ପଡ଼ିବାରେ ଲାଗିଛି। ଦେଉଳକୁ ମୁଖଶାଳା ବଳିଯିବା ଭଳି ରାଜ୍ୟ ସରକାର ଭୋଟ୍‌ ବ୍ୟାଙ୍କ ହାତେଇବା ନିଶାରେ ଏବେ ବ୍ୟୟ ବହୁଳ ନିଜସ୍ୱ କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ଯେଉଁଥି ପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭରୁ ପ୍ରତିମାସରେ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କା ଲେଖାଏ ଋଣ କରୁଛନ୍ତି।

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ରାଜ୍ୟ ସରକାର ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ମୋଟ୍‌ ୭ଥର ଖୋଲା ବଜାରରୁ ଋଣ ଉଠାଇ ସାରିଥିବା ବେଳେ ଆସନ୍ତାକାଲି ପୁଣି ଥରେ ନିଜର ଶେୟାର ବିକ୍ରି କରି ୫୦୦କୋଟି ଟଙ୍କାର ଋଣ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୯ ଓ ୨୦, ମେ’ ୪ ଓ ୧୮, ଜୁନ୍‌ ୧ ଓ ୨୨ ତାରିଖ ଏବଂ ଜୁଲାଇ ୬  ତାରିଖରେ ଋଣ ଆଣିଛନ୍ତି। ରାଜ୍ୟ ସରକାର ଏସବୁ ଋଣ ଆଣି ନିଜର କ୍ୟାପିଟାଲ୍‌ ଆସେଟ୍‌ ବାବଦରେ ଖର୍ଚ୍ଚ କରୁଛନ୍ତି ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ୨୦୧୭-୧୮ ଆର୍ଥିକ ବର୍ଷ ଶେଷରେ ରାଜ୍ୟର ଋଣ ବୋଝ ୭୬,୪୮୩.୬୮ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଋଣ ପରିମାଣ ୯୧,୯୪୩ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। କେବଳ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖୋଲା ବଜାରରୁ ୧୨,୦୩୨ କୋଟି ଟଙ୍କା ଋଣ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାର ଋଣ ବୋଝ ରାଜ୍ୟ ମୋଟ ଘରୋଇ ଉତ୍ପାଦକ (ଜିଏସ୍‌ଡିପି)ର ୧୮.୩୯% ଥିବା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୨୦.୭୩%କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖୋଲା ବଜାରରୁ ୯୮୩୨.୮୬ କୋଟି ଟଙ୍କା ଋଣ କରିଥିଲେ।

ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ କହିବା ଅନୁସାରେ, ପୂର୍ବ ତୁଳନାରେ ରାଜ୍ୟର ଟିକସ ସଂଗ୍ରହ ପରିମାଣ ବୃଦ୍ଧି ପାଇଛି। ରାଜ୍ୟର ଅର୍ଥନୀତି ଏବେ ବେଶ୍‌ ଭଲ ସ୍ଥିତିରେ ରହିଛି। ଯେହେତୁ ରାଜ୍ୟ ସରକାର ଦୁଇ ଡଜନରୁ ଊର୍ଦ୍ଧ୍ୱ ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଥିପାଇଁ ରାଜକୋଷ ଉପରେ ଚାପ ପଡ଼ିବା ସ୍ୱାଭାବିକ। କିନ୍ତୁ ଏବେ ସରକାର କରୁଥିବା ଋଣର ତତ୍କାଳ ପ୍ରତିକୂଳ ପ୍ରଭାବ ପଡ଼ୁନଥିଲେ ମଧ୍ୟ ଆଗାମୀ ଦିନରେ ଏହା ଚିନ୍ତାର କାରଣ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos