କୃଷି ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ଗାଡ଼ି ପାସ୍ ଅନାବଶ୍ୟକ: କୃଷି ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲେ ମଧ୍ୟ କୃଷି ସମ୍ବନ୍ଧିତ ସମସ୍ତ ଦ୍ରବ୍ୟ ଓ ସାମଗ୍ରୀର ଅବାଧ ପରିବହନ ନିମନ୍ତେ ଗାଡି ପାସ୍ ଦରକାର ପଡ଼ିବ ନାହିଁ। ପରିବା ଚାଷୀମାନେ ମଧ୍ୟ ନିଜର ଉତ୍ପାଦିତ ସାମଗ୍ରୀକୁ ଆଣି ସ୍ଥାନୀୟ ବଜାରରେ ବିକ୍ରି କରିପାରିବେ। ଏପରିକି ସମସ୍ତ ପ୍ରକାରର ମାଲ ପରିବହନ ଗାଡ଼ିକୁ କଟକଣାମୁକ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା […]

6789

Tapas Behera
  • Published: Tuesday, 14 April 2020
  • , Updated: 14 April 2020, 08:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲେ ମଧ୍ୟ କୃଷି ସମ୍ବନ୍ଧିତ ସମସ୍ତ ଦ୍ରବ୍ୟ ଓ ସାମଗ୍ରୀର ଅବାଧ ପରିବହନ ନିମନ୍ତେ ଗାଡି ପାସ୍ ଦରକାର ପଡ଼ିବ ନାହିଁ। ପରିବା ଚାଷୀମାନେ ମଧ୍ୟ ନିଜର ଉତ୍ପାଦିତ ସାମଗ୍ରୀକୁ ଆଣି ସ୍ଥାନୀୟ ବଜାରରେ ବିକ୍ରି କରିପାରିବେ। ଏପରିକି ସମସ୍ତ ପ୍ରକାରର ମାଲ ପରିବହନ ଗାଡ଼ିକୁ କଟକଣାମୁକ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଆଜି ଏ ସମ୍ପର୍କରେ ସୂଚନା ଦେଇ, ଚାଷ କାର୍ଯ୍ୟ ସହ ସମ୍ପୃକ୍ତ ସମସ୍ତ ପ୍ରକାରର ପରିବହନକୁ କଟକଣାମୁକ୍ତ ରଖାଯାଇଛି। କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ଗୋଦାମ ଘର, ଖୁଚୁରା ଓ ହୋଲସେଲ୍ ଦୋକାନ ଓ ଡିଲର ପ୍ରତିଷ୍ଠାନଗୁଡ଼ିକ ଖୋଲା ରହିବ। ପରିବା ଚାଷୀ ବିଶେଷକରି ତରଭୂଜ, ଟମାଟୋ ଓ ବାଇଗଣ ଆଦି ବିକ୍ରି କରୁôଥବା ଚାଷୀମାନେ ସ୍ଥାନୀୟ ବଜାରରେ ବିକ୍ରି କରିପାରିବେ। କୃଷି ଶ୍ରମିକଙ୍କ ସମସ୍ୟାକୁ ଏଡ଼ାଇବା ପାଇଁ ବିହନ ପ୍ରସ୍ତୁତ କରୁଥିବା ପଞ୍ଜିକୃତ କୃଷକଙ୍କ ବ୍ୟତୀତ ଅନ୍ୟ ଚାଷୀମାନଙ୍କୁ କମ୍ବାଇନଡ୍ ହାର୍ଭେଷ୍ଟର ବ୍ୟବହାର କରି ଠିକ୍ ସମୟରେ ଧାନ ଅମଳ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଅମଳ ଓ ଏହାର ପରିବହନ, ବିହନ, ସାର ଓ କୀଟନାଶକ ଆଦିର ପରିବହନକୁ କଟକଣାମୁକ୍ତ କରାଯାଇଛି। ବିହନ, ସାର ଓ କୀଟନାଶକ ଔଷଧ ଦୋକାନ ଦିନର ଏକ ନିର୍ଦ୍ଦିଷ୍ଟ ସମୟ ପାଇର୍ ଖୋଲା ରହିବ। ସାମାଜିକ ଦୂରତ୍ୱ ବଜାୟ ରଖି ଏହାର ଉପଲବ୍ଧ ଓ ବିକ୍ରିକୁ ସୁନିଶ୍ଚିତ କରାଯିବ ।

ବିହନ, ସାର ଫସଲ ଅମଳ ଓ କୃଷି କାର୍ଯ୍ୟ ନିମନ୍ତେ ବ୍ୟବହୃତ କୃଷି ଯନ୍ତ୍ରପାତିର ପରିବହନକୁ ଅନୁମତି ପ୍ରଦାନ କରାଯାଇଛି। ଏସବୁ ଯନ୍ତ୍ରପାତିର ମରାମତି ନିମନ୍ତେ ୱାର୍କସପ୍ ଖୋଲାରହିବ। ରବି ଫସଲ ଯଥା-ମୁଗ,ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଆଦି ସଂଗ୍ରହ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଏଥିପାଇଁ ନାଫେଡର ଇ-ସମୃଦ୍ଧି ପୋର୍ଟାଲରେ ନାମ ପଞ୍ଜିକରଣ କରିବାକୁ ଚାଷୀମାନଙ୍କୁ କୁହାଯାଇଛି। ଆମ କୃଷି ଓ ଏମକିଷାନ ମାଧ୍ୟମରେ କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଗାଇଡଲାଇନରୁ ଲାଭ ଉଠାଇ କୃଷି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଚାଷୀମାନେ ୦୬୭୪-୬୬୬୭୧୭୧କୁ ମିସ୍ କଲ ଦେଇ ‘ଆମ କୃଷି’ ସେବାରେ ନିଜକୁ ପଞ୍ଜିକୃତ କରିପାରିବେ।
ଏସବୁ ବ୍ୟତୀତ ସମବାୟ ବ୍ୟାଙ୍କରୁ ଫସଲ ଋଣ ନେବା ପାଇଁ ଚାଷୀମାନଙ୍କୁ ଶ୍ରୀ ଗର୍ଗ ପରାମର୍ଶ ଦେଇଛନ୍ତି।

Related story