କରୋନା ହଟ୍‌ସ୍ପଟ ଭୁବନେଶ୍ୱର: ୫୭, ୫୮, ୫୯-କିଏ କେଉଁଠିକୁ ଯାଇଥିଲେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫୭, ୫୮, ୫୯ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ୫୭ ନମ୍ବର ଆକ୍ରାନ୍ତ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ତଥ୍ୟ ଦେଲେ ସରକାର। ୫୭ ନମ୍ବର ଆକ୍ରାନ୍ତ ପରିବା ବଜାର, ରିଲାଏନ୍ସ ଫ୍ରେସ୍ ଯାଇଥିଲେ। ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ଯାଏ ବେବିଲୋନ ଆପାର୍ଟମେଣ୍ଟ ଘରେ ଥିଲେ। ଏହି ସମୟ ମଧ୍ୟରେ ପରିବା, ଗ୍ରୋସରୀ କିଣିବାକୁ ବାହାରକୁ ଯାଇଥିଲେ। ଗଣେଶ ମଣ୍ଡପ ପରିବା ଦୋକାନ, ଓଭରବ୍ରିଜ ନିକଟ ରିଲାଏନ୍ସ ଫ୍ରେସ୍ […]

corona-Odisha

Tapas Behera
  • Published: Tuesday, 14 April 2020
  • , Updated: 14 April 2020, 06:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫୭, ୫୮, ୫୯ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ୫୭ ନମ୍ବର ଆକ୍ରାନ୍ତ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ତଥ୍ୟ ଦେଲେ ସରକାର।

୫୭ ନମ୍ବର ଆକ୍ରାନ୍ତ ପରିବା ବଜାର, ରିଲାଏନ୍ସ ଫ୍ରେସ୍ ଯାଇଥିଲେ। ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ଯାଏ ବେବିଲୋନ ଆପାର୍ଟମେଣ୍ଟ ଘରେ ଥିଲେ। ଏହି ସମୟ ମଧ୍ୟରେ ପରିବା, ଗ୍ରୋସରୀ କିଣିବାକୁ ବାହାରକୁ ଯାଇଥିଲେ। ଗଣେଶ ମଣ୍ଡପ ପରିବା ଦୋକାନ, ଓଭରବ୍ରିଜ ନିକଟ ରିଲାଏନ୍ସ ଫ୍ରେସ୍ ଯାଇଥିଲେ ୫୭ ନମ୍ବର ଆକ୍ରାନ୍ତ। ବମିଖାଲ ଏବଂ ରସୁଲଗଡ଼ ମାର୍କେଟ ମଧ୍ୟ ଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି। ଉକ୍ତ ବ୍ୟକ୍ତିଙ୍କ ଲକ୍ଷଣ ନଥିଲା।

ସାମ୍ପଲ ଯାଇଥିଲା। ଆଜି ପଜିଟିଭ ପରେ କିମ୍ସ ସ୍ଥାନାନ୍ତର କରାଯାଇଛି। ୫୮ ଏବଂ ୫୯ ନମ୍ବର ଆକ୍ରାନ୍ତ ବି ବେବିଲୋନ ଆପାର୍ଟମେଣ୍ଟ ଘରେ ଥିଲେ। ସେହିପରି ଆଜି ଝାରପଡ଼ାର ୬୦ ନମ୍ବର ‘କରୋନା’ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଆକ୍ରାନ୍ତ ଜଣକ ୨୨ ମାର୍ଚ୍ଚରୁ ୧୩ ତାରିଖ ପର୍ଯ୍ୟନ୍ତ ଝାରପଡ଼ା ନୀଳାଦ୍ରିନଗର ସ୍ଥିତ ଘରେ ରହିଥିଲେ। ପରିବା ଓ ଗ୍ରୋସରୀ ପାଇଁ ସେ ପଳାଶୁଣି, ରସୁଲଗଡ଼ ଓ କେସୁରା ହାଟ ଯାଇଥିଲେ। ଆଜି ସାମ୍ପଲ ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ, ଆଜି  ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଛନ୍ତି। ସେ କହିଛନ୍ତି ଯେ, ଗତକାଲି ମୋଟ ୫୬୪ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇ ଥିଲା। ସେଥିରୁ ୫ ଜଣ ପଜିଟିଭ ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରେ ୪ ଜଣ ଓ ଯାଜପୁରରେ ଜଣେ ଅଛନ୍ତି।

Related story