ଦୁର୍ନୀତି ପାଇଁ ବିଡିଓ ଓ ୨ ସରପଞ୍ଚ ନିଲମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣେ ବିଡିଓ ଓ ୨ଜଣ ସରପଞ୍ଚଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବନ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବିଡିଓ ରବିନ୍ଦ୍ର କୁମାର ଶତପଥୀ, ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ କେଦାରପୁର ପଞ୍ଚାୟତ ସରପଞ୍ଚ ଅଭିମନ୍ୟୁ ଜେନା ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଆଙ୍କୋରଡ଼ା ପଞ୍ଚାୟତ ସରପଞ୍ଚ ଉସାନ୍ତ ସାହୁଙ୍କୁ ନିଲମ୍ବନ […]

Odisha-Govt-suspends-BDO,-2-Sarpanches

Manoranjan Sial
  • Published: Monday, 02 December 2019
  • , Updated: 02 December 2019, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣେ ବିଡିଓ ଓ ୨ଜଣ ସରପଞ୍ଚଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବନ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବିଡିଓ ରବିନ୍ଦ୍ର କୁମାର ଶତପଥୀ, ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ କେଦାରପୁର ପଞ୍ଚାୟତ ସରପଞ୍ଚ ଅଭିମନ୍ୟୁ ଜେନା ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଆଙ୍କୋରଡ଼ା ପଞ୍ଚାୟତ ସରପଞ୍ଚ ଉସାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାର୍ଗଦର୍ଶିକା ପାଳନ ନକରିବା ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ବିଡିଓ ଶ୍ରୀ ଶତପଥୀଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଆର୍ଥିକ ଅନିୟମିତତା ପାଇଁ ଉପରୋକ୍ତ ୨ଜଣ ସରପଞ୍ଚଙ୍କୁ ନିଲମ୍ବନ କରାଯାଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ଅନ୍ୟପକ୍ଷରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ଆଜିଠୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପାନୀୟ ଜଳ ଯୋଗାଣକୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

Related story