'ଫୋନି 'ପ୍ରଭାବିତ ୮ହଜାର ପରିବାର ପାଇଁ ସହାୟତା ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ପାଇଁ ରାଜ୍ୟ ସରକାର ଆଜି ସହାୟତା ଘୋଷଣା କରିଛନ୍ତି। ୮ହଜାର କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭କୋଟି ୫୮ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏହି କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସହାୟତା ପାଇବାରୁ ବଞ୍ଚିତ ହୋଇଥିଲେ। ଏହି ୮ହଜାର ପରିବାର ମଧ୍ୟରୁ ୬୦୦ ପରିବାରକୁ ଆଂଶିକ ଘର ଭାଙ୍ଗିଥିବା ଯୋଗୁ ୩ହଜାର ଟଙ୍କା ଲେଖାଏ ଓ ୭୪୦୦ ପରିବାରକୁ […]

cyclone-fani-causes-heavy-damage-to-sanctuaries-and-wildlife2

cyclone-fani-causes-heavy-damage-to-sanctuaries-and-wildlife2

Manoranjan Sial
  • Published: Thursday, 13 June 2019
  • Updated: 13 June 2019, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ପାଇଁ ରାଜ୍ୟ ସରକାର ଆଜି ସହାୟତା ଘୋଷଣା କରିଛନ୍ତି। ୮ହଜାର କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭କୋଟି ୫୮ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏହି କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସହାୟତା ପାଇବାରୁ ବଞ୍ଚିତ ହୋଇଥିଲେ। ଏହି ୮ହଜାର ପରିବାର ମଧ୍ୟରୁ ୬୦୦ ପରିବାରକୁ ଆଂଶିକ ଘର ଭାଙ୍ଗିଥିବା ଯୋଗୁ ୩ହଜାର ଟଙ୍କା ଲେଖାଏ ଓ ୭୪୦୦ ପରିବାରକୁ ୧୦ହଜାର ଟଙ୍କା ଲେଖାଏ ସହାୟତା ମିଳିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ସରକାରୀ ହିସାବ ଅନୁସାରେ ଫୋନି ଯୋଗୁ କେବଳ ପୁରୀ ଜିଲ୍ଲାରେ ୨,୮୭,୭୬୨ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କର ଘର ଆଂଶିକ ବା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos