ଗରିବ ଓ ନିରାଶ୍ରୟଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ ଡାଉନ୍ ଯୋଗୁ ସାରାଦେଶରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଥିପାଇଁ ବହୁ ଗରିବ ଓ ଅସହାୟ ଓ ନିସ୍ପେଶିତ ଲୋକେ ହଇରାଣ ହେଉଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର  ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ  ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗରିବ ଓ ନିରାଶ୍ରୟଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଦେବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟର ୧୦ ଲକ୍ଷ ଗରିବ ଓ ନିରାଶ୍ରୟ ଏହା ଦ୍ୱାରା  ଉପକୃତ ହେବେ। ଏସ୍‌ଏଚ୍‌ଜି ଜରିଆରେ […]

6789

Tapas Behera
  • Published: Saturday, 28 March 2020
  • , Updated: 28 March 2020, 03:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ ଡାଉନ୍ ଯୋଗୁ ସାରାଦେଶରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଥିପାଇଁ ବହୁ ଗରିବ ଓ ଅସହାୟ ଓ ନିସ୍ପେଶିତ ଲୋକେ ହଇରାଣ ହେଉଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର  ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ  ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗରିବ ଓ ନିରାଶ୍ରୟଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଦେବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ରାଜ୍ୟର ୧୦ ଲକ୍ଷ ଗରିବ ଓ ନିରାଶ୍ରୟ ଏହା ଦ୍ୱାରା  ଉପକୃତ ହେବେ। ଏସ୍‌ଏଚ୍‌ଜି ଜରିଆରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଯୋଗାଯିବ। ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ମଧ୍ୟ ଆର୍ଥିକ ସହାୟତା ଦେବାକୁ  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରାଯାଇଛି। ଷ୍ଟ୍ରିଟ୍ ଭେଣ୍ଡରଙ୍କ ଲାଗି ୩ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ୧୧୪ଟି ପୌରାଞ୍ଚଳର ୬୫ ହଜାର ରେଜିଷ୍ଟ୍ରିଭୁକ୍ତ ଷ୍ଟ୍ରିଟ୍ ଭେଣ୍ଡର ଉପକୃତ ହେବେ।

Related story