ବୋଝ କମାଇବ 'ପରୀକ୍ଷା ଦର୍ପଣ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଟି ବିଦ୍ୟାର୍ଥୀଙ୍କ ପାଇଁ ମ୍ୟାଟ୍ରିକ୍ ପରୀକ୍ଷାଠାରୁ ବଡ଼ ଆଉ କିଛି ନାହିଁ। ଏହି ପରୀକ୍ଷାରେ କିପରି ଭଲ ମାର୍କ ରଖିବେ, ତାକୁ ନେଇ ବିଦ୍ୟାର୍ଥୀ ଚିନ୍ତିତ ଥାନ୍ତି। ଏଥର କରୋନା ମହାମାରୀ ଯୋଗୁ ମ୍ୟାଟ୍ରିକ୍ ପରୀକ୍ଷା ଫେବୃଆରୀ ବଦଳରେ ମେ’ ମାସରେ ହେବ। ଏଥିପାଇଁ ଏବେଠାରୁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତିରେ ସାହାଯ୍ୟ କରିବା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ‘ପରୀକ୍ଷା ଦର୍ପଣ’ ପୁସ୍ତିକା ପ୍ରସ୍ତୁତ କରୁଛି। […]

exam

exam

Ranjit Kumar Jena
  • Published: Thursday, 21 January 2021
  • Updated: 21 January 2021, 07:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଟି ବିଦ୍ୟାର୍ଥୀଙ୍କ ପାଇଁ ମ୍ୟାଟ୍ରିକ୍ ପରୀକ୍ଷାଠାରୁ ବଡ଼ ଆଉ କିଛି ନାହିଁ। ଏହି ପରୀକ୍ଷାରେ କିପରି ଭଲ ମାର୍କ ରଖିବେ, ତାକୁ ନେଇ ବିଦ୍ୟାର୍ଥୀ ଚିନ୍ତିତ ଥାନ୍ତି। ଏଥର କରୋନା ମହାମାରୀ ଯୋଗୁ ମ୍ୟାଟ୍ରିକ୍ ପରୀକ୍ଷା ଫେବୃଆରୀ ବଦଳରେ ମେ' ମାସରେ ହେବ। ଏଥିପାଇଁ ଏବେଠାରୁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତିରେ ସାହାଯ୍ୟ କରିବା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ 'ପରୀକ୍ଷା ଦର୍ପଣ' ପୁସ୍ତିକା ପ୍ରସ୍ତୁତ କରୁଛି।

ଟେଷ୍ଟପେପର ଭଳି ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ବହି ପ୍ରସ୍ତୁତ ହେଉଛି। କରୋନା ପାଇଁ ଚଳିତ ବର୍ଷ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ହେଉଥିବାରୁ ସେହି ଅନୁସାରେ ପରୀକ୍ଷା ଦର୍ପଣରେ ପ୍ରତି ବିଷୟରୁ ପ୍ରଶ୍ନୋତ୍ତର ରହିବ। ୭୦୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକକୁ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଥିବା ରାଜ୍ୟର ୬ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ମାଗଣାରେ ବଣ୍ଟାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏହି ପୁସ୍ତକ କେବଳ ସରକାରୀ ନୁହେଁ ବରଂ ସମସ୍ତ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ପରୀକ୍ଷାର୍ଥୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି କେଉଁ ଜିଲ୍ଲାକୁ କେତେ ବହି ଦରକାର, ସେ ନେଇ ଆସନ୍ତା ୨୨ ତାରିଖ ସୁଦ୍ଧା ତାଲିକା ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ମହାମାରୀ ଯୋଗୁ ପ୍ରାୟ ୯ମାସ ଧରି ସ୍କୁଲ ବନ୍ଦ ରହିଥିଲା। ତେବେ ଚଳିତ ବର୍ଷ ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିଛି। ଆଗାମୀ ଦିନରେ ବାକି ସବୁ କ୍ଲାସଗୁଡ଼ିକୁ ମଧ୍ୟ ଖୋଲିବା ନେଇ ସରକାର ବିଚାର କରୁଛନ୍ତି। ୧୦୦ ଦିନର ପାଠପଢ଼ାକୁ ଆଧାର କରି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ତେଣୁ ଏତେ କମ୍ ସମୟ ଭିତରେ ସବୁ ପାଠ୍ୟକ୍ରମ ସାରିବା ସମ୍ଭବ ନଥିବାରୁ ସରକାର ୭୦ପ୍ରତିଶତ ସିଲାବସରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ପିଲାମାନଙ୍କୁ କମ୍ ସମୟରେ ପ୍ରସ୍ତୁତିରେ ସହାୟତା କରିବା ଲାଗି ଏହି ଦର୍ପଣ ପୁସ୍ତିକା ସହାୟକ ହେବ ବୋଲି ଅନେକ ଛାତ୍ରଛାତ୍ରୀ ଆଶା କରିଛନ୍ତି।

ଅନ୍ୟପକ୍ଷରେ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟତା ପାଇଁ ଦୂରଦର୍ଶନରେ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ ବି ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଫେବୃଆରୀ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଦୂରଦର୍ଶନରେ ଏହି କାର୍ଯ୍ୟକ୍ରମ ପ୍ରସାରଣର ବ୍ୟବସ୍ଥା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos